ବାମନଘାଟୀ ଦେଶ କରମ ପରବ ଅବସର ରେ ଖଡଖାଇ ନଦୀକୂଳ ରୁ ଜାୱା ଉଠା କାର୍ଯ୍ୟକ୍ରମ ସମାପନ
ରାଇରଙ୍ଗପୁର :- ୧୮/୦୯ କରମ ପରବରେ ‘ଜାୱା ସ୍ଥାପନ ହେଉଛି ପ୍ରକୃତି ଉପାସନା, ଉର୍ବରତା ଏବଂ କୃଷି ସଂସ୍କୃତିର ଏକ ପବିତ୍ର ପ୍ରତୀକ। କରମ ପୂଜାର ପ୍ରାୟ ସାତ ବା ନଅ ଦିନ ପୂର୍ବରୁ କୁମାରୀ କନ୍ୟାମାନେ ନଦୀରୁ ବାଲି ଆଣି ବାଉଁଶ ଡାଲାରେ ବିଭିନ୍ନ ଶସ୍ୟ (ଯଥା- ଧାନ, ମୁଗ, ବୁଟ, କୁଳଥ ଆଦି) ବୁଣି ଜାୱା ପ୍ରତିଷ୍ଠା କରନ୍ତି।
ଜାୱା ସ୍ଥାପନର ମୁଖ୍ୟ ମହତ୍ତ୍ୱ ହେଲା
ଉର୍ବରତା ଓ ସମୃଦ୍ଧିର ପ୍ରତୀକ: ଜାୱାର ସୁନ୍ଦର ଓ ସତେଜ ଗଜା ଆଗାମୀ ବର୍ଷରେ ଉତ୍ତମ ଫସଲ ଅମଳ ଏବଂ ସମାଜରେ ଧନଧାନ୍ୟର ସମୃଦ୍ଧିକୁ ସୂଚିତ କରିଥାଏ
ଏହା ଭାଇ-ଭଉଣୀର ସ୍ନେହ ଓ ପାରିବାରିକ ମଙ୍ଗଳ ତଥା କୁମାରୀ ଝିଅମାନେ ନିଷ୍ଠାର ସହ ହଳଦୀ ପାଣି ସିଞ୍ଚନ କରି ଜାୱା ଗୀତ ଗାଇ ନିଜ ଭାଇମାନଙ୍କ ଉଦ୍ଦେଶ୍ଯ ରେ ଭାଇ ମାନଙ୍କ ର ଦୀର୍ଘାୟୁ ଏବଂ ପରିବାରର ସୁଖ-ଶାନ୍ତି କାମନା କରନ୍ତି।
ଏହା ସଂସ୍କାର ଓ ସଂସ୍କୃତିର ବାର୍ତ୍ତା ସହିତ ଏହା ନାରୀତ୍ୱ ର ସୃଜନଶୀଳତା ଏବଂ ପ୍ରକୃତି ସହ ମଣିଷର ନିବିଡ଼ ସମ୍ପର୍କକୁ ଦର୍ଶାଏ।
କରମ ରାତିରେ ପୂଜାର୍ଚ୍ଚନା ପରେ ଏହି ପବିତ୍ର ଜାୱାକୁ ଆଶୀର୍ବାଦ ସ୍ୱରୂପ ପରସ୍ପର ମଧ୍ୟରେ ବଣ୍ଟନ କରାଯାଏ, ଯାହା ଭାଇଚାରା ଓ ସାମାଜିକ ଏକତାର ପ୍ରତୀକ ପ୍ରତୀକାତ୍ମକ କୁ ଦର୍ଶାଇଥାଏ । ଏବଂ କୁଡୁମୀ ସମ୍ପ୍ରଦାୟର କୁଡୁମୀ ସମାଜ କଳା ସଂସ୍କୃତି ଓ ପାରମ୍ପରିକ ପରମ୍ପରାର ବିକାଶ ଦିଗରେ ମଜବୁତ କରିଥାଏ , ଏହା ହେଉଛି କରମପୂଜା । ଏହି କରମ ପୂଜା କରମ ଏକାଦଶୀଦିନ ପାଳିତ ହୋଇଥାଏ , କିଏ କରମ ପୂଜା କୁ ତିନି ଦିନ ପାଳନ କରନ୍ତି ତ କିଏ ୧୧ ଦିନ ଧରି ପାଳନ କରାବେ ବୋଲି କମିଟି ପକ୍ଷରୁ ନିର୍ମଳ ମହାନ୍ତ ଙ୍କ ଦ୍ବାରା ପ୍ରକାଶ ।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

