ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ନେସ୍କୋ ପାଓ୍ଵାର ଏମ୍ଲୟଜ୍ ୟୂନିଅନ ତରଫରୁ ଶ୍ରମିକ ଦିବସ ପାଳିତ 

ରାଇରଙ୍ଗପୁରରେ ନେସ୍କୋ ପାଓ୍ଵାର ଏମ୍ଲୟଜ୍ ୟୂନିଅନ ତରଫରୁ ଶ୍ରମିକ ଦିବସ ପାଳିତ 

 ମୟୂରଭଞ୍ଜ-୧/୦୫ // ରାଇରଙ୍ଗପୁର ନେସ୍କୋ ପାଇଁ।ବାର ଏମ୍ଲୟଜ୍ ୟୂନିଅନ୍ ଆନୁକୁଲ୍ୟରେ ବିଶିଷ୍ଟ ବିଦ୍ୟୁତ ଶ୍ରମିକ ନେତା ଡିଭିଜନାଲ ସେକ୍ରେଟାରୀ ଦୀପକ ମହାନ୍ତଙ୍କ ନେତୃତ୍ବରେ ଟିପିଏନଓଡିଏଲ କାର୍ଯ୍ୟାଳୟ ପରିସରରେ ଶ୍ରମିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଦ୍ୟୁତ ସଂଘ ପତକା ଉତ୍ତୋଳନ କରିଥିଲେ ।ସେ କହିଥିଲେ ଦେଶ ନିର୍ମାଣରେ ଓ ପ୍ରଗତି ପଥରେ ବିଦ୍ୟୁତ ଶ୍ରମିକ ମାନଙ୍କ ଭୂମିକା ଅନନ୍ୟ । ସେମାନଙ୍କ ତ୍ୟାଗ,କର୍ତଵ୍ଯପରାୟଣତା ପାଇଁ ଦେଶ ଆଜି ପ୍ରଗତି ପଥରେ ଦୃତ ଗତିରେ ଆଗେଇ ଚାଲିଛି । ତେଣୁ ସରକାର ବିଦ୍ଯୁତ ଶ୍ରମିକମାନଙ୍କ ମୌଳିକ ଦାବି ଓ ସାମାଜିକ ସୁରକ୍ଷା ପ୍ରତି ଯତ୍ନଶୀଳ ହେବା ଉଚିତ ।ସେ ବିଦ୍ୟୁତ ଶ୍ରମିକମାନଙ୍କ ସମସ୍ୟା ପ୍ରତି ଧ୍ଯାନ ଦେବା ସହ ସେମାନଙ୍କ ନାର୍ଯ୍ୟ ଦାବି ପ୍ରତି ସରକାରଙ୍କ ପାଖରେ ଅବଗତ କରାଇବେ ।ଏହି କାର୍ଯ୍ୟକ୍ରମରେ ଲମ୍ବୋଦର ମହାନ୍ତ,ଵୀରସିଂ ମାରାଣ୍ଡି, ଲୋକନାଥ ବେହେରା,ଶାଙ୍ଖ ସୋରେନ ସମେତ ବିଦ୍ୟୁତ ଉପଖଣ୍ଡ ର ବିଭିନ୍ନ ସେକ୍ସନର କାର୍ଯ୍ୟରତ ଶତାଧିକ ଶ୍ରମିକ ଯୋଗଦେଇଥିଲେ ।ପରେ ସମସ୍ତେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦୁଇଟି ବସ ଯୋଗେ ବାରିପଦା ଯାଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଗୋଟିଏ କୋଠରୀରେ ଚାଲିଛି ବିଦ୍ୟାଳୟ 

Sunil Chandra Nayak

ଚାଷିଙ୍କ ପାଇଁ ଦେବଦୂତ ସାଜିଲେ ବ୍ଲକ ଉପାଧ୍ୟକ୍ଷ, ନଦୀରୁ ୪ଶହ ମିଟର ତିଆରି କଲେ ନାଳ, ୩ଶହ ଏକଡ଼ ଚାଷ ଜମି ହେଲା ଜଳସେଚନ

masiha

ରାଉରକେଲାରେ ଅନୁଷ୍ଠିତ ହେଲା ‘ପରାକ୍ରମ ଶୋଭାଯାତ୍ରା

masiha

Leave a Comment

error: Content is protected !!