ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାଙ୍କ କର୍ମଚାରୀ ଙ୍କ ରାଜ୍ୟ ନେତା ସୁଶିଲ ଗିରି ଙ୍କ ଦେହାନ୍ତ 

ବ୍ୟାଙ୍କ କର୍ମଚାରୀ ଙ୍କ ରାଜ୍ୟ ନେତା ସୁଶିଲ ଗିରି ଙ୍କ ଦେହାନ୍ତ 

ରାଉରକେଲା — ଅଲ୍ ଓଡିଶା ବ୍ୟାଙ୍କ ଏମ୍ପୋଇଜ ଫେଡେରେସନ ( ବି ଇ ଏଫ୍ ଆଇ) ର ପୂର୍ବତନ ରାଜ୍ୟ ସଭାପତି ତଥା ବିଶିଷ୍ଟ ବ୍ୟାଙ୍କ କର୍ମଚାରୀ ନେତା ସୁଶିଲ ଗିରି ଙ୍କ ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି।

   କମ୍ରେଡ୍ ସୁଶିଲ ଗିରି ଭଦ୍ରକ କଲେଜ ରେ ଅଧ୍ୟୟନ କରୁଥିଲା ବେଳେ ଭାରତର ଛାତ୍ର ଫେଡେରେସନ ( ଏସ ଏଫ୍ ଆଇ) ର ନେତୃତ୍ବ ନେଇଥିଲେ ଓ ପରେ ୟୁନାଇଟେଡ଼ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେ ରାଉରକେଲା ରେ ଯୋଗଦେଇ ନିଜର ଚାକିରୀ ଜୀବନ ଆରମ୍ଭ କରିବା ସହିତ ବ୍ୟାଙ୍କ କର୍ମଚାରୀ ଓ ସାମଗ୍ରିକ ଭାବରେ ଶ୍ରମିକ ଶ୍ରେଣୀ ର ନେତୃତ୍ବ ନେଇଥିଲେ। ସେ ବାମପନ୍ଥୀ ଓ ମାର୍କସବାଦ ଚିନ୍ତାଧାରା ସହିତ ଛାତ୍ର ଜୀବନରୁ ଜଡ଼ିତ ହୋଇଥିଲେ ଓ ପରବର୍ତ୍ତୀ ସମୟରେ ସେ ୩ ଥର ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ର ସଂପାଦକ ଓ ସୁନ୍ଦରଗଡ଼ ଜିଲ୍ଲା କମିଟି ର ସଂପାଦକ ମଣ୍ଡଳୀ ସଦସ୍ୟ ଭାବରେ ନେତୃତ୍ବ ନେଇ କାର୍ଯ କରିଥିଲେ। ସେ ସୁନ୍ଦରଗଡ଼ ଜିଲ୍ଲା ଶ୍ରମିକ – କର୍ମଚାରୀ ସମନ୍ବୟ ସମିତିର ଆବାହକ ରହିବା ସହିତ ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ର ଉପ ସଭାପତି ଦୀର୍ଘ ଦିନ ଧରି ରହିଥିଲେ। ସେ ଜଣେ ଅହଙ୍କାର ଶୂନ୍ୟ ଓ ମେଳାପି, ସାଂସ୍କୃତିକ, ସାହିତ୍ୟ କୁ ଭଲ ପାଉଥିବା ବ୍ୟକ୍ତିତ୍ଵ ଥିଲେ। ବ୍ୟାଙ୍କ କର୍ମଚାରୀ ମାନଙ୍କ ନେତୃତ୍ବ ପାଇଁ ତାଙ୍କୁ ତାଙ୍କର ଦୀର୍ଘ କର୍ମ ଭୂମି ରାଉରକେଲା ଛାଡି ଭୁବନେଶ୍ୱର ଯିବାର ଆବଶ୍ୟକତା କୁ ଉପଲବ୍ଧି କରି ସେ ଭୁବନେଶ୍ୱରରେ ରହିବା ସହିତ ଜୀବନର ଶେଷ ପର୍ଯ୍ୟନ୍ତ ବ୍ୟାଙ୍କ୍ କର୍ମଚାରୀ ଓ ଶ୍ରମିକ ଶ୍ରେଣୀ ପାଇଁ କାର୍ଯ୍ୟ କରିଥିଲେ।ସେ ଶେଷ ପର୍ଯ୍ୟନ୍ତ ସି ପି ଆଇ ଏମ୍ ର ସଦସ୍ୟ ରହିଥିଲେ।

      ତାଙ୍କର ଅକାଳ ବିୟୋଗ କେବଳ ସି ପି ଆଇ ଏମ୍ ପାଇଁ କ୍ଷତି ନୁହେଁ ବରଂ ଏହା ସମଗ୍ର ରାଜ୍ୟର ଶ୍ରମିକ କର୍ମଚାରୀ ମାନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସି ପି ଆଇ ଏମ୍ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ତଥା ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ଶୋକ ବାର୍ତ୍ତା ରେ ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସି ପି ଆଇ ଏମ୍ ସୁନ୍ଦରଗଡ଼ ଜିଲ୍ଲା ସଂପାଦକ ପ୍ରମୋଦ ସାମଲ, ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା,ସି ଆଇ ଟି ୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ,ରାଉରକେଲା ଆଂଚଳିକ କମିଟି ନେତା ବି ପି ମହାପାତ୍ର, ଅଜୟ ଶର୍ମା,ତାଜମୁନ ନେହାର, ଭାଗିରଥି ଟୁଡୁ, ବିଶ୍ଵଜିତ ମାଝୀ, ଯଯାତି କେଶରୀ ସାହୁ, ଚନ୍ଦ୍ରଭାନୁ ଦାସ, ଲକ୍ଷ୍ମୀଧର ନାୟକ, ସୁରେନ୍ଦ୍ର ମହାନ୍ତି, ଏନ୍ ଏନ୍ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ଅରୁଣ ମହାରଣା, ପ୍ରଦୀପ ସେଠୀ,ଅଜିତ୍ ଏକ୍କା, ସୁଧାଂଶୁ ଜେନା, ଅନାଦି ସାହୁ, ଜଗବନ୍ଧୁ ପଶାୟତ, ସମ୍ବିତ ସ୍ବାଇଁ ଓ ରଘୁନାଥ ପାଲି ଆଂଚଳିକ କମିଟି ସଂପାଦକ ହୃଦୟାନନ୍ଦ ଯାଦବ,ଅରୁ ଦାସ, ବିନୟ ବେହୁରିଆ, ଅଶୋକ ଦାସ,ବି ବି ଗିରି, ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ  

Related posts

ରାୟଗଡ଼ା ଶିଶୁ ମନ୍ଦିରରେ ଉପାନ୍ତରେ ସାହିତ୍ୟର ଅସ୍ମିତାକୁ ନେଇ ଏକ ଆଲୋଚନା ଚକ୍ର 

masiha

ଯେ. ପି ଟ୍ରଷ୍ଟ ପକ୍ଷରୁ ରାଇଘର ମିନି ଷ୍ଟାଡିୟମ ଠାରେ ଫୁଟବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ଡାବୁଗାଁ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ସୁଭଦ୍ରା ଯୋଜନାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କେକ କାଟି ଉତ୍ସବ ପାଳନ କଲେ ସୁଭଦ୍ରା ହିତାଧିକାରୀ 

Sunil Chandra Nayak

Leave a Comment

error: Content is protected !!