ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ଏନ ଏ ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଆସିକା ଏନ ଏ ସି ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ଆସିକା, ୧୬/୧/୨୫ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତିକ୍ରମେ ଆସିକା ଏନଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ପ୍ରଶାସନର ଦକ୍ଷ, ସଚ୍ଚୋଟ, ନିର୍ମଳ, କାର୍ଯ୍ୟଦକ୍ଷ ଓ କର୍ଭବ୍ୟନଷ୍ଟ ଅଫିସର ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ରାଜେଶ କୁମାର ମହାପାତ୍ର ଦାୟିତ୍ଵ ଗ୍ରହଣ କରିଥିବା ଜଣାପଡିଛି । ଏହା ପୂର୍ବରୁ ସେ ମାଲକାନଗିରି ଜିଲ୍ଲାର ବାଲିମେଳା ଏନ ଏ ସି ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ ରହି ସୁଚାରୂ ରୂପେ ନିଜର ଦାୟିତ୍ଵ ଓ କର୍ଭବ୍ୟକୁ ସଂପାଦନ କରି ଜଣେ ଦକ୍ଷ ଓ ଲୋକପ୍ରିୟ ପ୍ରଶାସକ ରୂପେ ସୁଖ୍ୟାତି ଅର୍ଜନ କରିଥିଲେ । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଅବସ୍ଥାପିତ ଥିବା ଲୋକନାଥ ବେଜଙ୍କୁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନ ଏନଏସିକୁ ବଦଳି କରାଯାଇଥିବା ଜଣାପଡିଛି। ଆସିକା ଏନଏସିର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ବରିଷ୍ଠ ପ୍ରଶାସନିକ ଅଧିକାରୀ ରାଜେଶ କୁମାର ମହାପାତ୍ର ଦାୟିତ୍ଵ ଗ୍ରହଣ କରିବା ପରେ ନଗରପାଳିକା ବି ନେତା ସ୍ଵାଇଁ, ସମାଜସେବୀ ସତ୍ୟନାରାୟଣ ସ୍ୱାଇଁ, ଏନଏସି କାଉନସିଲର ବନ୍ଦିତା ପ୍ରଧାନ, ମମତା ପାତ୍ର, ଦୁର୍ଗାବାଇ ବୈଠାରୁ,ବାସନ୍ତି ପାତ୍ର, ନିରଂଜନ ଜେନା, ମଦନ ମୋହନ ନାୟକ, ପ୍ରଦୀପ କୁମାର ଗୌଡ, ସଂଯୁକ୍ତ ଶତପଥୀ, ବିଜୟଲକ୍ଷ୍ମୀ ବେହେରା, ସରୋଜ କୁମାର ଭାଂଜ, ରାଘବ ସିୟ, ନିଳିମା ପାତ୍ରଙ୍କ ସମେତ ବହୁ କାଉନସିଲର ବିଭିନ୍ନ ସମୟରେ ସ୍ଵତନ୍ତ୍ର ଭାବେ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ କରି ଭବ୍ୟ ସ୍ଵାଗତ ସମ୍ବଦ୍ଧନା ଜ୍ଞାପନ କରିଥିବା ର ଜଣାପଡିଛି l

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ଗଛପଡ଼ି ଜାତୀୟ ରାଜପଥ ଅବରୋଧ : ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ

Sunil Chandra Nayak

ହେମଗିର ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ବାମନଘାଟୀ ପ୍ରେସ୍ କ୍ଲବ ଆନୁକୁଲ୍ୟରେ ବିଶ୍ୱ ପ୍ରେସ୍ ସ୍ଵାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!