ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ବିଷଧର ନାଗସାପ କାମୁଡି ଦେଇଥିବାରୁ ମହିଳା ଜଣକ ଗୁରୁତର 

ଏକ ବିଷଧର ନାଗସାପ କାମୁଡି ଦେଇଥିବାରୁ ମହିଳା ଜଣକ ଗୁରୁତର 

ନବରଙ୍ଗପୁର:(ରବିନାରାୟଣମହାନ୍ତି)(୧୯/୪) ଶୁକ୍ରବାର ଅପରାହ୍ନ ୪ ଘଣ୍ଟା ସମୟରେ ଘରେ ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ଏକ ବିଷଧର ନାଗସାପ କାମୁଡି ଦେଇଥିବାରୁ ମହିଳା ଜଣକ ଗୁରୁତର ହୋଇଛନ୍ତି | ସୂଚନା ପ୍ରକାରେ ପାପଡାହାଣ୍ଡି ବ୍ଲକ ସଦର ଗ୍ରାମର ବଙ୍କା ସାହିର ଦେବକୀ ମାଝୀ (୬୫) ଘରେ ଶୋଇଥିବା ସମୟରେ ଏକ ବିଷଧର ନାଗ ସାପ ତାଙ୍କ ଡାହାଣ ଗୋଡ଼ରେ ଚୋଟ ମାରିଥିଲା | ଏହାଜାଣି ମହିଳା ପାଟିକରିବାରୁ ପଡିଶା ଘର ମହମ୍ମଦ ୟାସିନ ତୁରନ୍ତ ତାଙ୍କୁ ନିଜ ବାଇକ ରେ ପାପଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରି ମାନବିକତା ର ପରିଚୟ ଦେଇଛନ୍ତି | ଏହାପରେ ଡ଼. ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ | ସେଠାରେ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ ଥିବା ସୂଚନା ମିଳିଛି | ମହମ୍ମଦ ୟାସିନ ଙ୍କ ଏହି ମହାନ କାର୍ଯ୍ୟପାଇଁ ଜନ ସାଧାରଣରେ ତାଙ୍କୁ ସାଧୁବାଦ ର ଶୁଭେଚ୍ଛା ଛୁଟିଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ସ୍ଥାଣୁତା :ପୋଡ଼ାଗଡ଼ ଡ୍ୟାମ ପାଚେରୀ ଭିତରେ ଚାଷ 

Sunil Chandra Nayak

କଳାହାଣ୍ଡି ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ 

masiha

ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବଡବସୁଲ ରେ ଜନଜାତୀୟ ଗରିମା ଉତ୍ସଵ ୨୦୨୬ ଅନୁଷ୍ଠିତ

Leave a Comment

error: Content is protected !!