ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ବିଷଧର ନାଗସାପ କାମୁଡି ଦେଇଥିବାରୁ ମହିଳା ଜଣକ ଗୁରୁତର 

ଏକ ବିଷଧର ନାଗସାପ କାମୁଡି ଦେଇଥିବାରୁ ମହିଳା ଜଣକ ଗୁରୁତର 

ନବରଙ୍ଗପୁର:(ରବିନାରାୟଣମହାନ୍ତି)(୧୯/୪) ଶୁକ୍ରବାର ଅପରାହ୍ନ ୪ ଘଣ୍ଟା ସମୟରେ ଘରେ ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ଏକ ବିଷଧର ନାଗସାପ କାମୁଡି ଦେଇଥିବାରୁ ମହିଳା ଜଣକ ଗୁରୁତର ହୋଇଛନ୍ତି | ସୂଚନା ପ୍ରକାରେ ପାପଡାହାଣ୍ଡି ବ୍ଲକ ସଦର ଗ୍ରାମର ବଙ୍କା ସାହିର ଦେବକୀ ମାଝୀ (୬୫) ଘରେ ଶୋଇଥିବା ସମୟରେ ଏକ ବିଷଧର ନାଗ ସାପ ତାଙ୍କ ଡାହାଣ ଗୋଡ଼ରେ ଚୋଟ ମାରିଥିଲା | ଏହାଜାଣି ମହିଳା ପାଟିକରିବାରୁ ପଡିଶା ଘର ମହମ୍ମଦ ୟାସିନ ତୁରନ୍ତ ତାଙ୍କୁ ନିଜ ବାଇକ ରେ ପାପଡାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରି ମାନବିକତା ର ପରିଚୟ ଦେଇଛନ୍ତି | ଏହାପରେ ଡ଼. ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର କରିଥିଲେ | ସେଠାରେ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ ଥିବା ସୂଚନା ମିଳିଛି | ମହମ୍ମଦ ୟାସିନ ଙ୍କ ଏହି ମହାନ କାର୍ଯ୍ୟପାଇଁ ଜନ ସାଧାରଣରେ ତାଙ୍କୁ ସାଧୁବାଦ ର ଶୁଭେଚ୍ଛା ଛୁଟିଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନୂଆପଡ଼ା ଜିଲ୍ଲା କୋମନା ରେ ଧରତି ଆବା ବିର୍ସାମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ 

masiha

କବି ରାଧାଶ୍ୟାମ ପଣ୍ଡାଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ପାଳିତ

masiha

ଗୋବର୍ଦ୍ଧନପୁର ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଭୋଟିଂ  ୨ ୱାର୍ଡ ସଭ୍ୟଙ୍କ ସମେତ ଅନୁପସ୍ଥିତ ରହିଲେ ସରପଞ୍ଚ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅପେକ୍ଷା  

masiha

Leave a Comment

error: Content is protected !!