ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଦ୍ଧ ଓ ଭୀମ ଭୋଇଙ୍କ ବିଚାରଧାରା ସାମାଜିକ କ୍ରାନ୍ତି ଆଣିବ

ପାଷ୍ଟିକୁଡ଼ିରେ ବୁଦ୍ଧ, ଭୀମଭୋଇ ଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ମହୋତ୍ସବ

ଭବାନୀପାଟଣା,୦୫/୦୫(ମନିସ)-ସାରା ବିଶ୍ବରେ ପରମ କାରୁଣିକ ତଥାଗତ ବୁଦ୍ଧ, କ୍ରାନ୍ତିକବି ଭୀମ ଭୋଇଙ୍କ ବିଚାରଧାରା ସାରା ବିଶ୍ବକୁ ଶାନ୍ତି, ସଂହତି, ସହାବସ୍ଥାନ ଓ ମାନବବାଦର ବାର୍ତ୍ତା ଦିଏ ! ବିଶ୍ବରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ନୀତି ଓ ନିର୍ଦ୍ଦେଶ ଆମ ଅଧିକାରର ସୁରକ୍ଷାକୁ ସୁନିଶ୍ଚିତ କରିଥାଏ ! ଆଗାମୀ ଦିନରେ ବୁଦ୍ଧ ଓ ଭୀମ ଭୋଇଙ୍କ ଏ ଅନନ୍ୟ ବିଚାରଧାରା ସାମାଜିକ କ୍ରାନ୍ତି ଆଣିବ ବୋଲି ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ିଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ବୁଦ୍ଧ, ଭୀମ ଭୋଇ ଓ ବାବାସାହେବ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ! ସଭା ପ୍ରାରମ୍ଭରେ ଏକ ବିଶାଳ ଶୋଭାଯାତ୍ରା ପାଷ୍ଟିକୁଡ଼ି ସହର ପରିକ୍ରମା କରିଥିଲା ! ଏଥିରେ ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ୍ବ ପୁରୁଷ ମହିଳା ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ! ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ପଞ୍ଚାୟତ ଆନୁକୂଲ୍ୟରେ ଆୟୋଜିତ ସମାରୋହରେ ଅତିଥି ଭାବେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମକର୍ତ୍ତା ଧନଞ୍ଜୟ ଦୀପ, ଯତୀନ୍ଦ୍ର କର, ଛବିଲାଲ ନିଆଲ, ବିଜୟରାଜ ଶିଖା, ଓଡ଼ିଶା ଭୀମ ଆର୍ମୀ ରାଜ୍ୟ ସଂଯୋଜିକା ମମତା ବୌଦ୍ଧ, କଳିଙ୍ଗମିତ୍ର ଟ୍ରଷ୍ଟର ଧମ୍ମଚାରି ଧମ୍ମସେନ, ଧମ୍ମମିତ୍ର ସଂକେତ, ଅଲେଖ ମହିମା ଧର୍ମର ଭକ୍ତ ମକରଧ୍ବଜ ତାଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ ! ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ପାଷ୍ଟିକୁଡ଼ିର ସଭାପତି ଅଭିମନ୍ୟୁ ବିଶିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏଇ ଜିଲ୍ଲାସ୍ତରୀୟ ସମାରୋହକୁ ଜୟପ୍ରକାଶ ଜାଲ ସଭା ପରିଚାଳନା କରିଥିବାବେଳେ ଭାଗ୍ୟବନ୍ତ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ! ଏହି ଅବସରରେ ଫେଡେରେସନର ବ୍ଲକ କର୍ମକର୍ତ୍ତା ଲୋକନାଥ ନାଗ, ରଘୁନାଥ ଦୀପ, ଆଇନଜୀବୀ କୃଷ୍ଣ ନାଗ, ଗୋପାଳ ନାଏକ, ଜଗନ୍ନାଥ ସୁନା, ବଲଦେବ ହରପାଲ, ଟିକେମନ ଦୀପ, ମହମ୍ମଦ ଆଗାଜାନ, କେଶବ ମେହେର, ମହେନ୍ଦ୍ର ଧଙ୍ଗଡାମାଝୀ, ମହିଳା ମୂଳନିବାସୀ ସଭାନେତ୍ରୀ     ଅଞ୍ଜୁ କୁମାର, ଓମ୍ ପ୍ରକାଶ ଛତ୍ରିଆ, ଦିଗାମ୍ବର ଲୁହା, କ୍ଷେତ୍ରମଣି ସେନା ପତି, ଯୁଧିଷ୍ଟି ଭଗତ, ତେଜରାଜ ବେହେରା, ଗିରିଜା ବେହେରା, ସୁଶୀଲ କୁମାର ବାଗ, ଖଗେଶ୍ବର ନାଏକଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଇ କାର୍ଯ୍ୟକ୍ରମରେ ସୁନିଲ ବିଶି, ବାବୁଲି ବିଶି, ପ୍ରହଲ୍ଲାଦ ବିଶି, ଭବାନୀ ବିଶି, ଜଗଦୀଶ, ଅନୀଲ, ଲାଲୁ ନିହାଲ, ଡମ୍ବରୁ କରୁଆଁ, ବୈଲୋଚନ ଟାକ୍ରି ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ୨୦୨୨_୨୩ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ଦିବ୍ୟାଙ୍ଗଙ୍କ ମାନଙ୍କ ପାଇଁ ସ୍ଵତନ୍ତ୍ର ଅଭିଯାନ

ଧୋବେନପଡା ଠାରେ ବିଦ୍ୟାଳୟ ଓ ଗୋଷ୍ଠି ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!