ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନ୍ଧାଣୀ-ସାନଡୁଙ୍ଗୁରିଗୁଡା ରାସ୍ତା ମରାମତି ପାଇଁ ଦାବି

ବିନ୍ଧାଣୀ-ସାନଡୁଙ୍ଗୁରିଗୁଡା ରାସ୍ତା ମରାମତି ପାଇଁ ଦାବି

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରା.ପ. ଅନ୍ତର୍ଗତ ବିନ୍ଧାଣୀ ଗ୍ରାମ (ଘିଭେଲା ପଡ଼ା) ଠାରୁ ସାନ ଡୁଙ୍ଗୁରିଗୁଡା ଯାଇଥିବା ରାସ୍ତା ଅତି ଦୟନୀୟ ଅବସ୍ଥାରେ ପଡ଼ି ରହିଛି I ଏହି ରାସ୍ତା ଦେଇ ପ୍ରତ୍ୟେହ ଶତାଧିକ ଛାତ୍ରଛାତ୍ରୀ, ଗ୍ରାମବାସୀ ମାନେ ତେରେସିଙ୍ଗା ଗ୍ରା.ପ କାର୍ଯ୍ୟାଳୟ, ଆରଆଇ ଅଫିସ, ସ୍କୁଲ କଲେଜ, ବ୍ୟାଙ୍କ, ଡାକଘର କୁ ଯିବା ଆସିବା କରିବା ସହ ତେରେସିଂହା ପଞ୍ଚାୟତର ଗୋ-ପାଳନକାରୀ ମାନେ ସାନ ଡୁଙ୍ଗୁରିଗୁଡା ସ୍ଥିତ ଓମଫେଡ଼ କେନ୍ଦ୍ରକୁ ସକାଳେ ଓ ଅପରାହ୍ନରେ ଦୁଗ୍ଧ ଯୋଗାଇଥାନ୍ତି I ପୂର୍ବରୁ ଏହି ରାସ୍ତାର କିଛି ଅଂଶ କଂକ୍ରିଟ ହୋଇ ଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁଁ ତାହା ଏବେ ସମ୍ପୂର୍ଣ୍ଣ ଭାଙ୍ଗି ମଟାଲ ଉଠି ଗଲାଣି I ସମଗ୍ର ରାସ୍ତା ଖାଲଖମାରେ ଭରିଯାଇଛି I ବର୍ଷାକାଳରେ ଏହା ଚଳାଚଳ ଯୋଗ୍ୟ ନ ଥିବାରୁ ଅନେକ ଅଘଟଣ ଘଟୁଛି I ଏଣୁ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ରାସ୍ତା ନିର୍ମାଣ କରିବାକୁ ଜନସାଧାରଣରେ ଦାବି ହେଉଛି I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଡ଼ଙ୍ଗରିଗୁଡା ଓ ମାଝୀଗୁଡା ହାଇସ୍କୁଲରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

masiha

ଆନ୍ତର୍ଜାତୀୟ ବ୍ଲାକନୋଫାଣ୍ଟାଷ୍ଟିକ ଇଣ୍ଟରନେସନାଲ କ୍ରୋଏସିଆ ପକ୍ଷରୁ ଡ ନାରାୟଣ ମହାପାତ୍ରଙ୍କୁ ‘ସମ୍ମାନ ସୂଚକ ଡକ୍ଟରେଟ ଉପାଧି’ ରେ ସମ୍ବର୍ଦ୍ଧିତ 

Sunil Chandra Nayak

ଧର୍ମଗଡ ଚେମ୍ବର ଅଫ କମର୍ସ ର ନବମ ବାର୍ଷିକ ସାଧାରଣ ବୈଠକ

masiha

Leave a Comment

error: Content is protected !!