ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ଙ୍ଗରଗଡ଼ ମହୋତ୍ସବ ନଭେମ୍ବର ୨୫ରେ

ଡ଼ଙ୍ଗରଗଡ଼ ମହୋତ୍ସବ ନଭେମ୍ବର ୨୫ରେ

ଭବାନୀପାଟଣା ବ୍ଲକ ଅନ୍ତର୍ଗତ କଲମ ପଞ୍ଚାୟତ ସ୍ଥିତ ଡ଼ଙ୍ଗରଗଡ଼ ଠାରେ ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟ ର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଡ଼ଙ୍ଗରଗଡ଼ ମହୋତ୍ସବ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମହେନ୍ଦ୍ର ବାଗ, ଚନ୍ଦ୍ରସେନ ବାଗ, କୀର୍ତ୍ତନ ମାଝୀ, ଶଶୀଦେବ ମାଝୀ, ଦେବ ମାଝୀ, ଜୟରାମ ମାଝୀ, ଜଗନ୍ନାଥ ଶବର, ମଳର ଶବର, ଯଦୁରାମ ମାଝୀ, ଜୟସେନ ସାହୁ, ହୃଦାପଟେଲ, ଟିକେ ଶବର, ତ୍ରିଲୋଚନ ମାଝୀ, ହରିଶଙ୍କର ମାଝୀ, ଭବାନୀ ବାଗ କ୍ଷୀର ମାଝୀ, ନୀଲେ ମାଝୀ,ମଞ୍ଜୁସୁତା ମାଝୀ, ଜନକ ମାଝୀ, ଦଳିନି ମାଝୀ , ସୁରଦେଇ ମାଝୀ, ପାର୍ବତୀ ମାଝୀ, ସଂକ୍ରି ମାଝୀ, ବନିତା ମାଝୀ, ସୁରୁଦେଇ ମାଝୀ ପ୍ରମୁଖ ଯୋଗଦେଇ ଥିଲେ । ସୂଚନା ଯୋଗ୍ୟ ଯେ, ଡ଼ଙ୍ଗରଗଡ଼ ମହୋତ୍ସବର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ ଅଛନ୍ତି । କଳା,ସଂସ୍କୃତି ଓ ଡ଼ଙ୍ଗରଗଡ଼ ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପ ନେଇକି ଗତ ଦିନ ମାନଙ୍କରେ ବିଭିନ୍ନ ସମୟରେ ପାର୍ବତାରୋହଣ କାର୍ଯ୍ୟକ୍ରମ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଏଠି ୫ଟି ବଡ଼ ଜଳପ୍ରପାତ, ଟୁରିଷ୍ଟ ସ୍ପଟ ଏବଂ ପାଖାପାଖି ୨୦ ହଜାର ବର୍ଷର ପଥର ଗୁମ୍ଫା ଚିତ୍ର ରହିଛି । ଏଠାରେ ଓଡିଶାର ନବରଙ୍ଗପୁର, କଳାହାଣ୍ଡି, ନୂଆପଡା ଏବଂ ଛତିଶଗଡ ର ଲୋକେ ବର୍ଷତମାମ ଆସୁଥାନ୍ତି । ଏହାର ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପ ହେବାପାଇଁ ଉକ୍ତ ବୈଠକରେ ୨୫ ନଭେମ୍ବର ରେ ସ୍ଥିର କରିବା ସହ ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ରେ ଡ଼ଙ୍ଗରଗଡ଼ ମହୋତ୍ସବ ପାଳନକରିବାପାଇଁ ଧାର୍ଯ୍ୟ କରାଯାଇଛି ।

Related posts

ଭାରତୀୟ ମଜଦୁର ସଂଘ ର ୩୦ ତମ ପ୍ରତିଷ୍ଠା ଦିବସ ପାଳିତ 

Sunil Chandra Nayak

ନର୍ଲା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଶିକ୍ଷକ ସନ୍ତୋଷାନନ୍ଦ ମନୋନୀତ

Sunil Chandra Nayak

Leave a Comment

error: Content is protected !!