ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ବ୍ଲକ୍ ସ୍ତରୀୟ ୪୦ତମ ଶିଶୁମେଳା ଅନୁଷ୍ଠିତ

ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲ ଠାରେ ବ୍ଲକ୍ ସ୍ତରୀୟ ୪୦ତମ ଶିଶୁମେଳା ଅନୁଷ୍ଠିତ 

ରୁପ୍ରା, ୧୬/୧୨ (ମନିସ) : ନର୍ଲା ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲ୍ ଠାରେ ନର୍ଲା ଓଷ୍ଟl ତରଫରୁ ୪୦ତମ ଶିଶୁମେଳା ଆଜି ଅନୁଷ୍ଠିତ ହୋଇ ଯାଇଛି । ଏହି ଶିଶୁମେଳାରେ ବ୍ଲକ ଅଧିନ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୧୦ଟି ବିଭାଗରେ ତର୍କ, ସଙ୍ଗୀତ, ଚିତ୍ରାଙ୍କନ, ଆବୃତ୍ତି, ଗଳ୍ପ, କବିତା, ଏକକ ଅଭିନୟ, ନୃତ୍ୟ, ସାଧାରଣ ଜ୍ଞାନ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଓଷ୍ଟାର ସଭାପତି କିଶୋର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଓଷ୍ଟାର ଉପସଭାପତି ସାରଙ୍ଗ ଧର ଠାକୁର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଓଷ୍ଟାର ରାଜ୍ୟ ସମ୍ପାଦକ ମୃତୁଞ୍ଜୟ ବେହେରା, ଓଷ୍ଟାର ଉପ ସଭାନେତ୍ରୀ ଅର୍ଚ୍ଚନା ଦାସ, ଓଷ୍ଟାର ବ୍ଲକ୍ ସମ୍ପାଦକ ବିକ୍ରମ ଗୌଡ, ସୁବାସ  ପଧାନ ଓ ଶିକ୍ଷକ ତେଜରାଜ ସାହୁ ପ୍ରମୁଖ ଯୋଗଦାନ କରି ମଞ୍ଚାସୀନ ଥିଲେ l କାର୍ଯକ୍ରମ ପରିଚାଳନା କରିଥିଲେ ଶିକ୍ଷକ ଅଭୟ ଗଡତିଆ ଓ ବିଚାରକ ଭାବରେ ଶିକ୍ଷକ ସର୍ବେଶ୍ଵର ଭୋଇ ଓ ଶିଶିର ବେହେରା  ରହିଥିଲେ l ବ୍ଲକର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଶିଶୁମେଳା ଶାନ୍ତି ଶୃଙ୍ଖଳା ମଧ୍ୟରେ ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନର୍ଲା ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲ ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ବାରମ୍ବାର ଅଭିଯୋଗ ପରେ, ପାଣୀ ନିଷ୍କାସନର ବାଟ ଫିଟିଲା

Sunil Chandra Nayak

ଭୁଶୁଡିଲା ଘର କାନ୍ଥ, ଅଳ୍ପକେ ବର୍ତ୍ତିଗଲା ପରିବାର

masiha

“ଅମ୍ଳାନ ସୃତି”ବହିର ଉନ୍ମଚନ

Sunil Chandra Nayak

Leave a Comment

error: Content is protected !!