ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଟିବର ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦାବି, ଅତିରିକ୍ତ ତହସିଲଦାରଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ

କୋକସରା,୨୮/୦୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଂଚାୟତ ମୌଜା ଅଧିନରେ ଥିବା ଥୁଟିବର ଗ୍ରାମକୁ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରିବାକୁ ଥୁଟିବର ଗ୍ରାମବାସୀ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କୁ ଭେଟି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବି କରିଛନ୍ତି। କଳାହାଣ୍ଡି ଜିଲ୍ଲା ଶେଷ ସୀମାନ୍ତରେ ଥିବା ଥୁଟିବର ଗ୍ରାମ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ପ୍ରାୟ ୧୨୦୦ ଜନସଂଖ୍ୟା ରହିଥିବା ବେଳେ ୧୦୦୦ ହେକ୍ଟରରୁ ଉର୍ଦ୍ଧ ଚାଷଜମି ରହିଛି। ଗ୍ରାମରେ ଅନାବାଦୀ ସରକାରୀ ଗୋଚର ଜମି, ଜଳଚର ରାଇତାନି ଜମି ବହୁତ ମାତ୍ରରେ ରହିଥିବା ବେଳେ ଭୌଗଳିକ ଦୃଷ୍ଟିକୋଣରୁ ମଧ୍ୟ ରାଜସ୍ବ ଗ୍ରାମ ପାଇଁ ସମସ୍ତ ପ୍ରକାର ଉପଯୁକ୍ତ ଭିତ୍ତିଭୂମି ରହିଛି। ପଂଚାୟତ ମହକୁମା ଠାରୁ ୨ କିଲୋମିଟର ଦୁରରେ ଥୁଟିବର ଗ୍ରାମ ରହିଛି। ଗତ ଅପ୍ରେଲ ମାସରେ ରାଜସ୍ୱ ବିଭାଗ ପକ୍ଷରୁ ଗ୍ରାମର ସୀମା ନିର୍ଦ୍ଧାରଣ ମଧ୍ୟ କରାଯାଇଛି।୩୦/୦୫/୯୬ ମସିହାରେ ଗ୍ରାମକୁ ରାଜସ୍ୱ ଗ୍ରାମ କରିବାକୁ ସରକାର ଘୋଷଣା କରିଥିଲେ ହେଲେ ଏହା ମଧ୍ୟରେ ୨୫ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଏଦିଗରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଫଳରେ ଅନେକ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ଥୁଟିବର ଗ୍ରାମବାସୀଙ୍କ ପକ୍ଷରୁ ଗୋତୋମୁଣ୍ଡା ସରପଞ୍ଚ ପଦ୍ମିନୀ ପୁଝାରି, ହେମ ଗୋପାଳ, ତରୁଣ ଗୋପାଳ, ଉପେନ୍ଦ୍ର ଗୋପାଳ, ତ୍ରିଲୋଚନ ପ୍ରଧାନ, ତୁଲାରମ ଗୋପାଳ ପ୍ରମୁଖ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିସ୍ଥାପିତ ଦାବିରେ ଲଛୁଗୁଡା ଗ୍ରାମବାସୀ ଙ୍କର ଧାରଣା

Sunil Chandra Nayak

ରାସ୍ତା ପାଲଟିଛି ମରଣଯନ୍ତା

Sunil Chandra Nayak

ଖରିଆର ହେଲ୍ପପିଙ୍ଗ ଫର୍ ହେଲ୍ପଲେସ୍ ଫାଉଣ୍ଡେସନ ସଙ୍ଗଠନର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଦିବସରେ ରେ ସୋସିଆଲ ୱେଲଫେୟାର ଅର୍ଗାନେଯେସନ ସମ୍ବର୍ଦ୍ଧିତ 

masiha

Leave a Comment

error: Content is protected !!