ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଦୈନିକ ବଜାରକୁ ଏବେ ଚଳିତ ବର୍ଷର ବଡ଼ା ଛତୁ ଆସିଛି l ଏହି ବଡ଼ା ଛତୁ ର ଚାହିଦା ଥିବା ବେଳେ କିଲୋ ଏକ ହଜାର ଟଙ୍କାରେ ବିକ୍ରି ହେଉଛି l ନିଆରା ସ୍ୱାଦ ଯୋଗୁଁ ଲୋକେ ଚଢା ଦରରେ କିଣିବାକୁ ବାଧ୍ଯ ହେଉଛନ୍ତି l ଏହି ଛତୁ ଅଳ୍ପ ପରିମାଣରେ ବଜାରରେ ଉପଲବ୍ଧ ହେଉଥିବାରୁ ଏହାର ମୂଲ୍ୟ ଛୁଇଁ ହେଉନାହିଁ l ଏହି ଛତୁ ସାଧାରଣତଃ ଆଷାଢ଼ ଓ ଶ୍ରାବଣ ମାସରେ ବଣ ଜଙ୍ଗଲରେ ମିଳିଥିବା ବେଳେ ଏଠିକାର ଆାଦିବାସୀ ଲୋକେ ଏଥିରୁ ବେଶ୍ ଦି ପଇସା ରୋଜଗାର କରିଥାନ୍ତି l ଆାଦିବାସୀଙ୍କର ଏହା ପ୍ରିୟ ଖାଦ୍ୟ ହୋଇଥିବା ବେଳେ ଏବେ ବଡବଡ଼ିଆଙ୍କ ରୋଷେଇ ଘରେ ମଧ୍ଯ ଏହାକୁ ଦେଖିବାକୁ ମିଳୁଛି l ଏପରିକି ବଡ ହୋଟେଲ ରେ ମଧ୍ଯ ଏହାର ବ୍ୟଞ୍ଜନ ପ୍ରସ୍ତୁତ ହେଉଛି l ରିତୁ ଅନୁଯାୟୀ ମାତ୍ର ଅଳ୍ପ ଦିନ ପାଇଁ ଏହି ଛତୁ ମିଳିଥାଏ l ପ୍ରାୟତଃ ଶାଳ ଜଙ୍ଗଲ ଭିତରେ ଏହି ଛତୁ ଫୁଟିଥାଏ l ରାତିରେ ଘଡ ଘଡି ସହ ବର୍ଷା ହେଲେ ସକାଳେ ଏହାକୁ ହାଲୁକା ମାଟି ଉପରେ ଦେଖିବାକୁ ମିଳେ ବୋଲି ସ୍ଥାନୀୟ ଲୋକେ କୁହନ୍ତି l ଆଦିବାସୀ ମହିଳା ମାନେ ବଡ଼ା ଛତୁ ସଂଗ୍ରହ କରିବାକୁ ଜଙ୍ଗଲ କୁ ବଡ଼ି ଭୋରରୁ ଚାଙ୍ଗୁଡି ଓ ଛୋଟ କାତି ଧରି ବାହାରି ପଡ଼ନ୍ତି l ହାଲୁକା ମାଟି ଉପରେ ଅଧା ବାହାରିଥିବା ଏହି ଛତୁ କୁ ସଂଗ୍ରହ କରି ଘରକୁ ଆଣିଥାନ୍ତି l ଏଥିରେ ଲାଗିଥିବା ମାଟି କୁ ଭଲଭାବରେ ଧୋଇ ସଫା କରି ଥାଆନ୍ତି l ପରେ ରୁଚି ମୁତାବକ ବ୍ୟଞ୍ଜନ ପ୍ରସ୍ତୁତ କରି ଥାନ୍ତି l ମହିଳାମାନେ ଏହାକୁ ବଜାର ଘାଟରେ ବିକ୍ରି କରି ଦି ପଇସା ରୋଜଗାର କରିଥାନ୍ତି l ଏବେ ଜଙ୍ଗଲ ରେ ବହୁଳ ମାତ୍ରାରେ ମିଳୁନଥିବାରୁ ଏହାର ଦର ଆକାଶଛୁଆଁ ହୋଇଯାଇଛି l ଏହି ଛତୁ ବଜାର ରେ ବହୁଳ ପରିମାଣରେ ମିଳିଲେ ଏହାର ମୂଲ୍ୟ ହ୍ରାସ ପାଇବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି l ଛତୁ ର ମୂଲ୍ୟ ଅମୁଲ ମୂଲ ହୋଇଥିବା ବେଳେ ପରିବା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିବା ଯୋଗୁଁ ଖାଉଟି ଏବେ ଚିନ୍ତାରେ ରହିଛନ୍ତି l