ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵାବଲମ୍ଵୀ ଭାରତ ନିର୍ମାଣ , ସ୍ୱଦେଶୀ ହିଁ ବିକଳ୍ପ , ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ବିଚାର ବର୍ଗ ଅନୁଷ୍ଠିତ 

ସ୍ଵାବଲମ୍ଵୀ ଭାରତ ନିର୍ମାଣ , ସ୍ୱଦେଶୀ ହିଁ ବିକଳ୍ପ , ସ୍ୱଦେଶୀ ଜାଗରଣ ମଞ୍ଚର ଜିଲ୍ଲା ବିଚାର ବର୍ଗ ଅନୁଷ୍ଠିତ 

ଭବାନୀପାଟଣା –  ସ୍ୱଦେଶୀ ଜାଗରଣ ମଞ୍ଚ, ସ୍ୱାବଲମ୍ବୀ ଭାରତ ଅଭିଯାନ, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଜିଲ୍ଲା ପ୍ରଶିକ୍ଷଣ ଓ ବିଚାର ବର୍ଗ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଦସ୍ୟା ଶର୍ମିଷ୍ଠା ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଚିନ୍ମୟ ମିଶନର ମୁଖ୍ୟ ଆଚାର୍ଯ୍ୟ ସ୍ୱାମୀ ଅମେୟାନନ୍ଦ ସରସ୍ଵତୀ ଜୀବନର ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ କଠିନ ପରିଶ୍ରମ ଓ ସଦଗୁଣଯୁକ୍ତ ହୋଇ ପରୋପକାର ମାଧ୍ୟମରେ ସମାଜର ଉତ୍ଥାନ ପାଇଁ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇ ଆଶିର୍ବଚନ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଓ ଅଭିଯାନର ସଂରକ୍ଷକ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଭାଗ ସଂଘଚାଳକ ଜୟନାରାୟଣ ବାବୁ ସଂଘ ଶତାବ୍ଦୀ ବର୍ଷରେ ସ୍ୱ ବୋଧର ଜାଗରଣ ପାଇଁ ଆହ୍ୱାନ ଦେଇଥିଲେ l ମଞ୍ଚର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସ୍ୱଦେଶୀ ଯାତ୍ରା ଓ ସ୍ୱଦେଶୀ ଅବଧାରଣା ବିଷୟରେ ମାର୍ଗଦର୍ଶନ କରିଥିଲେ l ପ୍ରାନ୍ତ ସମ୍ପର୍କ ପ୍ରମୁଖ ପ୍ରତୀକ ଯୋଷୀ ଓ ପ୍ରାନ୍ତ ସହ ସମନ୍ୱୟକ ଡ. ବିରଞ୍ଚି ନାରାୟଣ ପଣ୍ଡା ଓ ସ୍ୱାବଲମ୍ବୀ ଭାରତ ଅଭିଯାନ ଓ ଜିଲ୍ଲା ସ୍ୱାବଲମ୍ବନ କେନ୍ଦ୍ର, ପ୍ରାନ୍ତ ଯୁବ ପ୍ରମୁଖ ଗୋଦାବରୀଶ ପାତ୍ର ଶକ୍ତି ଓ ଆର୍ଥିକ ସଙ୍କଟ ଓ ନିରାକରଣ, ବିଭାଗ ସଂଯୋଜକ ନକୁଳ ନାୟକ ଦତ୍ତୋପନ୍ତ ଠେଙ୍ଗଡ଼ି ଓ ବାବୁଗେନୁଙ୍କ ବ୍ୟକ୍ତିତ୍ୱ ଓ କୃତିତ୍ୱ, ଜିଲ୍ଲା ସଂଯୋଜକ ଗଜିନ୍ଦ୍ର ଡାକୁଆ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ଯୁବ ଉଦ୍ୟୋଗୀ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଜିଲ୍ଲା ଓ ନଗରର ସମିତିର ବିଭିନ୍ନ ଦାୟିତ୍ଵ ଯଥାକ୍ରମେ ଅମିତ କୁମାର ପଣ୍ଡା ଜିଲ୍ଲା ଯୁବ ପ୍ରମୁଖ, ଶ୍ୟାମସୁନ୍ଦର ଅଗ୍ରୱାଲ ଜିଲ୍ଲା ପ୍ରଚାର ପ୍ରମୁଖ, ଦୀପକ ରାଉତ ଭବାନୀପାଟଣା ନଗର ଯୁବ ପ୍ରମୁଖ, ବସନ୍ତ ମହାରଣା ନଗର ସମ୍ପର୍କ ପ୍ରମୁଖ ଓ ଦୁର୍ଯ୍ୟୋଧନ ଛତାଲଙ୍କୁ ନଗର ପ୍ରଚାର ପ୍ରମୁଖ ଭାବରେ ଦାୟିତ୍ୱ ଦିଆଗଲା lସମଗ୍ର ଜିଲ୍ଲାରୁ ଶତାଧିକ ସ୍ୱଦେଶୀ ଯୋଦ୍ଧା, ଯୁବ ଓ ମହିଳା ଉଦ୍ୟୋଗୀ ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ l

Related posts

ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ୍ ଆଶ୍ରା ର ଛାତ୍ରଛାତ୍ରୀଙ୍କ ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ଜନ୍ମସ୍ଥଳୀ ଓ ସମାଧିସ୍ଥଳ ପରିଦର୍ଶନ

Sunil Chandra Nayak

ଵର୍ଷା ଜଳରେ ମୁନିଗୁଡା ଏବେ ଵେହାଲ, ନିଷ୍କାସନ ବାଟ ଘରଭିତରେ, ଅନ୍ଧ ପ୍ରଶାସନର ଆଖି ଖେ।ଲୁନି, ଜନ ପ୍ରତିନିଧିଙ୍କ ଚିନ୍ତା ନାହିଁ।

Sunil Chandra Nayak

ଉଛୁଳିଲା ସାନ୍ତିଝର ଜମିଲା ପର୍ଯ୍ୟଟକ ଙ୍କ ଭିଡ଼

Sunil Chandra Nayak

Leave a Comment

error: Content is protected !!