ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଲଗୁଣ୍ଠା ସହରରେ ସଫେଇ ଧିମା ହେଉଥିବା ନେଇ କାଉନସିଲରଙ୍କ ଅଭିଯୋଗ ପରେ ବିଭିନ୍ନ ୱାର୍ଡ ବୁଲି ଦେଖିଲେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କାଉନସିଲର

ବେଲଗୁଣ୍ଠା ସହରରେ ସଫେଇ ଧିମା ହେଉଥିବା ନେଇ କାଉନସିଲରଙ୍କ ଅଭିଯୋଗ ପରେ ବିଭିନ୍ନ ୱାର୍ଡ ବୁଲି ଦେଖିଲେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କାଉନସିଲର

ବେଲଗୁଣ୍ଠା,୦୩/୦୬,ଗତ କିଛି ଦିନ ହେବ ସଫେଇ କର୍ମଚାରୀମାନେ ଠିକ୍ ରୂପେ ସଫେଇ କରୁନଥିବା ନେଇ ବିଭିନ୍ନ ସାହି ବାସିନ୍ଦା ଅଭିଯୋଗ କରିବା ପରେ ଗତ କାଲି ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟାରେ ଏକ ନମ୍ୱର୍ କାଉନସିଲର ଭାସ୍କର ପାତ୍ର ବେଲଗୁଣ୍ଠା କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁତି ଭୂଷଣ ବେହେରାଙ୍କୁ ଅଭିଯୋଗ କରିଥିଲେ। ଶ୍ରୀ ପାତ୍ରଙ୍କ ଅଭିଯୋଗ ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେହେରା କାଉନସିଲର ଶ୍ରୀ ପାତ୍ରଙ୍କୁ ଡାକି ଉଭୟ ଏକ ମୋଟରସାଇକେଲରେ ବିଭିନ୍ନ ୱାର୍ଡ ସଫେଇ ଚାଲିଥିବା ସମୟରେ ସଫେଇ ସ୍ଥାନକୁ ଯାଇ ସଫେଇ କାର୍ଯ୍ୟର ତଦାରଖ କରିବା ସହିତ ଠିକ୍ ରୂପେ ସଫେଇ କରିବା ପାଇଁ ସଫେଇ କର୍ମଚାରୀମାନଙ୍କୁ ତାଗିଦ୍ କରିଥିଲେ। ଶ୍ରୀ ବେହେରା ମଙ୍ଗଳବାର ରାତ୍ର ୯:୦୦ ଘଣ୍ଟା ସମୟରେ ବେଲଗୁଣ୍ଠା ସହରର ହାଟପଦା,ସୁତୁମୁସର ରାସ୍ତା, ପରିବା ମାର୍କେଟ,ଆମିଷ ମାର୍କେଟ, ବାଙ୍କ ବଜାର,ଶାନ୍ତି ନଗର ଆଦି ୱାର୍ଡ ପରିଦର୍ଶନ କରିଥିବା ବେଳେ ପରିଦର୍ଶନ ସମୟରେ କିଛି ସ୍ଥାନରେ ସଫେଇ ଠିକ୍ ହେଉଥିବା ବେଳେ ଆଉ କିଛି ସ୍ଥାନରେ ସଫେଇ ଧିମା ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସଫେଇ କର୍ମଚାରୀଙ୍କୁ ତାଗିଦ୍ କରିବା ସହ କାମ ଠିକ୍ କରାନଗଲେ କର୍ମଚାରୀଙ୍କ ସିପ୍ଟ ପରିବର୍ତ୍ତନ କରିବା ପାଇଁ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ଦିନରେ ବିଭିନ୍ନ କାଉନସିଲରଙ୍କୁ ଧରି ନିୟମିତ ଭାବେ ବେଲଗୁଣ୍ଠାର ସମସ୍ତ ୱାର୍ଡର ତଦାରଖ କରିବେ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଏହିଭଳି ତଦାରଖ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି।

Related posts

କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

Sunil Chandra Nayak

ବାସନ୍ତୀ ପାଠାଗାରରେ କୃତ୍ରିମ ବୁଦ୍ଧିମତା କାର୍ଯ୍ୟକ୍ରମ

Sunil Chandra Nayak

ଏସ୍‌ଏଲ୍‌ଏନ୍‌ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା 

Sunil Chandra Nayak

Leave a Comment

error: Content is protected !!