ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ବର୍ଷ ଉପଲକ୍ଷେ ଅନନ୍ୟାର ଅନଲାଇନ କବିତା ଆସର, ପର୍ଯ୍ଯବେକ୍ଷଣରେ ବାଲେଶ୍ଵର 

ବାଲେଶ୍ଵର,୦୨/୦୧/୨୩- କେନ୍ଦୁଝର ଜିଲ୍ଲା, ଜମ୍ଭରା ଗ୍ରାମରେ ଥିବା ସୁନ୍ଦର ମୋ ଭାଷା ସାହିତ୍ୟ ଅନୁଷ୍ଠାନର ୨୦୩ ତମ ଅନନ୍ୟା କବିତା ଆସର କାର୍ଯ୍ୟକ୍ରମ ନୂତନ ବର୍ଷ(୦୧/୦୧/୨୦୨୩)ରେ ଅନଲାଇନ ଗୁଗୁଲି ମିଟ୍ ମାଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ତଥା ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଆୟୋଜନ ଓ ପରିଚାଳନାରେ ମହାସମାରୋହରେ ଏହା ପାଳିତ ହୋଇଥିଲା । ପ୍ରଥମେ କୁନି ପ୍ରତିଭା ଆରାଧ୍ୟା ସେନାପତିଙ୍କ ଶୁଭ ଶଙ୍ଖଧ୍ୱନି ପରେ ଆରମ୍ଭ ଆସରରେ ଅନୁଷ୍ଠାନର ସ୍ଥାୟୀ ସଭାପତି ନୃସିଂହ ଚରଣ ସେନାପତି ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ କେନ୍ଦୁଝର ମାଟିର ବରେଣ୍ୟ ସାହିତ୍ୟ ପ୍ରତିଭା ରସରାଜ ଦେବାଶିଷ ଚକ୍ରବର୍ତ୍ତୀ ଯୋଗଦେଇଥିବା ବେଳେ ଯାଜପୁରର ସହ ଜିଲ୍ଲାପାଳ ଡଃ ଅଲେଖ ପ୍ରସାଦ ମହାରଣା ବରେଣ୍ୟ ଅତିଥି ଓ ଜଗତସିଂହପୁର ଜିଲ୍ଲା କୁଜଙ୍ଗର ସୁସାହିତ୍ୟିକ ସୁରେଶ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ଥିଲେ । ପ୍ରତିଭାବାନ କଣ୍ଠଶିଳ୍ପୀ ପ୍ରତାପ କିଶୋର ରାଇତଙ୍କ ଆବାହନୀ ସଙ୍ଗୀତର ତାଳେ ତାଳେ ମୁଖ୍ୟ ଅତିଥିଙ୍କ ତାଳି ପାଇବା ପାଇଁ ଲେଖିବା ନାହିଁ କବିତା ବରଂ ହୃଦୟକୁ ଛୁଇଁଲା ଭଳି ଲେଖିବା କବିତା କଥା ସଭିଙ୍କ ହୃଦୟକୁ ଛୁଇଁଥିଲା । ନବରଙ୍ଗପୁର ଜିଲ୍ଲାର ପ୍ରତିଭାଧାରିଣୀ ସ୍ୱାଗତିକା ସାହୁ ଓ ବାଲେଶ୍ୱର ଜିଲ୍ଲା ପ୍ରତିଭାଧାରିଣୀ ତାନଶ୍ରୀ ପାଣିଗ୍ରାହୀଙ୍କ ବଳିଷ୍ଠ ସଂଯୋଜନାରେ ଅରୁନ୍ଧତୀ ଲେଙ୍କା, ଅଂଶୁମାନ ସ୍ବାଇଁ, ଶାନ୍ତିଲତା ପଣ୍ଡା, ସନ୍ତୋଶିନୀ ଦାଶଙ୍କ ସମେତ ବିଭିନ୍ନ ଜିଲା ଓ ରାଜ୍ୟ ବାହାରୁ ମୋଟ ୩୭ଜଣ କବିତା ଆବୃତ୍ତି କରିଥିଲେ । ପ୍ରତାପ କିଶୋର ରାଉତ, ସୁଦ୍ରୁମା ପଣ୍ଡା ଓ ଜନରଞ୍ଜନ ପ୍ରଧାନଙ୍କ ସଂଗୀତ ଅନନ୍ୟା ଆସରକୁ ମାଧୁର୍ଯ୍ୟ ଭରା କରିଥିଲା । ଏହି ଅନଲାଇନ ଗୁଗୁଲି ମିଟ୍ କାର୍ଯ୍ୟକ୍ରମରେ ପ୍ରତ୍ୟେକ କବି କବୟିତ୍ରୀଙ୍କ ୨୦୨୨ ମସିହାର କିଛି ସ୍ମୃତି କିଛି ଅନୁଭୂତି ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା । ଏହି କାର୍ଯ୍ୟକ୍ରମରେ ଶୁଭେଚ୍ଛା ବାର୍ତ୍ତା ହାସ୍ୟମୟୀ ରାଜ ଦେଇଥିବା ବେଳେ ଅନୁଷ୍ଠାନ ବାର୍ତ୍ତା ପ୍ରଭଞ୍ଜନ ତ୍ରିପାଠୀ ଓ ବିଷ୍ଣୁପ୍ରସାଦ ମିଶ୍ର ଶାନ୍ତିପାଠ କରିଥିଲେ । ଏ କାର୍ଯ୍ୟକ୍ରମକୁ ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ପର୍ଯ୍ଯବେକ୍ଷଣ କରିଥିଲେ । ଅନନ୍ୟାର ପ୍ରତ୍ୟେକ ସଦସ୍ୟ/ ସଦସ୍ୟା ଆନନ୍ଦରେ ନବବର୍ଷ ପାଳନ କରିଥିବା ବେଳେ ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ମା ତାରିଣୀଙ୍କୁ ବିନତୀ ଜଣାଇଥିଲେ । ଶେଷରେ ପ୍ରାଣବନ୍ଧୁ ରାଉତଙ୍କ ଧନ୍ଯବାଦ ଅର୍ପଣ ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଳାହାଣ୍ଡି ତୃତୀୟ ପର୍ଯ୍ୟାୟ ରେ ସାମିଲ ହେଲା ୧୧୫ ଉଚ୍ଚ ବିଦ୍ୟାଳୟ

ଆନ୍ଧ୍ର ରୁ ଅଯୋଧ୍ୟା ବାହାରିଲେ ୭୫ ବର୍ଷୀୟ ବାବାଜୀ ଏବଂ ତାଙ୍କ ସହଯୋଗୀ

masiha

ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏନ୍ଏସ୍ଏସ୍ ତିନି ଦିନିଆ ସ୍ଵତନ୍ତ୍ର ଶିବିର 

Sunil Chandra Nayak

Leave a Comment

error: Content is protected !!