ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସନ୍ତୋଷ କୁମାର ସାହୁ ଙ୍କ କବିତା// ସ୍ୱାଗତମ ନବବର୍ଷ

ସ୍ୱାଗତମ ନବବର୍ଷ

        ସନ୍ତୋଷ କୁମାର ସାହୁ

କିଏସେ କହିଛି ସମୟକୁ କୁହ
ଗଡ଼େ ବର୍ଷ ମାସ ଦିନ
ଅବିରାମ ଗତି ସମୟର ଚିହ୍ନ
ବରଷ ବାଇଶି ଶୂନ୍ୟ।
ନବରୁପ ଧରି ତେଇଶି ଆସିଛି
ଧରି ନୂଆ ଯଉବନ
ପ୍ରୀତିର ସମ୍ଭାର ଆନନ୍ଦ ଉତ୍ସବ
ପାଳେ ଆଜି ସର୍ବଜନ।
ସବୁ ବର୍ଷ ପରି କ୍ୟାଲେଣ୍ଡର ଗଡେ
ମୁହୁର୍ତ୍ତ ଅତୀତ ହୁଏ
ନିଃଶ୍ୱାସ ପ୍ରଶ୍ୱାସ ଆତଯାତ ପରି
ସମୟ ସଂକେତ ଦିଏ।
ଜୀବନର ଗତି ରଙ୍ଗମଞ୍ଚ ନୀତି
ଉତ୍ଥାନ ପତନ ରୀତି
କାହା ଭାଗ୍ୟେ କିଶ ଲେଖିଅଛି ବିହି
କପାଳ ଲିଖନ ଭିତ୍ତି।
ଅଢେଇ ଦିନିଆ ସଂସାର ଜଞ୍ଜାଳ
ଭାବୁକ ହୁଅନା କେହି
ସ୍ଵଳ୍ପ ସମୟକୁ କିର୍ତ୍ତୀମୟ କର
ଅପେକ୍ଷାର ଅନ୍ତ କାହିଁ।
ଈର୍ଷା ରାଗ ଦ୍ୱେଷ ହେଉ ଅବଶେଷ
ଅତୀତକୁ ଭୁଲି ଯାଅ
ଶାନ୍ତି ମୈତ୍ରୀ ପ୍ରୀତି ପ୍ରଗତି ସଂହତି
ପ୍ରତି ମନେ ବିଞ୍ଚିଯାଅ।
ନୂଆ ସମ୍ଭାବନା ନୂତନ ବାଞ୍ଛନା
ହେଉ ସଦା ଜାଗରତ
ପ୍ରତ୍ୟେକ ମଣିଷ ଜାଗିଉଠ ବାରେ
କର୍ମ କର ଅବିରତ।
ବରଷ ତେଇଶି ଆସିଛି ଆନନ୍ଦେ
ଆଣିଛି ଉଲ୍ଲାସ ହର୍ଷ
ସ୍ବାଗତ ସ୍ବାଗତ ସମୃଦ୍ଧି ଐଶ୍ୱର୍ଯ୍ୟ
ସ୍ୱାଗତମ ନବବର୍ଷ

ନବରଙ୍ଗପୁର

Related posts

ଅପର୍ତ୍ତି ସେଠୀ ଙ୍କ କବିତା // ମୋ ହଜିଲା ଦିନ

Sunil Chandra Nayak

ଭାଗବତ ପ୍ରସାଦ ଙ୍କ କବିତା // ଜାଗରଯାତ୍ରା / ଉଜାଗର ଯାତ୍ରା

Sunil Chandra Nayak

କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ଙ୍କ କବିତା // ଆସ ହେ ନୂଆ ବରଷ

Sunil Chandra Nayak

Leave a Comment

error: Content is protected !!