ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅପର୍ତ୍ତ ସେଠୀ ଙ୍କ କବିତା// ଡୁଆଲ ସିମ୍

     ଡୁଆଲ ସିମ୍

        ଅପର୍ତ୍ତ ସେଠୀ

           (ରମ୍ଯରଚନା)
ଭାଇ !
ବାହାଘର ମଜା ଆଜି ମୁଁ ଚାଖୁଛି
      ମୋ ଭଳି କେ ସୁଖୀ ଅଛି,
ଚନ୍ଦା ମୁଣ୍ଡେ ମୋର ସାଇଁ ସାଇଁ ଦେଖ
      ପାନିଆଟା ଦ‌ଉଡୁଛି।
ସତେ କି ମୁଁ ଗୋଟେ ଦୁହାଁଳିଆ ଗାଈ
       ସବୁବେଳେ ହୁଏ ଦୁହାଁ,
କ୍ଷୀର ନୁହେଁ ନାଲି ରକତ‌ ମୋଠାରୁ‌
       ନିତି‌ ଶୋଷା ହୁଏ ଯାହା।
ନିଜେ ତ ଅର୍ଜିଛି କାହାକୁ କହିବି 
       ଦୁଇ ନାବେ ଗୋଡ଼ ଦେଇ,
ଭାଗ୍ଯଦୋଷ ନୁହେଁ କର୍ମ ଫଳ ଭାଇ
      ଭୋଗୁଅଛି‌ ଆଜି ମୁହିଁ।
ଆଉ ମୁଁ କେମିତି କୁହ ଉଧେଇବି
       ଦୁଇଟି ମୋ ଘର ବାଲି,
ଜଣେ ଗୋରୀଟିଏ ଗଜ ମୁରୂଖକୁ
       ଅଧା ପାଠୋଇଟି‌ କାଳୀ।
ଭାଗ ବଣ୍ଟା ଚିଜ ହୋଇଛି ମୁଁ ଆଜ
       ମୁଁ.. ମୋର ହେଇ ନାହିଁ,
ଡୁଆଲ‌ ସିମ୍‌କୁ ମୁଁ ଭଙ୍ଗା ଫୋଅନ୍
       ଚାର୍ଜ ଜମା ରଖୁନାହିଁ।
ରୁମଛଲା କୁତା‌ ଭଳି ମୋ ଅବସ୍ଥା
       ଯାହା କହିଲେ ନ ଚଳେ,
ମୋ ଛ‌ଲା ରୁମରେ ପେଟ୍ରୋଲ ସିଞ୍ଚନ୍ତି
       ଦୁଇ ସ୍ତ୍ରୀ ସବୁବେଳେ।
କାଳି ହାତେ ଶୋହେ ବେଲଣାକାଠିଟି
       ଗୋରୀହାତେ ପୁଣି ଝାଡ଼ୁ,
ମୋ ଦିନ ସରୁଛି କାଳି ଗୋରୀଙ୍କର
       ଗୋଡ଼ ଖାଲି ମୋଡୁ‌ ମୋଡୁ‌।
ଗାଲରେ ପୁରେଇ ପାନ ଖିଲ ଖଣ୍ଡ
       ଗୋଡ଼ ପରେ ଗୋଡ଼ ଥୋଇ,
ହୁକୁମ ‌ଦିଅନ୍ତି ଘର ଖରିକିବା‌
       ବାସନ ମାଜିବା‌ ପାଇଁ।
ଶାଢୀ ବ୍ଲାଉଜ ଓ ସାୟା‌ ଧୋଇଧୋଇ
       ହାତ ମୋର ଯାଏ ଖାଇ,
ଚିକେନ ମଟନ ଖାଇ କାଳୀ ଗୋରୀ
        ଖଟେ ମାରୁଥାନ୍ତି ହାଇ‌।       
ମୋତେଲାଗେ ଝାଡୁ ଏହାଙ୍କ ହାତରେ
        ଧୂଳି ସଫା ପାଇଁ ନୁହେଁ,
ବରଂ ସେହି ଝାଡ଼ୁ ସ୍ଵାମୀ ସଫା ପାଇଁ
        ତାଙ୍କ ହାତେ ଶୋଭା ପାଏ।
ପୋଷା ବିରାଡିଟି‌ ଭଳି ଭାଇ ମୁହିଁ
        ଲାଞ୍ଜକୁ ହଲେଇ ବଞ୍ଚେ,
ଗଣ୍ଡେ ଖାଇ ଦଣ୍ଡେ ଜିଇଁବା ପାଇଁକି
        ଅନିଚ୍ଛା ହସ ମୁଁ ହସେ।
ସ୍ମାଆର୍ଟ୍ ଏଲିଇଡି ଟିଭି ଦୁଇଟି ମୋ
       ମୁଁ ତାଙ୍କ ରିମୋଟ୍‌ଟିଏ,
ଦୁଇ ଚାରି ଥର ବଟନ୍ ଚିପିଲେ
       ଚେନେଲ ମୋ ଧରିଥାଏ।
କଷ୍ଟ ଯନ୍ତ୍ରଣାର ସଂଜ୍ଞାଟି ମୋଠାରୁ
       ଭଲ କି ବୁଝିଛି କିଏ,
ମୁଣ୍ଡରେ କାନ୍ଧରେ ଦୁଃଖ ବୋଝ ଲଦି
       ପାହାଡ଼ ମୁଁ ଚଢୁଥାଏ।
ଅଛି ଟିକେଦୋଷ ମୋହର ଅବଶ୍ୟ
       ୟାକୁ କି ଫାଙ୍କି ପାରିବି,
ଏବେବି ମୋହର କହେ ଦୁଷ୍ଟ ଆଖି
       ସୁନ୍ଦରୀ ଝିଅ ଦେଖିବି।
ଏମିତି ଝିଅଙ୍କୁ ଦେଖି ଦେଖି କେତେ
       ଆଖି ଠାର ମାରିଅଛି, 
ସେ ଲାଗି ଚପଲ ଅନେକ ଖାଇଛି
       ଗର୍ବରେ ମୁଁ କହୁଅଛି।
କାଳି ଗୋରୀ ପ୍ରେମ ଦି’ଆଡୁ ପାଇବି
       କେତେ ଆଶା କରିଥିଲି,
ମହିଷା‌ମର୍ଦ୍ଦିନୀ ଜଣେ ଘରେ ମୋର
       ଆଉ ଜଣେ ମାଆ କାଳୀ।
ଭାରି ଡେଞ୍ଜର ଏ ଦୁଇ ଆଇଟମ୍
      ଜଣେ ବାତ୍ୟା ଜଣେ ବନ୍ୟା,
ଜଣେ ଉଡେଇଲା ମୋ ମୁଣ୍ଡରୁ ଚୂଳ
      ଜଣେ ଉଡାଏ ମୋ ବାନା।
ଜଣେ ଚାହୁଁ ଥାଏ ନନ୍‌ଭେଜ୍ ଖାଇବ
     ଜଣେ କହେ ଚାଉମିନ୍,
ଜଣେ ଝିଙ୍କୁଥାଏ ଡାହାଣ ହାତ ମୋ
     ଜଣେ ବାମ ନିଏ ଟାଣି।
ଯାତ୍ରାମେଳା ବୁଲି ମୋ ସାଙ୍ଗରେ ଦୁଇ
      ମେଢ଼ ଯାଉଥିଲା ବେଳେ,
ଜାଣିପାରେ ନାହିଁ ଟୋକାଙ୍କ ମେଲଣ
      ଲାଗିଥାଏ ସେତେବେଳେ।
ହାତ ଯୋଡ଼ି କହେ ଡୁଆଲ ସିମ୍‌ରେ
      ବାଲାନ୍‌ସ ମେଣ୍ଟେନ କର,
ସଫିସେଣ୍ଟ୍‌ ଟଙ୍କା ଆଗରେ ଥୋଇକି
      ଟିପୁଥାଅ ଯେତେ ଥର।
            (କ୍ରମଶଃ…….)

 ପାଳକଣା‌, କୋରୋ‌, କେନ୍ଦ୍ରାପଡା

   

Related posts

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା = ସମ୍ପର୍କ

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା// ସ୍ୱାଗତମ ନବବର୍ଷ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା // ଅବୁଝା ରାଈ

Sunil Chandra Nayak

Leave a Comment

error: Content is protected !!