ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କବିତା ଦାଶ ଙ୍କ କବିତା  l l l ଅଭିନନ୍ଦନ l l l

 l l l ଅଭିନନ୍ଦନ l l l

              କବିତା ଦାଶ 

ନୂଆ ରୂପ ନୂଆ ରଙ୍ଗେ 
ସୃଷ୍ଟିକୁ ସଜାଇ 
ନୂଆ ବର୍ଷ ଆସୁ 
      ଶୁଭଙ୍କରୀ ସାଜି ,
ଝରି ପଡୁ ଥାଉ 
ପ୍ରତିଟି ଜୀବନ ଚଲାପଥ ପରେ 
ବିଭୁ କରୁଣାର 
       କୁସୁମ ରାଜି ।
ନୂତନ ସୂର୍ଯ୍ୟର ନୂତନ ଆଲୋକେ 
ନୂତନ ଚାନ୍ଦର ନୂତନ ପୁଲକେ 
ଦୁଃଖ କ୍ଲେଶ ଅମାରତି 
         ଘୁଞ୍ଚିଯାଉ ଦୁରେ 
ବିଶ୍ୱପ୍ରିତି ଜାଗି ଉଠୁ 
ହୃଦୟର ପ୍ରତି ସ୍ପନ୍ଦନରେ ।
ପ୍ରାଣେ ପ୍ରାଣେ .,……..
           ମମତାର ମନ୍ଦାକିନୀ ଛୁଟୁ
            ପ୍ରୀତିର କଦମ୍ବ ଫୁଟୁ 
          ଝଲ୍ ମଲ୍ ହୋଇଉଠୁ 
                     ସୁନେଲି ସପନ 
ଅସରନ୍ତି ନୀଳିମାରେ 
ଭରିଯାଉ ପ୍ରତିଟି ଜୀବନ ।
ସକଳ ପୂର୍ଣ୍ଣତା ର ପ୍ରାପ୍ତି ରେ 
ଗଢି ଉଠୁ ନୂତନ ଜୀବନ 
   ନୂଆବର୍ଷେ …..
        ଏତିକି ମୋ 
                 ଅଭିନନ୍ଦନ ।

                କବିତା ଦାଶ

                    ନିରାକାରପୁର

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା = ଜୟ ସୀତା ରାମ 

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା _ଶୀତ ସକାଳ _

Sunil Chandra Nayak

ତ୍ରିଲୋଚନ ପାଢୀ ଙ୍କ କବିତା // ମହାଶିବରାତ୍ରି ମହାଜାଗର

Sunil Chandra Nayak

Leave a Comment

error: Content is protected !!