l l l ଅଭିନନ୍ଦନ l l l
କବିତା ଦାଶ
ନୂଆ ରୂପ ନୂଆ ରଙ୍ଗେ
ସୃଷ୍ଟିକୁ ସଜାଇ
ନୂଆ ବର୍ଷ ଆସୁ
ଶୁଭଙ୍କରୀ ସାଜି ,
ଝରି ପଡୁ ଥାଉ
ପ୍ରତିଟି ଜୀବନ ଚଲାପଥ ପରେ
ବିଭୁ କରୁଣାର
କୁସୁମ ରାଜି ।
ନୂତନ ସୂର୍ଯ୍ୟର ନୂତନ ଆଲୋକେ
ନୂତନ ଚାନ୍ଦର ନୂତନ ପୁଲକେ
ଦୁଃଖ କ୍ଲେଶ ଅମାରତି
ଘୁଞ୍ଚିଯାଉ ଦୁରେ
ବିଶ୍ୱପ୍ରିତି ଜାଗି ଉଠୁ
ହୃଦୟର ପ୍ରତି ସ୍ପନ୍ଦନରେ ।
ପ୍ରାଣେ ପ୍ରାଣେ .,……..
ମମତାର ମନ୍ଦାକିନୀ ଛୁଟୁ
ପ୍ରୀତିର କଦମ୍ବ ଫୁଟୁ
ଝଲ୍ ମଲ୍ ହୋଇଉଠୁ
ସୁନେଲି ସପନ
ଅସରନ୍ତି ନୀଳିମାରେ
ଭରିଯାଉ ପ୍ରତିଟି ଜୀବନ ।
ସକଳ ପୂର୍ଣ୍ଣତା ର ପ୍ରାପ୍ତି ରେ
ଗଢି ଉଠୁ ନୂତନ ଜୀବନ
ନୂଆବର୍ଷେ …..
ଏତିକି ମୋ
ଅଭିନନ୍ଦନ ।
କବିତା ଦାଶ
ନିରାକାରପୁର