ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ରାକେଶ ସାହୁଙ୍କ କବିତା // ଗୋଲାପ ଦିବସ

   ଗୋଲାପ ଦିବସ

  ମନ ଚିଠି ଗୋଲାପ ପ୍ରେମ ପର୍ବ 

ଗୋଲାପୀ ଗୋଲାପୀ ଦିଶେ ଚଉଦିଗ
ଗୋଲାପ ମୁହଁରେ ହସ,
ଦିବସଟେ ଅଛି ତା’ ଲାଗି ବୋଲି ସେ
କରୁଛି ସଭିଙ୍କୁ ବଶ।
କାହା ପାଇଁ କିଏ ଦେଉଛି ଗୋଲାପ
ମୁଁ ଦିଏ ତୁମରି ପାଇଁ,
ପ୍ରତି ପାଖୁଡ଼ାରେ ଲେଖି ତୁମ ନାଆଁ
ଭେଟି ଦେବି ହେ ଗୋସାଇଁ ।
କାଳିଆ ମୁହଁକୁ ଗୋଲାପର ହାର
ଦିଶିବ କେଡେ ସୁନ୍ଦର,
ଷୋହଳ ନାମକୁ ଥର ଥର ଜପି
ଗୁନ୍ଥିବି ଗୋଲାପ ହାର।
ମୋ ମନ ଭାବକୁ ଗୋଲାପି ଅକ୍ଷରେ
ଗୋଲାପ ଚିଠିରେ ଲେଖି,
ମନ ପ୍ରାଣ ତୁମ ପଦ୍ମ ପୟରରେ
ଭେଟି ଦେବି ଚକାଆଖି।।

ରାକେଶ ସାହୁ 

ଖୋର୍ଦ୍ଧା, ବାଣପୁର, ଚିଲିକା 

 

 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ// ଶିବଙ୍କ ଜଣାଣ

Sunil Chandra Nayak

ସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା l l l ନବ ବର୍ଷ l l l

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା // ସକାଳର ଜଣାଣ // କାମନା ବାସନା

Sunil Chandra Nayak

Leave a Comment

error: Content is protected !!