ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗ ପକ୍ଷରୁ ଚଡାଉ ,ଜଣେ ଯୁବକ ଗିରଫ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନଙ୍କ ନିର୍ଦେଶ କ୍ରମେ ଖଡ଼ିଆଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ବହୁତ ପରିମାଣରେ କଫ ସିରଫ ଜବତ କରିଥିବା ଜଣା ପଡ଼ିଛି । ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ଯେ ସୋମବାର ଦିବା ୧୨ ଘଣ୍ଟା ସମୟରେ ଖଡ଼ିଆଳ ବରଗାଁ ଛକ ଠାରେ ଜଣେ ଯୁବକ ସନ୍ଦେହ ଅବସ୍ଥାରେ ବୁଲୁଥିବା ବେଳେ ଅବକାରୀ ଉପନିରୀକ୍ଷକ ଡମ୍ବରୁଧର ହରିଜନଙ୍କ ନେତୃତ୍ୱରେ ଚଢ଼ାଉ କରି ବରଗାଁର ରୁନା ପଣ୍ଡା (୨୬) କୁ କାବୁ କରିଥିଲେ । ରୁନାଙ୍କ ବେଗରେ ୧୫୦ ବୋତଲ କଫ ସିରପ (ଏକ ସହ ମିଲିଗ୍ରାମ) ବିଶିଷ୍ଟ ୧୫ ଲିଟର ଜବତ କରିଥିଲେ । ଏହି ଚଢ଼ାଉରେ ଏ ଏସ ଆଇ ହିଙ୍ଗୁଳା ଦାସ, ସରୋଜ କଟା, ବୈଜୟନ୍ତି ଶବର, ମୁରଲୀ ଧର ଶବର ଥିବାବେଳେ ଖଡ଼ିଆଳ ପୁଲିସର ସହାୟତାରେ ଚଢ଼ାଉ କରିଥିଲେ । ଯୁବକ ରୁନା ପଣ୍ଡାଙ୍କୁ କୋର୍ଟ ଚାଲାଣ କରିଥିବା ଅବକାରୀ ଉପନିରୀକ୍ଷକ ଶ୍ରୀ ହରିଜନ ପ୍ରକାଶ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବେଆଇନ IMFL କାରବାର ଉପରେ ସଦର ପୋଲିସର ଚଢ଼ାଉ, ଅଭ୍ୟାସଗତ ଅପରାଧୀ ଗିରଫ

Sunil Chandra Nayak

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ;୪୯ ଲି ଦେଶୀ ମଦ ଜବତ ସହ ୩ ଜଣଙ୍କ ନାମରେ ମାମଲା ରୁଜୁ

ନଦୀ ପଠାରୁ ୩୦୦ ଲିଟର ଦେଶୀ ମଦ ସମେତ ୨ ହଜାର ଲିଟର ପୋଚ ଜବତ

Sunil Chandra Nayak

Leave a Comment

error: Content is protected !!