ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

NAC ତାଲିକାରୁ ଖଇରା ବାଦ୍, ଦୃଢ ନିନ୍ଦା କଲେ ଯୁବନେତା ଇଂ. ରାଜେଶ ମୋହକୁଡ 

NAC ତାଲିକାରୁ ଖଇରା ବାଦ୍, ଦୃଢ ନିନ୍ଦା କଲେ ଯୁବନେତା ଇଂ. ରାଜେଶ ମୋହକୁଡ 

ବାଲେଶ୍ଵର,୨୫/୦୨/୨୪- ଗତକାଲି ରାଜ୍ୟ ସରକାର ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର ସିମୁଳିଆ ବ୍ଲକ କୁ NAC ଘୋଷଣା କରିବା ନିହାତି ଭାବରେ ସ୍ଵାଗତ ଯୁଗ୍ୟ କଥା କିନ୍ତୁ ଦୁଃଖ ଓ ପରିତାପର ବିଷୟ ପ୍ରଥମେ ନିର୍ବାଚନ ମଣ୍ଡଳୀରୁ ଖଇରାର ନାମକୁ ହଟାଇ ଖଇରା ବାସୀଙ୍କୁ ନିରାଶ କରିଥିଲେ ପୁଣି ନିର୍ବାଚନ କୁ ଆଖିଆଗରେ ରଖି ଚତୁରତାର ସହିତ ଖଇରା ବାସୀଙ୍କୁ ପ୍ରତାରଣା କରି ସିମୁଳିଆ କୁ NAC ଘୋଷଣା କରିଛନ୍ତି, ଯାହାକି ଖଇରା ବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି l ଯେହେତୁ ଖଇରା ବାସୀ ଆଗାମୀ ନିର୍ବାଚନ ପାଇଁ ପରିବର୍ତ୍ତନର ନିଷ୍ପତି ମନସ୍ଥ କଲେଣି ସେହି କଥାକୁ କାଉଣ୍ଟର କରିବା ପାଇଁ ଚତୁରତାର ସହିତ ଏହି ନିର୍ବାଚନୀ ଗୋଟି ଚାଳନା କରିଛନ୍ତି । ପ୍ରକୃତରେ ଯଦି ନିୟମ ଆଧାରକୁ ଦେଖିବା ଖଇରା ମଧ୍ୟ NAC ହେବାରେ କୌଣସି ଅସୁବିଧା ନାହିଁ କାରଣ ସର୍ବାଧିକ ଜନସଂଖ୍ୟା, ଭୋଟର, ଗ୍ରାମ, ପଞ୍ଚାୟତ, ବଜାର, ଡାକ୍ତର ଖାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଖରାରେ ଯାହାକି ଏକ ତୃତୀୟାଂଶ ହେବ କିନ୍ତୁ ସ୍ଵାଭିମାନୀ ଖଇରା ବାସୀଙ୍କୁ ସରକାର ଓ ପ୍ରଶାସନ ନିରାଶ କରିବା ସହିତ ବିଶ୍ୱାସ ଘାତ କରିଛନ୍ତି । ଏହାକୁ ଦୃଢ଼ ନିନ୍ଦା କରିବା ସହିତ ଆଗାମୀ ଦିନରେ ଖଇରାର ସ୍ବାଭିମାନ ପାଇଁ ଖଇରା ବାସୀ ଦୃଢ଼ ପଦକ୍ଷେପ ନେବା ପାଇଁ ସମସ୍ତ ଏକ ହେବାର ଆବଶ୍ୟକତା ଅଛି ବୋଲି ପ୍ରକାଶ କରିଛନ୍ତି ରାଜ୍ୟ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ତଥା ଯୁବ ସମାଜ ସେବୀ, ଯୁବନେତା ଇଂ. ରାଜେଶ ମହାକୁଡ । ଖଇରା ମାଟି ପାଇଁ ଖଇରା ବାସୀଙ୍କ ପାଇଁ ସଦାସର୍ବଦା କାମ କରୁଥିବା ରାଜେଶ ଆଗାମୀ ଦିନରେ ଖଇରାର ସ୍ବାଭିମାନ ପାଇଁ ଲଢେଇ ଜୋରଦାର କରିବା ନେଇ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାୟଗଡା କ୍ରିକେଟ କ୍ଲବ ପକ୍ଷରୁ ଜିଲ୍ଲାର ପ୍ରଥମ ରାତ୍ରିକାଳୀନ ଆଲୋକିତ କ୍ରିକେଟ ପଡ଼ିଆର ଶୁଭ ଉଦଘାଟନ

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ଜିଲ୍ଲାପାଳ ଶୁଣିଲେ ୪୪ ଗୋଟି ଅଭିଯୋଗ

ରାଉରକେଲାରେ ବିଶ୍ବ ରେଡକ୍ରସ ଦିବସ ପାଳିତ 

Leave a Comment

error: Content is protected !!