ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଫିସ ଖୋଲା ବାବୁ ବାବୁଆଣୀଙ୍କ ଚେୟାର ଫାଙ୍କା । ଲୋକଙ୍କ ପାଇଁ ସକାଳୁଆ ଅଫିସ ଅଧିକାରୀ ମାନଙ୍କର ଦେଖା ନାହିଁ

ଅଫିସ ଖୋଲା ବାବୁ ବାବୁଆଣୀଙ୍କ ଚେୟାର ଫାଙ୍କା । ଲୋକଙ୍କ ପାଇଁ ସକାଳୁଆ ଅଫିସ ଅଧିକାରୀ ମାନଙ୍କର ଦେଖା ନାହିଁ 

ହିଞ୍ଜିଳିକାଟୁ,୪/୬ : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ମାସ ୧୧ ତାରିଖରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସକାଳୁଆ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସକାଳ ୯ ଟା ସୁଦ୍ଧା ବାବୁ ବାବୁଆଣୀ ମାନଙ୍କର ଦେଖା ମିଳୁନି , ଅନ୍ୟ କେଉଁଠି ସକାଳ ୮ ଟା ସୁଦ୍ଧା କାର୍ଯ୍ୟାଳୟ ସମ୍ମୁଖରେ ତାଲା ଝୁଲୁଥିବାର ଦେଖିବାକୁ ମିଳୁଛି। ତେବେ ସକାଳୁଆ ଅଫିସ କେବଳ ନାମ ମାତ୍ରକୁ ଖୋଲାଯାଉଥିବା ନେଇ ଜନ ସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟ ସକାଳ ୭ ଘଣ୍ଟା ସମୟରୁ ଅଫିସ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଖୋଲା ଯିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ସରକାରୀ କାର୍ଯ୍ୟାଳୟକୁ ବହୁ ଦୂର ଦୂରାନ୍ତରୁ ଲୋକେ ନିଜର ମୂଲ୍ୟବାନ ସମୟ ବାହାର କରି ନିଜର ସମସ୍ୟା ଅଥବା ଅଭିଯୋଗ ନେଇ ସରକାରୀ କାର୍ଯ୍ୟାଳୟକୁ ଆସୁଥିବାବେଳେ କାର୍ଯ୍ୟାଳୟରେ ବାବୁ ବାବୁଆଣୀ ଚୌକି ଖାଲି ପଡ଼ିଥିବା ଦେଖି ବହୁ ସମୟଧରି ଅପେକ୍ଷା କରି ଶେଷରେ ନିରାଶ ହୋଇ ଘରକୁ ଫେରୁଛନ୍ତି । ଏହଲି କିଛି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ରେ ସକାଳ ୮ ଟା ସୁଦ୍ଧା ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟରେ ଅଧିକାରୀ ବାବୁଙ୍କ ଦେଖିନଥିଲା । ତେବେ ଏଭଳି ଘଟଣା ହିଞ୍ଜିଳିକାଟୁ ଅଞ୍ଚକରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଯେପରି ସିଡିପିଓଙ୍କ ପ୍ରକୋଷ୍ଠ,ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ,କୃଷି ସୂଚନା କେନ୍ଦ୍ର, ଉପ କୋଷାଗାର ଅଫିସ ଓ ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟରେ ବିଭିନ୍ନ ସମୟରେ ସକାଳ ୯ ଟା ସୁଦ୍ଧା ବାବୁ ବାବୁଆଣୀ ମାନଙ୍କ ଦେଖା ମିଳୁନି । କାର୍ଯ୍ୟାଳୟ ଖୋଲାଥିଲେ ମଧ୍ୟ ଚୌକି ଟେବୁଲ ଫାଙ୍କା ପଡିଥିବାର ଦେଖିବାକୁ ମିଳୁଛି । କେବଳ ସେତିକି ନୁହଁ, କିଛି ଅଫିସ ଆଗରେ ସାଢେ ୮ ଅଥବା ୯ଟା ପର୍ଯ୍ୟନ୍ତ ତାଲା ଝୁଲୁଥିବାର ଚିତ୍ର ଅନେକ ସମୟରେ ଦେଖିବାକୁ ମିଳୁଛି। ତେବେ ଏନେଇ ପୂର୍ବରୁ ମଧ୍ୟ ହିଞ୍ଜିଳିକାଟୁ ସିଡିପିଓ କାର୍ଯ୍ୟାଳୟକୁ ବିଳମ୍ବରେ ଆସିବାକୁ ନେଇ ଏକ ବିବାଦ ସୃଷ୍ଟି ହୋଇଥିଲା ଯାହାର ବିଡିଓ ବିଭିନ୍ନ ସୋସିଆଲ ମିଡିଆ ରେ ଭାଇରାଲ ମଧ୍ୟ ହୋଇଥିଲା ଏବଂ ଏହାକୁ ନେଇ ବିଭିନ୍ନ ଖବର କାଗଜରେ ଖବର ପ୍ରସାରଣ ହୋଇଥିଲା। ସାଧାରଣ ଲୋକେ ସିଡିପିଓ ଅଧିକାରିଣୀ ଙ୍କୁ କାର୍ଯ୍ୟାଳୟକୁ ବିଳମ୍ବରେ ଆସିବାର କାରଣ ପଚାରିଥିଲେ ଏବଂ ସେ କହିଥିଲେ କୌଣସି ଫିଲଡ଼ କାମରେ ବାହାରକୁ ଯାଇଥିବା କହିଥିଲେ । ତେବେ ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ମାନେ ଅଫିସ କୁ ଠିକ୍ ସମୟରେ ଆସୁନଥିବାର କାରଣ ପଚାରିଲେ କେହି କେହି ଅଫିସରେ ବାବୁ ଫିଲଡ଼ କାମରେ ବାହାରକୁ ଯାଇଥିବା ଉତ୍ତର ଆସୁଛି | ଅନ୍ୟପକ୍ଷରେ ଅଧିକାଂଶ କର୍ମଚାରୀ ମୁଖ୍ୟାଳୟ ଛାଡ଼ି ବ୍ରହ୍ମପୁରରୁ ଯିବା ଆସିବା କରୁଥିବାବେଳେ ସକାଳ ୭ ଟା ସୁଦ୍ଧା କାର୍ଯ୍ୟାଳୟରେ ଆସିବା ସମ୍ଭବ ହୋଇପାରୁନି | ବିଭିନ୍ନ ସମୟରେ କେଉଁ ଅଧିକାରୀ ମାନେ ଅଫିସରେ ଉପସ୍ଥିତ ରହୁଛନ୍ତି ଏବଂ କେଉଁ ଅଧିକାରୀ ମାନେ ଟୁର ରେ ଯାଉଛନ୍ତି ଏ ନେଇ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ମରାଯିବାର ନିୟମ ରହିଛି ହେଲେ ତାହା ମଧ୍ୟ ମରା ଯାଉନି । ତେବେ ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ମାନଙ୍କ ଏଭଳି ମନମୁଖୀ କାର୍ଯ୍ୟ ଚାଲି ଆସୁଥିବାବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ବାୟୋମେଟ୍ରିକ ବ୍ୟବସ୍ଥା ସହ ଫେସ ଆଇଡି ଉପସ୍ଥାନ କୁ ନେଇ ସମସ୍ତ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ଅନ୍ୟପକ୍ଷରେ ସ୍ୱତନ୍ତ୍ର ଟିମ୍ ଗଠନ କରି ସମସ୍ତ ସରକାରୀ ଅଫିସକୁ ଅଚାନକ ପରିଦର୍ଶନ କରିବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଦେଖିବାକୁ ରହିଲା ଜିଲ୍ଲା ପ୍ରସାଶନ ଏହା ଉପରେ କେତେ ଗୁରୁତ୍ବ ଦେଉଛନ୍ତି ।

Related posts

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତିର ରାୟଗଡ ଜିଲ୍ଲାର ୪୩୭୪୨ଜଣକୁ ୮କୋଟି ୭୪ଲକ୍ଷ ଟଙ୍କା ପ୍ରଦାନ 

masiha

କର୍ଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଡାବୁଗାଁ ରେ ବିଶ୍ୱ ପରିବେଶ ଦିବସ ପାଳିତ

Leave a Comment

error: Content is protected !!