ବନ୍ଧୁଗାଁ ତା,୨୯।୦୬।୨୩ // , ବନ୍ଧୁଗାଁ ବ୍ଲକ ପେଦାଅଲଡା ପଞ୍ଚାୟତର ଜାଗଗୁଡା ଗ୍ରାମରେ ସାପ ଚୋଟରେ ଜଣକର ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ମୃତ ଯୁବକଙ୍କ ନାମ ପାଲକା ଲାଛମା। ଖବର ନେବାରେ ଜଣା ପଡିଛିକି ଲାଛମା ସବୁ ଦିନ ଭଳି ଗତ କାଲି ରାତିରେ ନିଜ ଘରୁ ଚାଷ ଜମିରେ ଥିବା କୁଡିଆକୁ ଶୋଇବାକୁ ଜାଇଥିଲେ । ସେଠାରେ ଶୋଇଥିବା ଅବସ୍ଥାରେ ଗୋଟେ ସାପ ତାଙ୍କୁ ଚୋଟ ମାରିବାରୁ ସିଏ ଉଠି ପଡି ସାପଟିକୁ ମାରି ଦେଇ ଶୋଇ ପଡିଥିଲେ । ହେଲେ ସକାଳୁ ଯାଇ ପରିବାର ଲୋକେ ଉଠାଇବା ବେଳକୁ ତାଙ୍କର ପ୍ରାଣବାୟୁ ଉଡି ଜାଇଥିଲା । ଏନେଇ ପରିବାର ତରଫରୁ ବନ୍ଧୁଗାଁ ଥାନାରେ ଅଭିଯୋଗ କରିବା ପରେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବର୍ତମାନ ତାଙ୍କ ସ୍ତ୍ରୀ ଓ ଦୁଇଟି ଝିଅ,ଗୋଟିଏ ପୁଅ ଏବେ ପୁରା ଅସହାୟ ହୋଇ ପଡିଥିବା ବେଳେ ସରକାରି ସାହାଯ୍ୟ ଜୋଗାଇଦେବାକୁ ଗ୍ରାମବାସି ଦାବି କରିଛନ୍ତି ।
next post