ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବ୍ଲକରେ ୧୭ ଟି ମଡେଲ ବୁଥ 

ଡାବୁଗାଁ ବ୍ଲକରେ ୧୭ ଟି ମଡେଲ ବୁଥ 

ଡାବୁଗାଁ, ୧୨/୫ (ମ.ନି.ସ.)- ରାତି ପାହିଲେ ସୋମବାର ଲୋକସଭା ଓ ବିଧାନସଭା ଆସନ ପାଇଁ ଓଡିଶାରେ ପ୍ରଥମ ପର୍ଯ୍ୟ|ୟ ନିର୍ନାଚନ କରାଯିବ | ଏହି କ୍ରମରେ ନବରଙ୍ଗପୁର ଲୋକସଭା ଏବଂଏହା ଅଧୀନରେ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ମତଦାନ ହେବ | ଡାବୁଗାଁ ବ୍ଲକରେ ସକାଳ ୭ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ | ଏଥିପାଇଁ ରବିବାର ସନ୍ଧ୍ୟା ୬ ଟା ପୂର୍ବରୁ ସୁରକ୍ଷିତ ଭାବ ପ୍ରତି ବୁଥରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି | ପୋଲିସ ର କଡା ସୁରକ୍ଷା ମଧ୍ୟରେ ପୋଲିଂ ପାର୍ଟି ଏବଂ ଇଭିଏମ ବୁଥରେ ପହଞ୍ଚିଛି | ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅଧୀନ ଡାବୁଗାଁ ବ୍ଲକ ର ସମସ୍ତ ବୁଥରେ ପୋଲିଂ ଅଧିକାରୀ ମାନେ ପହଞ୍ଚି ଛନ୍ତି | ଡାବୁଗାଁ ବ୍ଲକରେ ୫୫ ଟି ଭୋଟ ଗ୍ରହଣ କେନ୍ଦ୍ର କରାଯାଇଛି | ସେଥି ମଧ୍ୟରୁ ୧ ଟି ସଖୀ ବୁଥ, ୧ ଟି ପିଡବ୍ଲ୍ୟୁଡି ବୁଥ, ୧୧ ଟି ଇକୋ ଫ୍ରେଣ୍ଡଲୀ ବୁଥ, ୩ ଟି ଏଥିନିକ ବୁଥ ଓ ୧ ଟି ଅଦରଥିମ୍ସ ବୁଥ ରହିଛି | ମୁକ୍ତ, ଅବାଧ ଓ ନିରପେକ୍ଷ ମତଦାନ ପାଇଁ ପ୍ରଶାସନ ସଜାଗ ରହିଛି | ଡାବୁଗାଁ ବ୍ଲକ ପାଇଁ ବିଡିଓ ଶରତ ମାଝି ନିର୍ବାଚନ ପରିଚାଳନା କରୁଛନ୍ତି | ଡାବୁଗାଁ ବ୍ଲକରେ ପ୍ରାୟ ୮୬,୩୪୪ ଜଣ ଭୋଟର ଅଛନ୍ତି | ଏକା ସାଙ୍ଗରେ ବିଧାନସଭା ଓ ଲୋକସଭା ପାଇଁ ମତଦାନ ହେଉଥିବାରୁ ଭୋଟର ୨ ଥର ମତଦାନ କରିବେ | ଏଥିପାଇଁ ଭୋଟର ମାନଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି | ବିଶେଷକରି ପ୍ରଥମ ଥର ପାଇଁ ଯୁବ ଭୋଟର ମତଦାନ କରୁଥିବାରୁ ବେସ ଉତ୍ସାହିତ ଥିବା ଦେଖିବାକୁ ମିଳିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପାର୍ବତୀ ନୋଡାଲ୍ ବିଦ୍ୟାପୀଠ ଆଲୁମିନି କମିଟି ପକ୍ଷରୁ ଦିତୀୟ ବାର୍ଷିକ ସମ୍ବର୍ଧନା ସମାରୋହ 

Sunil Chandra Nayak

ରୋଟାରୀଆନ ତଥା ମନୋଚିକିତ୍ସକ ପ୍ରିତୀ ସାଇନୀଙ୍କ ବିଭିନ୍ନ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ 

masiha

ସଡକ ଦୁର୍ଘଟଣାରେ ମୃତ ବାରହା କୁ ପୋତିଲା ବନ ବିଭାଗ 

Sunil Chandra Nayak

Leave a Comment

error: Content is protected !!