ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଡୁଡା ସମୀକ୍ଷା ବୈଠକ: ଅଗଷ୍ଟ ୧୫ ସୁଦ୍ଧା ପିଏମ୍ଏୱାଇ-୨.୦ ଘର ସମ୍ପୂର୍ଣ୍ଣ ଓ ଗୁଣାତ୍ମକ ନଗର ଉନ୍ନୟନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ନୂଆପଡ଼ାରେ ଡୁଡା ସମୀକ୍ଷା ବୈଠକ: ଅଗଷ୍ଟ ୧୫ ସୁଦ୍ଧା ପିଏମ୍ଏୱାଇ-୨.୦ ଘର ସମ୍ପୂର୍ଣ୍ଣ ଓ ଗୁଣାତ୍ମକ ନଗର ଉନ୍ନୟନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ସମୀକ୍ଷା ବୈଠକ ଶନିବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପିଡି, ଡୁଡା ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।ବୈଠକରେ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନଏସିରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା।ଜିଲ୍ଲାପାଳ ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପ ସମ୍ପର୍କିତ ସମସ୍ତ ସୂଚନା ସହ ପ୍ରଦର୍ଶନ ଫଳକ (Display Board) ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରିତ୍ୟକ୍ତ କୋଠାଘରଗୁଡ଼ିକୁ ଚିହ୍ନଟ କରି ନିୟମାନୁସାରେ ଭଙ୍ଗାଯିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ପିଏମ୍ଏୱାଇ-୨.୦ ଅଧୀନରେ ତିନୋଟି ଏନଏସିରେ ମୋଟ ୮୨୬ଟି ଘର ମଞ୍ଜୁର ହୋଇଥିବା ବେଳେ ସେଗୁଡ଼ିକର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ନିର୍ମାଣାଧୀନ ଘରଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରି ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଯଥାସମ୍ଭବ ଅଧିକ ସଂଖ୍ୟକ ହିତାଧିକାରୀଙ୍କ ଗୃହ ପ୍ରବେଶ ସୁନିଶ୍ଚିତ କରିବାକୁ ସେ କହିଥିଲେ। ସହଯୋଗ ଆପ୍‌ ମାଧ୍ୟମରେ ଘରୋଇ ସର୍ଭେ କାର୍ଯ୍ୟରେ ତିନୋଟି ଏନଏସି ୧୦୦ ପ୍ରତିଶତରୁ ଅଧିକ କିମ୍ବା ସମ୍ପୂର୍ଣ୍ଣ ଲକ୍ଷ୍ୟ ହାସଲ କରିଥିବା ବେଳେ ଏହାର ସଫଳ କାର୍ଯ୍ୟାନ୍ୱୟନ ଉପରେ ସନ୍ତୋଷ ପ୍ରକାଶ କରାଯାଇଥିଲା।ବର୍ଜ୍ୟ ପରିଚାଳନା, ଘରକୁ ଘର ବର୍ଜ୍ୟ ସଂଗ୍ରହ, ଉତ୍ସ ସ୍ତରରେ ବର୍ଜ୍ୟ ପୃଥକୀକରଣ, ପ୍ଲାଷ୍ଟିକ ଜବତ, ‘ମୋ ଖତ’ ଉତ୍ପାଦନ ଓ ବିକ୍ରୟ, ରାଜସ୍ୱ ସଂଗ୍ରହ, ଟାଉନ ପ୍ଲାନିଂ ଅନୁମୋଦନ ଏବଂ ପିଏମ୍ ସ୍ୱନିଧି ଯୋଜନାର ଲକ୍ଷ୍ୟ ପୂରଣ ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ରାଜସ୍ୱ ସଂଗ୍ରହ ବୃଦ୍ଧି, ଯୋଜନାଗୁଡ଼ିକର ଗୁଣାତ୍ମକ ଓ ସମୟବଦ୍ଧ କାର୍ଯ୍ୟାନ୍ୱୟନ ସହ ସହରାଞ୍ଚଳବାସୀଙ୍କୁ ଉନ୍ନତ ନାଗରିକ ସେବା ପ୍ରଦାନ କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।

ବୈଠକରେ ନୂଆପଡ଼ା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡ଼ିଆଳ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା, ଖରିଆର ରୋଡ୍ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକ, ଡୁଡାର ଅଧିକାରୀ ଓ କର୍ମଚାରୀ, ମ୍ୟୁନିସିପାଲ ଇଞ୍ଜିନିୟର, ଏମ୍‌ଆଇଏସ୍ କର୍ମଚାରୀ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଆମରଣ ଅନଶନ ତୃତୀୟ ଦିନରେ ,ସମର୍ଥନ ଦେଇ ଧାରଣାରେ ବସିଲେ ପୂର୍ବତନ ସାଂସଦ ଅର୍କକେଶରୀ

Sunil Chandra Nayak

ମୋଟରସାଇକେଲ ଦୁର୍ଘଟଣା ୧ ମୃତ, ୨ ଆହତ 

Sunil Chandra Nayak

ଉନ୍ନୟନ କାର୍ଯ୍ୟ ରେ ସହମତି ପାଇଁ ଠିକାଦାର ସଂଘ ବୈଠକ 

Leave a Comment

error: Content is protected !!