ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ବାର୍ଷିକ ଉତ୍ସବ ୧୦ ରେ, ଯୋଗ ଦେବେ ରାଜ୍ୟ ଯୋଜନା ମନ୍ତ୍ରୀ 

କଣ୍ଟାବାଞ୍ଜି, ୦୭/୦୭, ଡିକେ ନ୍ୟୁଜ୍: ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ତୃତୀୟ ବାର୍ଷିକ ଉତ୍ସବ ଆସନ୍ତା ୧୦ ଜୁଲାଇ ଦିନ ସ୍ଥାନୀୟ ରୟାଲ ଟୁଲିପ ହୋଟେଲ ପରିସର ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ଓ ସମନ୍ବୟ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ପ୍ରେସ କ୍ଲବ୍ ସମ୍ବଲପୁର ସଭାପତି ତ୍ରିବିକ୍ରମ ପ୍ରଧାନ, ପୂର୍ବତନ ସୈନିକ ଓ ସମାଜସେବୀ ଗିରିରାଜ୍ ସିଂ ମାଝୀ ଓ ମୁଖ୍ୟ ବକ୍ତା ଭାବେ ଶ୍ରୀ ଆଶିଷ ମିଶ୍ର ଓକିଲ ଓଡ଼ିଶା ହାଇକୋର୍ଟ ଯୋଗ ଦେବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ପ୍ରେସ କ୍ଲବ୍ ସଭାପତି ପ୍ରଭଜିତ୍ ସିଂହ ସାଲୁଜା, ସମ୍ପାଦକ ଯୁଗଳ କିଶୋର ଶବର ଜଣାଇଛନ୍ତି। ଏହି ଉତ୍ସବ ବିଶିଷ୍ଟ ଲୋକ ମାନଙ୍କୁ ସମ୍ମାନୀତ ମଧ୍ୟ କରାଯିବ ।ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ସମସ୍ତ କର୍ମକର୍ତ୍ତା ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ତାଇୱାନରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ ଭାରତରୁ ପ୍ରତିନିଧିତ୍ୱ କରିବେ ଶିଳ୍ପୀ ଓମପ୍ରକାଶ ସାହୁ

masiha

ଜଳସେଚନ ଦାବିରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ଚାଷୀ

masiha

ଖଡିଆଳ ସହରର ବରିଷ୍ଠ ନାଗରିକ, ସିଲେଇ ଶିକ୍ଷକ ଝୁମକ ଲାଲ ବର୍ମା ଙ୍କ ଆଜି ୯୪ ବର୍ଷ ବୟସ ରେ ଦେହାନ୍ତ

masiha

Leave a Comment

error: Content is protected !!