ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତିଯାତ୍ରା

ଭାରତୀୟ ସ୍ଵାଧିନତା ସଂଗ୍ରାମର ମହାନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଦେଶପାଇଁ ଅବଦାନ ଅତୁଳନୀୟ ।ବିଶ୍ଵଯୁଦ୍ଧ ସମୟରେ ବିଦେଶ ଭୂମିରେ ଆଜାଦ ହିନ୍ଦ୍ ଫୌଜ୍ ଓ ଆଜାଦ୍ ହିନ୍ଦ୍ ସରକାର ଗଠନ କରି ୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ଭାରତର ସ୍ଵତନ୍ତ୍ରତା ଘୋଷଣା କରିଥିଲେ ।ଏହା ଭାରତର ବ୍ରିଟିସ୍ ସରକାରଙ୍କୁ ଦୋହଲାଇ ଦେବାରେ ସମର୍ଥ ହୋଇଥିଲା ।ନେତାଜୀଙ୍କର ଏହି ପଦକ୍ଷେପକୁ ତତକାଳୀନ ବିଶ୍ଵର କିଛି ଦେଶ ସମର୍ଥନ କରିଥିଲେ । ଫଳରେ ଭାରତର ସ୍ଵାଧିନତା ପ୍ରାପ୍ତି ପ୍ରକ୍ରିୟା ଅଧିକ ତ୍ଵରାନ୍ଵିତ ହୋଇଥିଲା ।ନେତାଜୀଙ୍କର ଏହି ମହାନ୍ ଆଦର୍ଶକୁ ପାଥେୟ କରି ଜନସାଧାରଣଙ୍କ ମଧ୍ୟରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ ପ୍ରୟାସ କରୁଛି କଳାହାଣ୍ଡି ବିକାଶ ପରିଷଦ । ଚଳିତ ଡିସେମ୍ବର ୩୦ ତାରିଖଠାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ପାଳନ କରି, ଏହି ଦିନ ଠାରୁ କ୍ରାନ୍ତିଯାତ୍ରା ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ୧୮ଟି ବ୍ଲକକୁ ପରିକ୍ରମା କରୁଛି ।ଏହା ଜନସାଧାରଣଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଉଛି । ଏହି ପରିପେକ୍ଷୀରେ ଆଜି ଦିନ କଳାହାଣ୍ଡି ଜିଲ୍ଲା ଧର୍ମଗଡ ପଂଚାୟତ କଲେଜ ଠାରୁ ଭଣ୍ଡାର ଘରଣୀ ମନ୍ଦିର ପର୍ଯ୍ୟନ୍ତ ଏହି କ୍ରାନ୍ତି ଯାତ୍ରା ପରିକ୍ରମା କରିଥିଲେ । ଏହି କ୍ରାନ୍ତିଯାତ୍ରା କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ: ସୁନୀତି ମୁଣ୍ଡଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା ।ଏଥିରେ ଧର୍ମଗଡ ବ୍ଲକର ଘନଶ୍ୟାମ ଅଗ୍ରୱାଲ, ସୁରେଶ ମୁଣ୍ଡ, ମନିନ୍ଦ୍ର ପାତ୍ର, ସରୋଜ ପଣ୍ଡା, ବିରଞ୍ଚି ନାରାୟଣ ବେହେରା, ଗୌରଚନ୍ଦ୍ର ନାଏକ, ବିରଞ୍ଚି ନାଏକ, ରାଜେନ୍ଦ୍ର ନାଏକ, ସନ୍ୟାସୀ ବାଗ, ମନୋଜ ମୁଣ୍ଡ, ସୁବାସ ନାଏକ, ସୁରେନ୍ଦ୍ର ନାଏକ, ଜିତେନ୍ଦ୍ର ସାହୁ, ଚନ୍ଦନ ପାତ୍ର, ବୁନା ପଣ୍ଡା, ଶଶାଙ୍କ ଦାସ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲାର ୧୮ଟି ବ୍ଲକର ଜନସାଧାରଣଙ୍କୁ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରି ଆସନ୍ତା ଜାନୁୟାରୀ ୨୩ ତାରିଖରେ ଉଦଯାପିତ ହେବ ବୋଲି ପରିଷଦ ପକ୍ଷରୁ ସୁଚନା ମିଳିଛି ।ଏହି କ୍ରାନ୍ତିଯାତ୍ରାରେ ଧର୍ମଗଡ ବ୍ଲକର ଶହ ଶହ ମହିଳା ଓ ପୁରୁଷଯୋଗଦେଇଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ୪୩ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ

Sunil Chandra Nayak

ପୁରୁଷ ଶୂନ୍ୟ ଉଦୟପୁର ଗ୍ରାମ !!

Sunil Chandra Nayak

ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ପକ୍ଷରୁ ମହାନ କ୍ରାନ୍ତିକାରୀ ନେତା ବିନାୟକ ଦାମୋଦର ସଭରକରଙ୍କ ଜୟନ୍ତୀ ଅନୁଷ୍ଠିତ

masiha

Leave a Comment

error: Content is protected !!