ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ତଦାରଖ କମିଟି ବୈଠକ ଅନୁଷ୍ଠିତ

ରାୟଗଡ଼ ତା ୦୭.୦୫.୨୦୨୩ ରିଖ ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡ଼ ତରଫରୁ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସରକାରଙ୍କ ଦ୍ଵାରା ପ୍ରଣିତ ଦୁଇଟି ଯୋଜନା ଯଥା ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଠି କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ଯ ପ୍ରକ୍ରିୟାକରଣ ବୈଧିକରଣ ଯୋଜନାର ଜିଲ୍ଲାସ୍ତରୀୟ ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୁଶ୍ରୀ ସ୍ଵଧା ଦେବ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ଦ୍ଵୟରେ ଜିଲ୍ଲା ଶିଳ୍ପକେନ୍ଦ୍ର ରାୟଗଡ଼ର ସାଧାରଣ ପରିଚାଳକ ଶ୍ରୀ ବିକାଶ ଚନ୍ଦ୍ର ବୈନ ଅବାହକତ୍ଵ କରିଥିବା ସ୍ଥଳେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଶ୍ରୀ ମୀନକେତନ ଦାଶ, ଓରମାସ ର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମନୋଜ କୁମାର ପାତ୍ର, ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଧେଶକ ଶ୍ରୀ ପତିତ ପାବନ ସାମନ୍ତରାୟ, ଏସଟି/ଏସସି କମିଶନ ପ୍ରତିନିଧି ଶ୍ରୀ ଅକ୍ଷୟ କୁମାର ସାହୁ, ରାୟଗଡ଼ ଶିଳ୍ପ ତାଲିମ କେନ୍ଦ୍ରର ଅଧକ୍ଷ୍ୟ, ସ୍ଥାନୀୟ ଅଣୁ କ୍ଷୁଦ୍ର ମାଧ୍ୟମ ଉଦ୍ଯୋଗ ସୁବିଧା ପ୍ରଦାନ କେନ୍ଦ୍ରର ଉପ ନିର୍ଦ୍ଧେଶକ ଶ୍ରୀ ନୋଶିନା କୋଟିରତ୍ନମ, ଜୀବିକା ମିଶନ ଜିଲ୍ଲା ପ୍ରତିନିଧି, ୩ ଜଣ ପଞ୍ଚାୟତିରାଜ ଲୋକପ୍ରତିନିଧି ଯୋଗ ଦେଇଥିଲେ । ଆଲୋଚନା କରାଯାଇ ୦୯ ଗୋଟି ବ୍ୟକ୍ତିଗତ ଋଣ ଓ ୦୧ ଗୋଟି ସ୍ଵୟଂସହାୟକ ଗୋଷ୍ଠୀର ଋଣ ପ୍ରସ୍ତାବକୁ ବ୍ଯାଙ୍କ ପ୍ରେରଣ ନିମନ୍ତେ ଅନୁମୋଦନ କରାଗଲା । ଜିଲ୍ଲା ତଥ୍ୟାଭିଜ୍ଞ ଅଧିକାରୀ ନିମନ୍ତେ ଆବେଦନକାରି ଶ୍ରୀ କାନ୍ହୁ ଚରଣ ସେଠୀଙ୍କର ପ୍ରଥିତଵ କୁ ଅନୁମୋଦନ କରାଗଲା । 

ଗତ ଆର୍ଥିକ ବର୍ଷ ୨୦୨୨-୨୩ ନିମନ୍ତେ ଋଣ ପ୍ରଦାନରେ ଉତ୍କର୍ଷତ ଦେଖାଇଥିବା ୦୩ ଗୋଟି ବ୍ଯାଙ୍କ ଯଥା ୟୁନିଯନ ବ୍ଯାଙ୍କ ରାୟଗଡ଼, ସେଣ୍ଟ୍ରାଲ ବ୍ଯାଙ୍କ ରାୟଗଡ଼, ଷ୍ଟେଟ ବ୍ଯାଙ୍କ ରାମନାଗୁଡା, ଶାଖା ପରିଚାଳକ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରଯାଇଥିଲା ।

ଜିଲ୍ଲା ଶିଳ୍ପ କେନ୍ଦ୍ରର ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ସବ୍ୟସାଚୀ ସାହୁ, ଶ୍ରୀ ଚିତ୍ତ ରଞ୍ଜନ ମଲ୍ଲିକ, ଶ୍ରୀ ଦେବାଶିଷ ମହାନ୍ତି, ଶ୍ରୀ ସୁନୀଲ ପଟ୍ଟନାୟକ, ଶ୍ରୀ ସୁବ୍ରତ କୁମାର ପଟ୍ଟନାୟକ, ଶ୍ରୀ ଅଂଶୁମାନ ବେହେରା, ଦୀପାର ପଦାଧିକାରୀ ଶ୍ରୀ ସୁନୀଲ ପ୍ରଧାନ ଏବଂ ଶ୍ରୀ ଲକ୍ଷ୍ମୀକାନ୍ତ ଜେନା ସଭା ପରିଚାଳନାରେ ସହଯୋଗ କରିଥିଲେ ।  ପରିଶେଷରେ ସଭାପତି ଓ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣକରି ସଭା ସମାପ୍ତ କରାଗଲା ।

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ପାଇଁ ବିଲ୍ୱ ବରଣ ଓ ଅଧିବାସ ଅନୁଷ୍ଠିତ 

Sunil Chandra Nayak

ପଞ୍ଚାୟତ ସମିତି ସ୍ତରୀୟ ମିଳିତ ଜନ ଶୁଣାଣି 

Sunil Chandra Nayak

ଅନାଥ କୁନି ଝିଅ ରିଆ ର ଦୁଃଖଭରା ଜୀବନ: ପ୍ରଶାସନୀୟ ସହାୟତା ପାଇଁ ଦାବୀ 

Sunil Chandra Nayak

Leave a Comment

error: Content is protected !!