ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଗରିକ ବିକାଶ ସଂଗଠନ ତରଫରୁ ବିଭିନ୍ନ ସମସ୍ୟାନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଜୁନାଗଡ଼,୨୨/୩(ମ ନି ସ) ସ୍ଥାନୀୟ ଲୋକ ସଙ୍ଗଠନ “ନାଗରିକ ବିକାଶ ସଂଗଠନ” କଳାହାଣ୍ଡି ତରଫରୁ ବିଭିନ୍ନ ଦଫାନେଇ ଏକ ଶୋଭାଯାତ୍ରା କରାଯାଇ ମୁକ୍ଷ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ସ୍ଥାନୀୟ ବିଡ଼ିଓ ଙ୍କୁ ଦାବିପତ୍ର ଦିଆଯାଇଥିଲା। ଜିଲ୍ଲାରେ ଦୀର୍ଘ ୭ ବର୍ଷ ଧରି ମୋଟ ୧୨ ବ୍ଳକର ୩୨୭୩୬ ପରିବାର ସହ ସେମାନଙ୍କର ହକ୍‌ ଏବଂ ସାମ୍ବିଧାନିକ ଅଧିକାର ଆଧାରିତ ସଚେତନତା – କାର୍ଯ୍ୟକ୍ରମମାନ ଏକ ବ୍ୟାପକ ଲକ୍ଷ୍ୟ ନେଇ ୨୦୧୭ ମସିହାରୁ ଏହି ସଂଗଠନ କାର୍ଯ୍ୟ କରି ଆସୁଅଛୁ । ବିଶେଷକରି ଅନୁସୁଚିତ ଜାତି , ଜନଜାତି , ପଛୁଆବର୍ଗମାନଙ୍କ ପାଇଁ ଅଧିକାର ଆଧାରିତ କାର୍ଯ୍ୟକ୍ରମ ଯଥା କାମ କରିବାର ଅଧିକାର , ଖାଦ୍ୟ ଅଧିକାର , ସ୍ଵଚ୍ଛ ପାନୀୟ ଜଳର ଅଧିକାର , ସାସ୍ଥ୍ୟ ଅଧିକାର ଆଦି କାର୍ଯ୍ୟକ୍ରମମାନ ରହିଛି। ସମ୍ପ୍ରତି ଜଳବାୟୁ ପରିବର୍ତନ , ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହ ଏବଂ ବିକାଶମୁଖୀ ପରିବେଶରେ ସମାଜର ପଛ ଧାଡ଼ିରେ ଥିବା ଜନସାଧରଣଙ୍କର ସର୍ବନିମ୍ନ ଆବଶ୍ୟକତା ସଳ୍ପ ପାନୀୟ ଜଳ ଏବଂ ପୁଷ୍ଟି ଯୁକ୍ତ ଖାଦ୍ୟ ନିହାତି ଆବଶ୍ୟକ ଥିବାବେଳେ ଯଥେଷ୍ଟ ପାଣି ଓ ଖାଦ୍ୟ ପାଇବାରୁ ବଂଚିତ ହେଉଛନ୍ତି , ଯାହାକି ସେମାନଙ୍କର ବଂଚିବାର ଅଧିକାର ଧାରା ୨୧ ପ୍ରତିଦିନ ଉଲଙ୍ଘନ ହେଉଅଛି ଏଥି ନେଇ ସଂଗଠନ ତରଫରୁ ସରକାର ଶୀଘ୍ର ଦାବୀ ସମୂହ ପୁରଣ କରନ୍ତୁ ବୋଲି ଦର୍ଶାଇଥିଲେ।

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ( ଆର୍.ଡବ୍ଲୁ.ଏସ୍.ଏସ୍ . ) ଜରିଆରେ ତୁରନ୍ତ ଅଚଳ ଖୁବ ନଳକୂଅ , ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକୁ ତୁରନ୍ତ ମରାମତି କରାଇ କାର୍ଯ୍ୟକ୍ଷମ କରଯାଉ। ଜଳ କଷ୍ଟ ଅଂଚଳ ଚିହ୍ନଟ କରି ତୁରନ୍ତ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ପ୍ରଦାନ କରାଯାଉ , ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ପାଣିକୁ ବିଶୋଧନ କରନ୍ତୁ ,ରାଜ୍ୟର ମେଗା ପାଇପ୍ ଜଳ ଯୋଜନା “ ବସୁଧା ”ଏହାର କାର୍ଯ୍ୟାନ୍ବୟନକୁ ତ୍ବରାନ୍ବିତ କରନ୍ତୁ ,  ସୋଲାର ଚାଳିତ ଅଚଳ ଜଳ ସ୍ରୋତ ଗୁଡ଼ିକୁ ତୁରନ୍ତ ମରାମତି ଓ ତାଲିମ ପ୍ରାପ୍ତ ମେକାନିକ ସହ ସୋଲାର ସମ୍ପର୍କିତ ପାଟ୍ସ ଉପଲବ୍ଧ କରାଯାଉ , କିଶୋରୀ ବାଳିକାମାନଙ୍କୁ ତୁରନ୍ତ ଏବଂ ନିୟମିତ ପୁଷ୍ଟିଯୁକ୍ତ ଖାଦ୍ୟ ଓ ସ୍ୱାସ୍ଥ୍ୟ ପରୀକ୍ଷ କରାଯାଉ , ସ୍କୁଲ ଛାଡିଥିବା କିଶୋରୀମାନଙ୍କ ପାଇଁ ପୁନଃ ଶିକ୍ଷାଗ୍ରହଣର ବ୍ୟବସ୍ଥା କରାଯାଉ ,  ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ବାଳିକା , ଗର୍ଭବତୀ ମହିଳା , ପ୍ରସୂତି ମହିଳା ଆଦିଙ୍କ ପାଇଁ ପୃଥକ୍ ଶୌଚାଳୟ ,ରୋଷେଇ ଗୃହ ଓ ଗୋଦାମ ଗୃହ ନିର୍ମାଣ କରାଯାଉ , ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯାଉ ପ୍ରଭୁତି ଦାବୀ ରହିଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବିଶ୍ୱ ନାଟ୍ୟ ଦିବସ ପାଳିତ

Sunil Chandra Nayak

ବଲାଙ୍ଗୀର ଜିଲ୍ଲା ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ବୈଠକ

Sunil Chandra Nayak

ରାଇରଙ୍ଗପୁରରେ ବ୍ଳକ ସ୍ତରୀୟ ମିଶନ ଶକ୍ତି ଓଡ଼ିଆ କବି ସମ୍ମିଳନୀ 

masiha

Leave a Comment

error: Content is protected !!