ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନାଫୁଲ ସାହିତ୍ୟ ସଂସଦର ବସନ୍ତ କବିତା ଆସର

ରାଉରକେଲା/ବସନ୍ତ ଏକ ଋତୁ ନୁହେଁ,ଏହା ପ୍ରେମ ପ୍ରଣୟର ଋତୁଟିଏ, ଉତ୍ସାହ ଉଦ୍ଦୀପନାର ଋତୁଟିଏ, ଜୀବନକୁ ରଙ୍ଗମୟ ଆଉ ସ୍ବପ୍ନମୟ କରୁଥିବା ଋତୁଟିଏ। କବିମାନଙ୍କ ପାଇଁ ଖାସ୍ ବସନ୍ତ ଋତୁ ହିଁ ମରୁଭୂମିରେ ମରୁଝର ପରି ପ୍ରତୀୟମାନ ହୋଇ ଥାଏ । ଏହା ଥିଲା ବସନ୍ତ କବିତା ଆସରରେ ମୁଖ୍ୟବକ୍ତା ଡ.ସୁବାଷ ଚନ୍ଦ୍ର ଲେଙ୍କାଙ୍କର ଅଭିଭାଷଣ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜସେବୀ ସୁରଥ ଚନ୍ଦ୍ର ଜୟସିଂହ ବସନ୍ତର ଵର୍ଣ୍ଣବିଭା ଉପରେ ପୁରାତନ କବି ଏବଂ ଆଧୁନିକ କବିମାନଙ୍କ ମଧ୍ୟରେ ଏକ ତୁଳନାତ୍ମକ ଅଭିଭାଷଣ ରଖି ଥିଲେ।

ଅନ୍ୟତମ ବରେଣ୍ୟ ଅତିଥି ଅନିଲ କୁମାର ଦାଶ ତାଙ୍କ ଅଭିଭାଷଣରେ କହିଲେ ବସନ୍ତ ଋତୁ ଆଉ ଆଗଭଳି ହେଉନାହିଁ । ସଭାପତି ବିଜୟ କୁମାର ସାହୁ ସଂସଦର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସମ୍ୟକ ସୂଚନା ଦେଇ ସଭ୍ୟ ମାନଙ୍କୁ ବିଭିନ୍ନ ଦାୟିତ୍ୱ ଅର୍ପଣ କରିଥିଲେ, ଏହି କ୍ରମରେ ଉପ ସଭାପତି ରମେଶ ଚନ୍ଦ୍ର ବାରିକଙ୍କୁ ଆଗାମୀ ବିଷୁବ ସଂଖ୍ୟା ଓ ବାର୍ଷିକ ଉତ୍ସବ ପାଳନର ଦାୟିତ୍ୱ ଦିଆଗଲା । ଅନ୍ୟତମ ଘଟଣାକ୍ରମରେ ରାଉରକେଲାର ଜଣାଶୁଣା ଯୁବ କବି ଗୈାତମ ଦାସଙ୍କୁ ସଂସଦର ସାଧାରଣ ସମ୍ପାଦକ ଅସ୍ଥାୟୀ ଭାବରେ ନିଯୁକ୍ତି ଦିଆଗଲା। ଦ୍ବିତୀୟ ପର୍ଯ୍ୟାୟରେ କବି ବସନ୍ତ ବିଶ୍ଵକର୍ମାଙ୍କ ସଂଯୋଜନା ରେ ସୁଶାନ୍ତ କୁମାର ନାୟକ, ପ୍ରଣତି ଲେଙ୍କା, କୁଞ୍ଜବିହାରୀ ରାଉତ , ସାର୍ଥକ ସାହୁ, ନମିତା ଜେନା ଆଦି କୋଡିଏ ଜଣ କବି କବିତା ପାଠ କରିଥିଲେ । ରାଜ୍ୟ ସଂଯୋଜକ ନିରଞ୍ଜନ କରଣ ମଞ୍ଚ ସଞ୍ଚାଳନା କରିଥିବାବେଳେ ଓ ଶେଷରେ କବି ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରଥମ ଗ୍ଲୋବାଲ୍ ଆଲୁମନି ମିଟ୍ ଆସନ୍ତା ୨୯ରେ

Sunil Chandra Nayak

ଅପର ଲାନ୍ଥ ଡ୍ୟାମ ପ୍ରକଳ୍ପକୁ ନେଇ ଆଦିବାସୀ ପରିବାରଙ୍କ ନ୍ୟାୟ ଦାବି 

ମହୁଲଡିହାରେ ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଜତ ଜୟନ୍ତୀ ଶୁଭାରମ୍ଭ

masiha

Leave a Comment

error: Content is protected !!