ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣି ସହର ରେ ପ୍ରତିଦିନ ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ,ସମସ୍ୟା ଭୋଗିଲେ ବିଦ୍ୟାର୍ଥୀ କାଲିଠାରୁ ପରୀକ୍ଷା ଆରମ୍ଭ

ଖଣି ସହର ରେ ପ୍ରତିଦିନ ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ,ସମସ୍ୟା ଭୋଗିଲେ ବିଦ୍ୟାର୍ଥୀ କାଲିଠାରୁ ପରୀକ୍ଷା ଆରମ୍ଭ

ଯୋଡ଼ା–ଗତ କିଛି ମାସ ଧରି ଖଣି ସହର ଯୋଡ଼ାରେ ଅଚାନକ ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ ସହରବାସୀଙ୍କୁ ନାକେଦମ କରିବାରେ ଲାଗିଥିବାର ଦେଖିବାକୁ ମିଳେ।ତେବେ ଦେଖିବାକୁ ଗଲେ, ବିନା ବର୍ଷାରେ କିମ୍ବା ପବନର ଦେଖାନଥିବା ବେଳେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ ଅଚାନକ ବିଦ୍ୟୁତ କାଟ ଦ୍ୱାରା ସହରବାସୀ ହିନସ୍ଥା ହେଉଥିବାର ଜାଣିବାକୁ ମିଳେ।ତେବେ ସୂଚନା ଯୋଗ୍ୟ ଆସନ୍ତା ଶୁକ୍ରବାର ଦିନ ଠାରୁ ଆରମ୍ଭ ହେବାକୁ ଯାଉଛି ଖଣି ସହର ଯୋଡ଼ାରେ ଥିବା କେତେକ ବିଦ୍ୟାଳୟରେ ବାର୍ଷିକ ପରୀକ୍ଷା,ତଥାବି ବିଦ୍ୟୁତ ବିଭାଗ ପକ୍ଷରୁ ଅଞ୍ଚଳର ବିଦ୍ୟାର୍ଥୀଙ୍କ ନିମନ୍ତେ କୌଣସି ତତ୍ପର ଦେଖିବାକୁ ମିଳିନଥିବା ବେଳେ ଲଗାତର ଅଘୋଷିତ ବିଦ୍ୟୁତକାଟ ହେତୁ ପ୍ରଭାବିତ ହୁଅନ୍ତି ଅଞ୍ଚଳର ବିଦ୍ୟାର୍ଥୀ ବିଦ୍ୟା ଅଧ୍ୟୟନରେ ବୋଲି ଅସନ୍ତୋଷର ବାତାବରଣ ଖେଳୁଥିବାର ଶୁଣିବାକୁ ମିଳେ।ତେବେ ଆଗାମୀ ଦିନରେ ବିଦ୍ୟୁତ ବିଭାଗ ଅଘୋଷିତ ବିଦ୍ୟୁତକାଟ ପ୍ରତି ବିଶେଷ ଧ୍ୟାନ ଦେଲେ, ସହରବାସୀ ବ୍ୟତୀତ ମୁଖ୍ୟତଃ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ାରେ ସମସ୍ୟା ଉପୁଜିବ ନାହିଁ ବୋଲି ସାଧାରଣରେ ଦାବୀ ହେଥିବାର ଆଲୋଚନା ଶୁଣିବାକୁ ମିଳେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ବିଭିର୍ନ୍ନ ସମସ୍ୟା ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସହିତ ଆଲୋଚନା 

masiha

ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ

Sunil Chandra Nayak

କୋଇଡ଼ା ଆପ୍ଟିଟ୍ୟୁଡ୍ ଅସେସମେଣ୍ଟ ଏବଂ କେରିଅର୍ ଗାଇଡେନ୍ସ ଲାଇଫ୍ ସ୍କିଲ୍ ସେସନ” କୋଇଡା ଡିଗ୍ରୀ କଲେଜରେ ଆୟୋଜିତ ହୋଇଯାଇଛି 

Sunil Chandra Nayak

Leave a Comment

error: Content is protected !!