ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ ଟି ସଚିବଙ୍କ ଗସ୍ତ ପୂର୍ବରୁ ଡୋକରିଚଞ୍ଚରାରେ ସ୍ଥିତି ଅନୁଧ୍ୟାନ କଲେ ଧର୍ମଗଡ଼ ଉପ ଜିଲ୍ଲାପାଳ

କୋକସରା,୧୮/୫- ଆସନ୍ତା ୨୦ ତାରିଖରେ କଳାହାଣ୍ଡି ଗସ୍ତରେ ଆସିବେ ୫ ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟନ । ସଚିବଙ୍କ ଗସ୍ତ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ତତ୍ପରତା ଦେଖାଦେଇଛି । କଳାହାଣ୍ଡି ଗସ୍ତରେ ଆସି ୫ ଟି ସଚିବ କୋକସରା ବ୍ଲକର ଆମପାଣି ବୁଢ଼ାରଜା ମନ୍ଦିର ସହ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ବୁଧବାର ଏନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଶାସନିକ ଅଧିକାରୀ। ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୂଷଣ, ଦକ୍ଷିଣ ବନଖଣ୍ଡ ଡିଏଫଓ ଦୟାନନ୍ଦ ଗଜାନନ ଲାଡେ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କୁଅର, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଆମପାଣି ବୁଢ଼ାରଜା ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ପରିଦର୍ଶନ କରି ୫ ଟି ସଚିବଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସରକାର ବଦଳିଲା,ଇନ୍ଦ୍ରାବତୀ ଡେମ ସର୍କଲ ରେ ଚାଲୁଥିବା ପିସି ରାଜ ବନ୍ଦ ହେବ ? ଗାର୍ଡ ୱାଲ୍ ନିର୍ମାଣ ରାସ୍ତା ମରାମତି କାର୍ଯ୍ୟ ତଦାରଖ ହେଉନି:ପ୍ରଶାସନର ଦୃଷ୍ଟି ପଡୁ 

masiha

ନୂତନ ବନାଞ୍ଚଳ ଅଧିକାରୀ ଭାବେ କାମେଶ୍ବର ଆଚାରୀ ଙ୍କ କାର୍ଯ୍ୟଭାର ଗ୍ରହଣ

Sunil Chandra Nayak

ନୂଆପଡ଼ା ସଦର ମହକୁମାରେ ୧୧୯ ଅଭିଯୋଗର ଶୁଣାଣି

Sunil Chandra Nayak

Leave a Comment

error: Content is protected !!