ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାବାଳିକା ଦାଦନ ଝିଅ ବନ୍ଧକ ଘଟଣା, 10 ଦିନ ପରେ ବି ପୁଲିସ ହାତ ଖାଲି, ସର୍ଦାର ଗିରଫ ହେବ କେବେ ଆଜି ଦଶାହ ପାଳୁଛନ୍ତି ପରିବାର

ନାବାଳିକା ଦାଦନ ଝିଅ ବନ୍ଧକ ଘଟଣା, 10 ଦିନ ପରେ ବି ପୁଲିସ ହାତ ଖାଲି, ସର୍ଦାର ଗିରଫ ହେବ କେବେ ଆଜି ଦଶାହ ପାଳୁଛନ୍ତି ପରିବାର

ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ସୁଲେକେଲା ଗାଁର ଦାଦନ ଶ୍ରମିକ କାହ୍ନୁ ମଳିକ ଙ୍କ ମୃତ୍ୟୁ ଘଟଣା ଦିନ ପରେ ଦିନ ଗଡୁଛି କିନ୍ତୁ ସର୍ଦାର ଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି |ଯାହାଙ୍କ ପାଇଁ ଜଣେ ବାପ ର ଜୀବନ ଚାଳିଗଲା, ନାବାଳିକା ଝିଅ କୁ ବନ୍ଧକ ରଖି ନିର୍ଯାତନା ଦେଉଥୁଳା ଇଟା ଭାଟି ମାଲିକ |ଏନେଇ ଗଣ ମାଧ୍ୟ୍ୟମ ରେ ଖବର ପ୍ରସାରଣ ପରେ ପ୍ରଶାସନ ର ଚେତା ପଶିଥିଲା ଏବଂ ନାବାଳିକା ଝିଅ କୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା |ନାବାଳିକା ଝିଅ ସୁରକ୍ଷିତ ଭାବେ ଗାଁ ରେ ପହଁଚିଥିବା ବେଳେ ଘଟଣା ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥୁବା ତୁରକେଲା ଥାନା ତେନ୍ତୁଳୀଖୁଣ୍ଟି ଗାଁର ଦାଦନ ସର୍ଦାର ସମ୍ବାରୁ ବନଛୋର ଏବେ ବି ଖୋଲା ଖୋଲି ଭାବେ ବୁଲାବୁଲି କରୁଥୁବା ବେଳେ ତାକୁ ଗିରଫ କି ପଚାରା ଉଚରା କରିବାକୁ ସାହସ ପାଉନି ପୁଲିସ |ଅନ୍ୟପଟେ ସମ୍ପୃକ୍ତ ସର୍ଦାର ଜଣକ କେମିତି ଘଟଣା କୁ ଚାପିହେବ ଏବଂ ନିଜ ସୁରକ୍ଷିତ ରହିବେ ସେନେଇ ଭରପୁର ଉଦ୍ୟମ କରୁଥୁବା ଅଭିଯୋଗ ହେଉଛି | ମୋଟା ଅଙ୍କ ର ଟଙ୍କା ଦେଇ ସମସ୍ତ ଙ୍କ ମୁହଁ ବନ୍ଦ କରିଦେଇଥିବା ଅଭିଯୋଗ ହେଉଛି |ଏମିତି କି ଘଟଣା ର ବେଆଇନ ଭାବେ ଦାଦନ ଚାଲାଣ ହେଉଥୁବା ବେଳେ ମଧ୍ୟ୍ୟ ନିଦାବିଷ୍ଣୁ ସାଜିଛି ଶ୍ରମ ବିଭାଗ |ସର୍ଦାର ଙ୍କୁ ବଞ୍ଚାଇବାକୁ ଯାଇ ନାବାଳିକା ଝିଅ ବନ୍ଧକ ନୁହେଁ ମାମୁଁ ଘରେ ଥିବା କଥା କହୁଛି |ଯାହାକୁ ନେଇ ତୀବ୍ର ବିରୋଧ କରୁଛନ୍ତି ପତ୍ନୀ ଲକ୍ଷ୍ମୀପ୍ରୀୟା |ଲେବର ଅଫିର ମାନେ କେତେ ଟଙ୍କା ରେ ବିକ୍ରି ହୋଇଛନ୍ତି ଏମିତି ମିଛ କଥା ଅଧିକାରୀ ମାନେ କହୁଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି |ମୋର ସ୍ୱାମୀ ମାରି ଯାଇଛନ୍ତି, ଏବେ ମୁ କଣ କରିବି ଜଣେ ନିରୀହ ମହିଳା କୁ ନ୍ୟାୟ ଦେବା ବଦଳ ରେ କାହିଁକି ସର୍ଦାର ଙ୍କୁ ବଞ୍ଚାଇବାକୁ ପୁଲିସ ଓ ଶ୍ରମ ବିଭାଗ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି |ଯଦି ମତେ ନ୍ୟାୟ ନମିଳିଲେ ଆନ୍ଦୋଳନ କରିବାକୁ ମଧ୍ୟ୍ୟ ଚେତାବନୀ ଦେଇଛନ୍ତି |ମିଳିଥିବା ସୂଚନା ଅନୁସାରେ ଗତ ଜାନୁୟାରୀ 4 ତାରିଖ ରେ ତୁରକେଲା ଥାନା ତେନ୍ତୁଳୀଖୁଣ୍ଟି ଗାଁର ଦାଦନ ସର୍ଦାର ସମ୍ବାରୁ ବନଛୋର ଙ୍କ ଠାରୁ 80 ହଜାର ଟଙ୍କା ବଇନା ନେଇ ବାହାର ରାଜ୍ୟ ତେଲେଙ୍ଗାନା ର ସାତନଗର ଅଂଚଳ କୁ ଦାଦନ ଖଟିବାକୁ ଯାଇଥିଲେ ସୁଲେକେଲା ଗାଁର କାହ୍ନୁ ମଳିକ |ସାଙ୍ଗରେ ନିଜ ସ୍ତ୍ରୀ ଲକ୍ଷ୍ମୀପ୍ରୀୟା, ଦିବ୍ୟାଙ୍ଗ ଝିଅ ଏବଂ ନାବାଳିକା ଅଙ୍କିତା କୁ ମଧ୍ୟ୍ୟ ନେଇଥିଲେ |ସେଠାରେ 2 ମାସ ଧରି କାମ କରିବା ପରେ ଅସୁସ୍ଥ ଅନୁଭବ କରିଥିଲେ କାହ୍ନୁ |ଇତାଭାଟି ମାଲିକ ଶଙ୍କର ନାୟକ ଏବଂ ସର୍ଦାର ସମାରୁ ବନଛୋର ନିର୍ଯାତନା ଏବଂ ଅତ୍ୟଧିକ କାମ ଯୋଗୁଁ ସମ୍ପୂର୍ଣ ଅସୁସ୍ଥ ହୋଇପଡିଲେ କାହ୍ନୁ |ଏନେଇ ସ୍ୱାମି ର ଚିକିତ୍ସା ପାଇଁ କହିବା ପରେ ମଧ୍ୟ୍ୟ କାହ୍ନୁ ର ଚିକିତ୍ସା କରିନଥିଲା ମାଲିକ |ଘର କୁ ଆସିବାକୁ କହିବା ପରେ ମଧ୍ୟ୍ୟ ଛାଡ଼ୁନଥିଲା |ନେଇଥିବା ବଇନା ଟଙ୍କା ଫେରାର ତା ପରେ ଘର କୁ ଯିବା କଥା ମାଲିକ କହୁଥୁଲା |ଶେଷରେ କାହ୍ନୁ ର ସ୍ୱାସ୍ଥ୍ୟବସ୍ଥା ସଙ୍ଗିନୀ ହେବାରୁ ନାବାଳିକା ଝିଅ କୁ ବନ୍ଧକ ରଖି କାହ୍ନୁ, ସ୍ତ୍ରୀ ଓ ଦିବ୍ୟାଙ୍ଗ ଝିଅ କୁ ଗାଁ କୁ ପଠାଇଦେଇଥିଲା ଇଟାଭାଟି ମାଲିକ |ଟଙ୍କା ପଠାଇବା ପରେ ଝିଅ କୁ ଛାଡିବି କହି ସେଠାରେ ଥିବା ତାଙ୍କ ସମ୍ପର୍କୀୟ ଙ୍କ ଘରେ ରଖିବାକୁ ନାବାଳିକା ଝିଅ କୁ ରଖିଥିଲା ଇଟାଭାଟି ମାଲିକ |ଏନେଇ ନିଜ ଅସୁସ୍ଥ ସ୍ୱାମୀ କୁ ଚିକିତ୍ସାକରୁଥୁବା ସମୟ ରେ ମଧ୍ୟ୍ୟ ନିଜ ପାଖରେ ଥିବା ଜମି କୁ ବନ୍ଧକ ରଖି ସର୍ଦାର ପାଖରେ 50 ହଜାର ଟଙ୍କା ପଠାଇଥିଲେ |ତା ପରେ ଝିଅ କୁ ଛାଡ଼ିନଥିଲା ସର୍ଦାର |ଆହୁରି 30 ହଜାର ଟଙ୍କା ଦାବି କରିବାରୁ ଶେଷରେ ନାବାଳିକା ଝିଅ କୁ ଝୁରି ଝୁରି ଜୀବନ ହାରି ଦେଇଥିଲେ ବାପା କାହ୍ନୁ |ପରେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଝିଅ କୁ ଉଦ୍ଧାର କରିବାକୁ ପ୍ରଶାସନ ତତ୍ପରତା ଦିଆଖାଇଥିଲା |ପରିବାର କୁ ସବୁ ସୁବିଧା ପାଇଁ ପ୍ରତିଶୃତି ଦେଇଥିଳା କିନ୍ତୁ ଘଟଣା କୁ 6ଦିନ ବିତିଯାଇଥିଲେ ବି ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରୁନି ପୁଲିସ |ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ |ଘର ର ମୁରବି ସ୍ୱାମୀ ଚାଲି ଯାଇଥିବା ଏବେ ଅସହାୟ ହୋଇପଡିଛନ୍ତି ପତ୍ନୀ |ଜଣେ ଦିବ୍ୟାଙ୍ଗ ଝିଅ ସହ ଆଉ ଦୁଇ ଜଣଙ୍କୁ କେମିତି ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତା ରେ ପଡିଛନ୍ତି |ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ନ୍ୟାୟ ଦେବାକୁ ଦାବି ହେଉଛି।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ  ଙ୍କ ରିପୋର୍ଟ୍ 

Related posts

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

masiha

ଗଣିତ ପ୍ରଶିକ୍ଷଣ ଶିବିର ପରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା

masiha

ରାଇରଙ୍ଗପୁର ରଥଯାତ୍ରା-୨୦୨୩ କମିଟିର ଅଧ୍ୟକ୍ଷ ଭାବେ ଅଭିଷେକ ପଟ୍ଟନାୟକ ମନୋନୀତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort