ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ଵର ବ୍ଲକ ଟପ୍ପର ହେଲେ ଅନିକେତ ପାତ୍ର

ଜଳେଶ୍ଵର ବ୍ଲକ ଟପ୍ପର ହେଲେ ଅନିକେତ ପାତ୍ର

ଜଳେଶ୍ଵର,୨/୫(ମନିସ)- ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ଜଳେଶ୍ଵର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଅନିକେତ ପାତ୍ର ଜଳେଶ୍ଵର ବ୍ଲକ ଟପ୍ପର ହୋଇଛନ୍ତି। ସେ ସର୍ବମୋଟ ୬୦୦ ନମ୍ୱରରୁ ୫୮୬ ରଖିଛନ୍ତି।ତାଙ୍କର ପିତା ଡାକ୍ତର କୁମାର ପାତ୍ର ବାଲେଶ୍ୱର ସହରର ଲକ୍ଷ୍ମୀକାନ୍ତ ହେଲଥ କେୟାରରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲଜିଷ୍ଟ ବିଶେଷଜ୍ଞ ରୂପେ କାର୍ଯ୍ୟ କରୁଥିବା ବେଳେ ମାଆ ପଦ୍ମସନା ପାତ୍ର କାଶୀଡିହା ସୀମାନ୍ତ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି।ସେ ନିଜର ସଫଳତା ପାଇଁ ନିଜର ପିତା, ମାତା ,ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଧା ରଞ୍ଜନ ବାଗ,ଗୁରୁମା ରାଜଲକ୍ଷ୍ମୀ ସିଂହ, ଦୀନକୃଷ୍ଣ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୁକାନ୍ତ କୁମାର ଦାସ, ମୟୂରଭଞ୍ଜ ଜିଲ୍ଲାର ନଳଗଜାର ଅଜା ମନୋରଞ୍ଜନ ଗିରି ଓ ଅନ୍ୟ ଗୁରୁଜୀ ଓ ଗୁରୁମାଙ୍କୁ ଦେଇଛନ୍ତି।ବିଦ୍ୟାଳୟ ସମୟ ପରେ ଦିନକୁ ମାତ୍ର ୩/୪ ଘଣ୍ଟା ଅଧିକ ପରିଶ୍ରମ କରୁଥିବା ଅନିକେତ ଭବିଷ୍ୟତରେ ଜଣେ ମହାକାଶଚାରୀ ହେବାକୁ ଲକ୍ଷ୍ୟ ରଖଛନ୍ତି ବୋଲି ପ୍ରକାଶ କରିଛନ୍ତି।ସୂଚନା ଯୋଗ୍ୟ ଅନିକେତଙ୍କ ବଡ଼ଭାଇ ଅନିମେଷ ପାତ୍ର ଗତ ୨୦୨୪ ମସିହାରେ ମ୍ୟାଟ୍ରିକ ପରୀକ୍ଷାରେ ୫୭୫ ନମ୍ବର ରଖି ବାଲେଶ୍ୱର ଜିଲ୍ଲା ଟପ୍ପର ହୋଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଓଡିଆ ପକ୍ଷ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ରେ ପାରମ୍ପରିକ ପୋଷାକ ପରିଧାନ ଦିବସ ପାଳିତ 

masiha

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

masiha

ସମାଜସେବାରେ ବ୍ରତୀ ପ୍ରଫେସର‌, ରୋଗୀଙ୍କୁ ବାଣ୍ଟିଲେ ଫଳ

Sunil Chandra Nayak

Leave a Comment

error: Content is protected !!