ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟରେ ମ୍ୟାଟ୍ରିକ ପରୀକ୍ଷାରେ ଦଶଜଣ ଟପ୍ପରଙ୍କ ମଧ୍ୟରୁ ଜଳେଶ୍ଵର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦୁଇ ଜଣ ଛାତ୍ରଙ୍କୁ ବିଜେପି ଜିଲ୍ଳା ଯୁବମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା

ରାଜ୍ୟରେ ମ୍ୟାଟ୍ରିକ ପରୀକ୍ଷାରେ ଦଶଜଣ ଟପ୍ପରଙ୍କ ମଧ୍ୟରୁ ଜଳେଶ୍ଵର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦୁଇ ଜଣ ଛାତ୍ରଙ୍କୁ ବିଜେପି ଜିଲ୍ଳା ଯୁବମୋର୍ଚ୍ଚା ପକ୍ଷରୁ ସମ୍ବର୍ଦ୍ଧନା

ଜଳେଶ୍ଵର,୩/୫(ମନିସ)–ଓଡ଼ିଶା ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ସମଗ୍ର ରାଜ୍ୟରେ ଦଶଜଣ ଟପ୍ପରଙ୍କ ମଧ୍ୟରୁ ଜଳେଶ୍ଵର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଅନିକେତ ପାତ୍ର ୫୮୬ ନମ୍ବର ରଖି ରାଜ୍ୟରେ ତୃତୀୟ ସ୍ଥାନ ଓ ଜୟପ୍ରକାଶ ପାତ୍ର ୫୮୦ ନମ୍ବର ରଖି ରାଜ୍ୟରେ ଦଶମ ସ୍ଥାନ ଅଧିକାର କରି ଜଳେଶ୍ଵର ଅଞ୍ଚଳ ପାଇଁ ଗର୍ବ ଆପଣାଇଛନ୍ତି l ଆଜି ବିଜେପି ଜିଲ୍ଳା ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଯୁବ ଆଇନଜୀବୀ ଫାଲଗୁନି ପାଣିଗ୍ରାହୀଙ୍କ ନେତୃତ୍ବରେ ଗୌରବ ଅର୍ଜନ କରୁଥିବା ଦୁଇଜଣଙ୍କ ଘରକୁ ଯାଇ ଉପଢୌକନ,କଲମ,ଫୁଲ ଗଛ ଦେଇ ସମ୍ବର୍ଦ୍ଧିତ କରିବା ସହ ମିଠା ଖୁଆଇ ଖୁସି ବାଣ୍ଟିଥିଲେ l ସମଗ୍ର ରାଜ୍ୟରେ ଜଳେଶ୍ବରର ନାମକୁ ଗୌରବାନିତ କରିଥିବା ଦୁଇଜଣ ଛାତ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି l ଉକ୍ତ କାର୍ଯ୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଚନ୍ଦନ ଦାସ,ନଗର ସାଧାରଣ ସମ୍ପାଦକ ସମର କରଣ, ବିପ୍ଳବ କୁମାର ପ୍ରଧାନ, ଅଞ୍ଜନ ଦାସ, ରଞ୍ଜିତ ପାତ୍ର, ଶଙ୍କର ମହାଳିକ, ସୌରଭ ଗୁପ୍ତା, ରାଧାକୃଷ୍ଣ ସେନ, ଗଜେନ୍ଦ୍ର ଖମାରୀ, ରୋହିତ ବେହେରାଙ୍କ ସମେତ ବହୁ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଗତିପୁଟ : କେନ୍ଦୁପତ୍ର ତୋଳାଳୀ ରାଜ୍ୟ ସରକାର ଙ୍କ ସାମାଜିକ ସୁରକ୍ଷା ସୁବିଧା ରୁ ବଞ୍ଚିତ 

ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଜିଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ ସହ ଡାବୁଗାଁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟିତ

Sunil Chandra Nayak

ଓଡ଼ିଶା ରାଜ୍ୟସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ 2025 ପାଳନ 

masiha

Leave a Comment

error: Content is protected !!