ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ତରଫରୁ ସ୍ଵତନ୍ତ୍ର ଶିବିର

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ତରଫରୁ ସ୍ଵତନ୍ତ୍ର ଶିବିର 

      ଡାବୁଗାଁ, ୧୧/୧୧ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ରେଡକ୍ରସ ତରଫରୁ ଏକ ସ୍ଵତନ୍ତ୍ର ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ନବରଙ୍ଗପୁର ମହାବିଦ୍ୟାଳୟ ରେଡକ୍ରସ ବିଭାଗୀୟ ମୁଖ୍ୟ ଦିଲ୍ଲୀପ କୁମାର ହୋତା ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେତେବେଳେ ସରକାର ରେଡକ୍ରସ ତରଫରୁ ଏକ ସୁନ୍ଦର୍ ଯୋଜନା ଆୟୋଜନ କରୁଛନ୍ତି ଯାହା ଦ୍ଵାରା ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ଏଥି ସହିତ ରେଡକ୍ରସ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ଯଥା ସ୍ୱଚ୍ଛତା, ରକ୍ତଦାନ ଆଦି ବହୁ ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟ କରାଯାଉଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହା ସହିତ ସମ୍ମାନୀତ ଅତିଥି ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇ ନିଜ ବକ୍ତବ୍ୟରେ ରକ୍ତଦାନ ମହାପୂଣ୍ୟ ଯାହା ରେଡକ୍ରସ କହୁଛି ଯାହା ଫଳରେ ରେଡକ୍ରସ ଜଣେ ବ୍ୟକ୍ତିର ଜୀବନ ମଧ୍ୟ ବଞ୍ଚାଇ ପାରିଛି ତାହା ଆମ ପାଇଁ ଏକ ସ୍ଵତନ୍ତ୍ର ବାର୍ତ୍ତା ତେଣୁ ମହାବିଦ୍ୟାଳୟ ସ୍ତରରେ ସମସ୍ତ ଛାତ୍ରୀ ଛାତ୍ର ରେଡକ୍ରସ ରେ ଅଂଶ ଗ୍ରହଣ କରିବା ଦରକାର । ଏହି କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟ ଅର୍ଥନୀତି ବିଭାଗୀୟ ମୁଖ୍ୟ ଉର୍ମିଳା ବ୍ରହ୍ମା, ଇତିହାସ ବିଭାଗୀୟ ମୁଖ୍ୟ ପୁଷ୍ପାଞ୍ଜଳି ସାହୁ, ଓଡ଼ିଆ ବିଭାଗୀୟ ମୁଖ୍ୟ ଚନ୍ଦନା ପଣ୍ଡା, ଓଡ଼ିଆ ବିଭାଗୀୟ ଅଧ୍ୟାପିକା ତଥା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ର ରେଡକ୍ରସ ମୁଖ୍ୟ ମନିଷା ସରକାର, ଇତିହାସ ବିଭାଗୀୟ ଅଧ୍ୟାପକ ଦୟାରାମ ମନୋହର, ରାଜନୀତି ବିଜ୍ଞାନ ବିଭାଗୀୟ ଅଧ୍ୟାପକ ମେକ୍ସ୍ ନାୟକ, ଇଂରାଜୀ ଅଧ୍ୟାପକ ମହେନ୍ଦ୍ର ଦେବରପଲ୍ଲୀ, ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ରେଡକ୍ରସ ମୁଖ୍ୟ ଶିବ ପ୍ରସାଦ ସାହୁ, ପଞ୍ଚାନନ ପୂଜାରୀ ଙ୍କ ସହ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଛାତ୍ରୀ ଛାତ୍ର ମାନେ ଉପସ୍ଥିତ ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଦ୍ଯୁତ୍ ଯୋଗାଣ ଏବଂ ରିଲିଫ୍ ଦାବି କରି ରାସ୍ତା ଅବରୋଧ କଲେ ବସ୍ତି ବାସିନ୍ଦା

୩ଏକର ଜମିର ଧାନ ପୋଡି ନଷ୍ଟ: ସରକାରୀ ସହୟତା ଅପେକ୍ଷାରେ ଚାଷୀ

Sunil Chandra Nayak

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାରମ୍ଭିକ ଅନ୍ତର୍ଭୁକ୍ତି ଓ ପ୍ରାଥମିକ ସହାୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!