ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାରା ସମ୍ପ୍ରସାରଣ କର୍ମୀଙ୍କ ଦୁଇଦିନିଆ ସଚେତନତା ତାଲିମ ଶିବିର ଅନୁଷ୍ଠିତ

ପାରା ସମ୍ପ୍ରସାରଣ କର୍ମୀଙ୍କ ଦୁଇଦିନିଆ ସଚେତନତା ତାଲିମ ଶିବିର ଅନୁଷ୍ଠିତ

ରାୟଗଡ଼ା ଜିଲ୍ଲା ମୁନିଗୁଡା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓଡିଶା ସରକାର କୃଷିର ଉନ୍ନତି ପାଇଁ ଅନେକ ଯୁଗପୋଯୋଗୀ କାର୍ଯ୍ୟକ୍ରମ କରି ଆସୁଛନ୍ତି।ଏହି ପରିପ୍ରେକ୍ଷୀରେ କୃଷି ଜିଲ୍ଲା କାର୍ଯ୍ୟାଳୟ ମୁନିଗୁଡାର ଆନୁକୂଲ୍ୟରେ ମୁନିଗୁଡା ବ୍ଲକର କମୁନିଟି ହଲ ଠାରେ ଦୁଇଦିନିଆ ପାରା ସଂପ୍ରସାରଣ କର୍ମୀଙ୍କର ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ଦିବସରେ କୃଷି ଜିଲ୍ଲା ଅଧିକାରୀ ମୁନିଗୁଡା ଚିତ୍ତରଞ୍ଜନ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାୟଗଡ଼ ମନୋଜ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ କୃଷି ଓ ଆନୁଷଙ୍ଗିକ କୃଷି ଉପରେ ତାଲିମ ପ୍ରଦାନ କରିଥିଲେ ।ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବନ୍ଧୁଚରଣ ଜେନା,ସହକାରୀ କୃଷି ଅଧିକାରୀ ରାୟଗଡ଼ ରାହୁଲ କୁମାର ନାୟକ, ସହକାରୀ କୃଷି ଅଧିକାରୀ ରାୟଗଡ଼ ବିଶ୍ୱରଞ୍ଜିତା, ଗୋଷ୍ଠୀ କୃଷି ଅଧିକାରୀ ମୁନିଗୁଡା ଯଜ୍ଞଦତ୍ତ ସେଠୀ,ଗୋଷ୍ଠୀ କୃଷି ଅଧିକାରୀ ବିଷମ କଟକ ଘନ ଶ୍ୟାମ ହାଇବୃ, ସହକାରୀ କୃଷି ଯନ୍ତ୍ରୀଜଳ ଛାୟା ବିଭାଗ ରାୟଗଡ଼ ଅନିତା ମହାନ୍ତି,ସହକାରୀ କୃଷି ଅଧିକାରୀ ମୁନିଗୁଡା ଅର୍ପିତା ବେହେରାମାଝୀ,ସହକାରୀ କୃଷି ଅଧିକାରୀ ଆମ୍ବଦଳା ଦିପ୍ତିରାଣୀ ପଟ୍ଟନାୟକ, ସହକାରୀ କୃଷି ଅଧିକାରୀ ହାଟ ମୁନିଗୁଡା ଲେଲିନ୍ କୁମାର ଗୁମ୍ଫା ଓ ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ପ୍ରଜ୍ଞା ପରୀମିତା ବିଶ୍ଵାଳ ପ୍ରମୁଖ ଯୋଗଦେଇ ନିଜର ବିଭାଗୀୟ କାର୍ଯ୍ୟକ୍ରମ ଉପରେ ବିଷଦ ତାଲିମ ପ୍ରଦାନ କରିଥିଲେ।ଏଥି ସହ ଇଚ୍ଛାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ ନାଗଝରି ଗ୍ରାମର ଅଗ୍ରଣୀ ଚାଷୀ ଧନପତି କଚିମ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା।

ଦ୍ୱିତୀୟ ଦିବସରେ କୃଷି ଜିଲ୍ଲା ଅଧିକାରୀ ମୁନିଗୁଡାଙ୍କ ସଭାପତିତ୍ବରେ ଉପ ଉଦ୍ୟାନ ବିଭାଗର ନିର୍ଦ୍ଦଶକ ଦୟାନିଧି ରାଉତ, ସମ୍ମାନୀତ ଅତିଥି ଭାବେ ଗୁଣୁପୁର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରାଜୀବ ଟୁଡୁ ଓ ପରିମଲ ତରାଇ, ଓଡ଼ିଶା ଜୀବିକା ମିଶନର ବ୍ଲକ ସଂଯୋଜକ କ୍ଷୀରୋଦ ଭୁଁୟା, ମିଶନ ଶକ୍ତିର ବ୍ଲକ ସଂଯୋଜକ ସାମନ୍ତ ଦିଗାଲ୍, ଗୋଷ୍ଠୀ କୃଷି ଅଧିକାରୀ ମୁନିଗୁଡା ଯଜ୍ଞଦତ୍ତ ସେଠୀ ଯୋଗ ଦେଇ ଜୈବିକ କୃଷି, ମୁର୍ତିକା ପରୀକ୍ଷା,ରୋଗ ପୋକ ପରିଚାଳନା, ବିହନ ଉତ୍ପାଦନ, ସୌର ଜଳନିଧି,କୃଷି ଯାନ୍ତ୍ରିକରଣ, ସମନିତ୍ୱ ଚାଷ ପଦ୍ଧତି, ଡିବିଟି,କାଳିଆ ,ବଳରାମ ଯୋଜନା ପରି ଅନେକ ଗୁରୁତତ୍ୱପୂର୍ଣ ବିଭାଗୀୟ ଯୋଜନା ଗୁଡିକ ଉପରେ ପୁଙ୍ଖାନୁପୁ୍ଙ୍ଖ ଭାବରେ ତାଲିମ ପ୍ରଦାନ କରିଥିଲେ।ଇତି ଅବସରରେ ଶିବ ପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉକ୍ତ ଗ୍ରାମର ଜଣେ ଶିକ୍ଷିତ ସଫଳ ଚାଷୀ ରମାକାନ୍ତ ସାହୁଙ୍କୁ ନିଜର ସମନିତ୍ଵ ଚାଷ ପଦ୍ଧତି ଓ ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏକ ବୃହତ ଇକୋ ଟୁରିଯିମ୍ ପ୍ରକଳ୍ପ ନିମନ୍ତେ ମୁଖ୍ୟ ଅତିଥିଙ୍କ ଦ୍ଵାରା ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା।ଏହି ଦୁଇଦିନର କାର୍ଯ୍ୟକ୍ରମକୁ ସହକାରୀ ବୈଷୟିକ ପରିଚାଳକ ମୁନିଗୁଡା ଉତ୍ତମ କୁମାର ଦାସ ସଂଯୋଜନା କରିଥିଲା ବେଳେ ତିନୋଟି ବ୍ଲକ୍ ଯଥା ବିଷମ କଟକ, ଚନ୍ଦ୍ରପୁର ଓ ମୁନିଗୁଡା ବ୍ଲକର କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ,ଆତ୍ମାର ସହକାରୀ ବୈଷୟିକ ପରିଚାଳକ,କୃଷକ ସାଥୀ ଓ ଅଗ୍ରଣୀ ଚାଷୀ ଯୋଗ ଦେଇଥିଲେ।ପ୍ରମୁଖ ଭାବରେ ,ସହକାରୀ ବୈଷୟିକ ପରିଚାଳକ ରଙ୍କନିଧି ପ୍ରଧାନ, ଲୋପାମୁଦ୍ରା ଖୁଣ୍ଟିଆ,କୃଷି ଅଧିଦର୍ଶକ ପ୍ରଦ୍ୟମ୍ନ କୁମାର ସାମଲ,ହିମାଂଶୁ ଭୁଷଣ ମହାନ୍ତି,ମାଝୀ ପୋଟଳି, ପ୍ରଭାତ ପ୍ରକାଶ ନାୟକ ଆଦି ଯୋଗ ଦେଇ ପଞ୍ଜିକରଣ, ଖାଦ୍ୟ ପାନୀୟ ଇତ୍ୟାଦି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହ ଯୋଗ କରିଥିଲେ।ଶେଷରେ ଗୋଷ୍ଠୀ କୃଷି ଅଧିକାରୀ ବିଷମକଟକ ଘନଶ୍ୟାମ ହାଇବ୍ରୁ ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

6th Kalingawan, a global festival of performing arts, was organized.

masiha

ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

masiha

ଧର୍ମଗଡ ଠାରେ ବ୍ଳକ ସ୍ତରୀୟ ଆମ୍ବେଦକର ଜୟନ୍ତୀ

masiha

Leave a Comment

error: Content is protected !!