ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡ଼ ସାଂସ୍କୃତିକ ଫୁଜନ ରେ ବାପୁଜି ଉଚ୍ଚ ବିଦ୍ୟାଳୟ ର ସଫଳତା
ତେନ୍ତୁଳିଖୁଣ୍ଟି ୧୧/୧୧/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବାପୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ଓ ଗାଇଡ଼ ଟିମ ବ୍ୟକ୍ତିଗତ ଓ ଗୋଷ୍ଠୀ ବର୍ଗରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ଼ କଳଚୁରାଲ ଫୁଜନ ରେ ସଫଳତା ହାସଲ କରିଛନ୍ତି। ତେନ୍ତୁଳିଖୁଣ୍ଟି ବାପୁଜି ଉଚ୍ଚ ବିଦ୍ୟାଳୟର 12 ଛାତ୍ର ଓ 11 ଛାତ୍ରୀ ଉକ୍ତ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। ସେମାନଙ୍କୁ ଗାଇଡ଼ କ୍ୟାପଟେନ ଜ୍ଞାନଜ୍ୟୋତି ମହାନ୍ତି ଓ ସ୍କାଉଟ ର ହିମାଂଶୁ ବାରିକ ତତ୍ତ୍ୱାବଧାନରେ କଲଚୁରାଲ ଫିଉଜନ କାର୍ଯ୍ୟକ୍ରମ କୁ ଯାଇଥିଲେ। ସେଠାରେ ଫୁଡ଼ ପ୍ଲାଜା ବ୍ୟକ୍ତିଗତ ବର୍ଗ ରେ ପ୍ରି ୟଙ୍କା ମହାପାତ୍ର ଗୋଲଡ଼ ଓ ଶ୍ରୀକାନ୍ତ ପଟନାୟକ ସିଲଭର ପଦକ ଜିତିଛନ୍ତି। ଗୋଷ୍ଠୀ ଗତ ବର୍ଗର ଫିଜିକାଲ ଡିସପ୍ଲେ ରେ ପ୍ରଥମ ଗ୍ରୁପ ଡ୍ୟାନ୍ସ ରେ ଦ୍ଵିତୀୟ ହୋଇ ଯଥାକ୍ରମେ ଗୋଲଡ଼ ଓ ସିଲଭର ପଦକ ହାସଲ କରିଛନ୍ତି। ବ୍ୟକ୍ତିଗତ ବର୍ଗ ର ବକ୍ତୃତା ପ୍ରତିଯୋଗିତା ରେ ନିହା ର ରଞ୍ଜନ ପାଣିଗ୍ରାହୀ ଗୋଲଡ଼ ଓ ଶ୍ରୀକାନ୍ତ ପଟନାୟକ ଦ୍ଵିତୀୟ ସ୍ଥାନ ପାଇଛନ୍ତି। ନେହା ବାଗ ଓ ଲିଲିମାଝୀ ଡ୍ୟାନ୍ସ ରେ ଗୋଲଡ଼ ଜିତିଥିଲେ। ପ୍ରତିମା ସାନ୍ତା ,ପ୍ରିୟଙ୍କା ଚାଲାଣ ଦେବକୀ ଚାଲାଣ ସିଲଭର ପଦକ ହାସଲ କରିଛନ୍ତି। ଆଜି କୃତୀ ଗାଇଡ଼ ଓ ସ୍କାଉଟ ଛାତ୍ର ଛାତ୍ରୀ ଙ୍କୁ ଭୁବନେଶ୍ୱର ରୁ ଫେରିବା ପରେ ବିଦ୍ୟାଳୟ ତରଫରୁ ପୁଷ୍ପଗୁଛ ସହ ସ୍ୱାଗତ କରାଯାଇ ସମ୍ବର୍ଦ୍ଧିତ କରିଥିଲେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଷ୍ଟାଫ। ତେନ୍ତୁଳିଖୁଣ୍ଟି ବାପୁଜି ଉଚ୍ଚ ବିଦ୍ୟାଳୟର ଏହି ସଫଳତା ପାଇଁ ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ , ତେନ୍ତୁଳିଖୁଣ୍ଟି ସରପଞ୍ଚ ଟଭା ନାୟକ ,ସମିତି ସଭ୍ୟ ମଧୁସ୍ମିତା ପାଣିଗ୍ରାହୀ ଶୁଭେଛା ଜଣାଇ ଛନ୍ତି।
ଗୋବର୍ଦ୍ଧନ,ସାହୁ ,ତେନ୍ତୁଳିଖୁଣ୍ଟି