ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଟୁଶ୍ୟାମ ବାବା ଙ୍କ ଫାଲଗୁନ ମେଳା ଓ ନିଶାନ ପଦଯାତ୍ରା,

ଖାଟୁଶ୍ୟାମ ବାବା ଙ୍କ ଫାଲଗୁନ ମେଳା ଓ ନିଶାନ ପଦଯାତ୍ରା,

ନର୍ଲା , 10/03 //  :କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ରୁ ପଲସାପଡା ଖାଟୁଶ୍ୟାମ ବାବାଙ୍କ ନିଶାନ ପଦ ଯାତ୍ରା ଓ ଫାଲଗୁନ ମେଳା ମହାସମାରୋହରେ ପାଳିତ ହୋଇଯାଇଛି। ରୁପ୍ରାରୋଡ ଶ୍ୟାମ ପରିବାର ଘରୁ ଆରମ୍ଭ ହୋଇ ବାବାଙ୍କ ପଦଯାତ୍ରା ରୁପ୍ରାରୋଡ ନଗର ପରିକ୍ରମା କରି ମାଲିପଡା,ବରଗା ଛକ, ଭୀମକେଲା ଛକ ଦେଈ ଲାଖଗୁଡା, ଭୀମକେଲା ଦେଇ ପଲସାପଡା ଶ୍ୟାମ ମନ୍ଦିର ପର୍ଯନ୍ତ ଯାଇ ଥିଲା ।ପଦଯାତ୍ରା ରେ ଶ୍ୟାମ ପରିବାରର ସମସ୍ତ ସଦସ୍ୟ ସହିତ ରୁପ୍ରାରୋଡ, ଧର୍ମଗଡ଼, ଜୁନାଗଡ, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ,ଭବାନୀପାଟଣା, ତୁଷରା, ନର୍ଲା, ନର୍ଲା ରୋଡ ଅଂଚଳର ଶହଶହ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।ଶ୍ୟାମ ଭକ୍ତ କାଲୁ ଶର୍ମା ,ରାଜେଶ ଶର୍ମା, ଶ୍ୟାମସୁନ୍ଦର ଶର୍ମା, ଅମିତ ଶର୍ମା,ରାଧେଶ୍ୟାମ ଶର୍ମା, ରାମଚନ୍ଦ୍ର ଶର୍ମା, ସୁନିଲ ଶର୍ମା, ସୁରେଷ ଶର୍ମା, ସନ୍ଦିପ ଶର୍ମା, ସୁମିତ ଶର୍ମା, ବିଜୟ ଅଗ୍ରବାଲ, ଦିନେଶ ଅଗ୍ରୱାଲ, ଅଶୋକ କମାନୀ,ରତନ ଅଗ୍ରବାଲ, ସତିଷ ଅଗ୍ରବାଲ, ମୁକେଶ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ ।ଠିକ ସେହି ପରି ନର୍ଲା ରୋଡ ସ୍ଥିତ ଦୁର୍ଗା ମନ୍ଦିର ପରିସରରେ ନର୍ଲା ଓ ନର୍ଲା ରୋଡ ର ଶ୍ୟାମ ପରିବାର ଙ୍କ ମିଳିତ ସହଯୋଗରେ ଶିବମନ୍ଦିର ରୁ ଦୁର୍ଗା ମନ୍ଦିର ପର୍ଯନ୍ତ ନିଶାନ ପଦଯାତ୍ରା ଅନୁଷ୍ଠିତ କରାଯାଇ ଦୂର୍ଗା ମନ୍ଦିର ରେ ଏକ ଭବ୍ୟ ଶ୍ୟାମ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଲଖନ୍ଉ ର ଭଜନ ଗାଇବା ମାଗି ପୋରବାଲ ଓ ଭଜନ ଗାୟକ ରୁପେ ବରଗଡର ଆନନ୍ଦ କୋକଚା ଯୋଗ ଦେଇଥିଲେ । ପୁଜକ ରୁପେ ରାମ ବରନ ଶର୍ମା ପୂଜା କାର୍ଯ୍ୟ ତୁଲାଇଥିଲେ । ବିମଲ କେଡିଆ, ହମେଶ ଜେନ, ମନୋଜ ଅଗ୍ରବାଲ, ରାଜା ଅଗ୍ରବାଲ, ମୋତି ଅଗ୍ରବାଲ ଅନୁପ ଅଗ୍ରବାଲ, ନିକୁ ଦତା, ମୂକେଶ ଅଗ୍ରବାଲ, ଅରୁଣ ଅଗ୍ରବାଲ, ରମେଶ ଅଗ୍ରବାଲ ,ସଞୟ ଅଗ୍ରବାଲ, ରତନ ଅଗ୍ରୱାଲ, ରାଜେଶ ଅଗ୍ରବାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ବାସନ୍ତୀ କଲୋନୀ ଚିଲଡ୍ରେନ ପାର୍କ ଅବହେଳିତ ଅବସ୍ଥାରେ 

masiha

ଉମାକାନ୍ତ ସାହୁଙ୍କ ପରଲୋକ, ପରିଚିତ ମହଲରେ ଶୋକର ଛାୟା 

Sunil Chandra Nayak

ଜାଗୁଗୁଡା ଠାରେ ସୁରଭି କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!