ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାତିଲେ ଖୁଣ୍ଟିଆ ଗୁଡ଼ାବାସୀ ଭି ଭି ପ୍ୟାଟ ଡେମୋ ଦେଖିବାକୁ ମନା କଲେ : ରାସ୍ତା ନାହିଁ ତ ଭୋଟ ନାହିଁ

ତାତିଲେ ଖୁଣ୍ଟିଆ ଗୁଡ଼ାବାସୀ ଭି ଭି ପ୍ୟାଟ ଡେମୋ ଦେଖିବାକୁ ମନା କଲେ : ରାସ୍ତା ନାହିଁ ତ ଭୋଟ ନାହିଁ

ତେନ୍ତୁଳିଖୁଣ୍ଟି ୦୮/୦୨/୨୪ // ନବରଙ୍ଗପୁର ଜିଲ୍ଲା ର ତେନ୍ତୁଳିଖୁଣ୍ଟି ବ୍ଲକ ର ଖୁଣ୍ଟିଆ ଗୁଡା ଏଭଳି ଏକ ଗ୍ରାମ ଯେଉଁଠି ଗ୍ରାମବାସୀ ଆଜକୁ ଦଶ ବର୍ଷ ହେବ ବିଭିନ୍ନ ଫୋରମ ବିଭିନ୍ନ ଅଧିକାରୀ ଙ୍କ ନିକଟରେ ଖାତିଗୁଡା ରୁ ଫଟା ଗୁଡା ଦେଇ ଖୁଣ୍ଟିଆ ଗୁଡା ଗ୍ରାମ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା କରିବାକୁ ଦାବୀ ରଖି ନିରାଶ ହୋଇ ଛନ୍ତି। ଆଜି ଗ୍ରାମ ରେ ଥିବା ବିଦ୍ୟାଳୟ କୁ ଭି ଭି ପ୍ୟାଟ ଡେ ମୋ ଦେଖିବାକୁ ଗ୍ରାମ ବାସୀ ଙ୍କୁ ଡାକିବାରୁ ଦେଖିବାକୁ ଯିବେନି ବୋଲି ରୋିକଠୋକ ମନା କରିଦେଇଛନ୍ତି । ନିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ କେତେ ଥର ଏହି ରାସ୍ତା ପାଇଁ ଦାବି କରାଯାଇଛି ,ତାର ହିସାବ ନାହିଁ, ବର୍ଷା ଦିନରେ ରାସ୍ତା କୃତ୍ରିମ ପୋଖରୀ ବା କାଦୁଆଜମି ଭଳି ଦୃଶ୍ୟମାନ ହେଉଥିବାରୁ ଧାନ ରୁଆ ର ଦୃଶ୍ୟ ମଧ୍ୟ ଗଣ ମାଧ୍ୟମ ରେ ଶିରୋନାମା ସାଜିଛି ତଥାପି ଫଳ ଶୁନ। ଶେଷରେ ବହୁ ଅଭିଯୋଗ ପରେ ତତ୍କାଳ ସମାଧାନ ପାଇଁ ବିଡ଼ିଓ ମନୋଜ ପାଣିଗ୍ରାହୀ ମନରେଗା ଯୋଜନାରେ ରାସ୍ତା କରିବାକୁ ବାହାରିଛନ୍ତି। ଗ୍ରାମବାସୀ ଙ୍କ ଦୈନ ନ୍ଦିନ ଆବଶ୍ୟକ ସାମଗ୍ରୀ ପାଇଁ ଖାତିଗୁଡା ବଜାର ଉପରେ ନିର୍ଭରଶୀଳ। ଗର୍ଭବତୀ ଠୁଁ ଆରମ୍ଭ କରି ରୋଗୀଙ୍କୁ ନେବାକୁ ଦୁଇ କିଲୋମିଟର ଅତିରିକ୍ତ ଦୂରତା ଯିବାକୁ ପଡୁଛି ଆମ୍ବୁଲାନ୍ସ କୁ। ସବୁଠାରୁ ଅଧିକ ଦୟନୀୟ ସ୍ଥିତିରେ ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତ ରହୁଥିବା ଏହି ଗ୍ର।ମର ପଡା। ଏଠାକୁ ଆମ୍ବୁଲାନ୍ସ ଗଲେ ଫସି ଯିବା ଆଶଙ୍କା ଯୋଗୁଁ ବର୍ଷା ଦିନରେ ନାନା ଅସୁବିଧା ଭୋଗ କରନ୍ତି ରୋଗୀ ଓ ଗର୍ଭବତୀ। ସମସ୍ୟା ସମାଧାନ ହେଉ ନ ଥିବାରୁ ଶେଷ ଅସ୍ତ୍ର ଭୋଟ ବର୍ଜନ ନିଷ୍ପତ୍ତି ର ପ୍ରାରମ୍ଭିକ ପଦକ୍ଷେପ ଭି ଭି ପ୍ୟାଟ ଡେମୋ ରୁ ଆରମ୍ଭ ବୋଲି କହିଛନ୍ତି।ଗ୍ରାମର ଚୌଧୁରୀ ହରିଜନ ,ଜଗନ୍ନାଥ ହରିଜନ ,ରମେଶ ବିଶୋଇ, କୃଷ୍ଣ ଦିସାରୀ,ବାବୁଲା ବିଶୋଇ ପ୍ରମୁଖ ଆଜି ଏହି ବର୍ଜନ ନିଷ୍ପତ୍ତି ର ଅୟମାରମ୍ଭ କରିଛନ୍ତି। 

ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଙ୍କୁ ଏ ସମ୍ପର୍କରେ ପଚାରିବାରୁ କହିଲେ ଭୋଟ ବର୍ଜନ ବିଷୟରେ କଣ ଦାବୀ ଦେଇଛନ୍ତି ଜାଣିନି କିନ୍ତୁ ସି ସି ରାସ୍ତା ବା ପିଚୁ ରାସ୍ତା ତ ବ୍ଲକ ସ୍ତରରେ ହେବନି ,ଲିଖିତ ଆକାର ରେ ଦାବୀ କଲେ ଜିଲ୍ଲା ପାଳଙ୍କୁ ଜଣାଇ ସମାଧାନ କରାଯିବ। ମନରେଗା ର ଫାଇଲ ଖୋଲା ଯାଇଛି। ଗ୍ରାମବାସୀ ରାଜି ହେଲେ ତତ୍କାଳ ଆରମ୍ଭହେବ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଲେ ଧର୍ମଗଡ ର ଭୌମିକ

masiha

ନାୟକ ଅକ୍ଷୟ ରାଜହସ୍ତୀ ଙ୍କୁ ମିଳିଲା “ଦରବାର ସାହିତ୍ୟଚକ୍ର ସମ୍ମାନ”

Sunil Chandra Nayak

ଜଗନ୍ନାଥ ମନ୍ଧିର ପୂଜକ ଧବଲେଶ୍ବର ପୁରୋହିତ ଆଉ ନାହାନ୍ତି

Sunil Chandra Nayak

Leave a Comment

error: Content is protected !!