ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀ ରେ ବୁଡି ନାବାଳକର ମୃତ୍ୟୁ

ପୋଖରୀ ରେ ବୁଡି ନାବାଳକର ମୃତ୍ୟୁ

ଡାବୁଗାଁ, ୧୧/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଏକମ୍ବା ଗ୍ରାମ ନିକଟରେ ଥିବା ପୋଖରୀରେ ବୁଡି ନାବାଳକର ମୃତ୍ୟୁ ଘଟିଥିବା ଶନିବାର ସନ୍ଧ୍ୟାରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଏକମ୍ବା ଗ୍ରାମର କମଲସିଂ ମାଝି ଙ୍କ ପୁଅ ଦେବେନ୍ଦ୍ର ମାଝି (୯) ଶନିବାର ଅପରାହ୍ନ ୪ ଘ. ସମୟରେ ଗ୍ରାମ ପାଖରେ ଥିବା ପୋଖରୀ ପାଖକୁ ନିଜ ସାଙ୍ଗ ମାନଙ୍କ ସହ ଖେଳିବାକୁ ଯାଇଥିଲେ | କିଛି ସମୟ ପରେ ସବୁ ପିଲା ମାନେ ମିଶି ପୋଖରୀରେ ଗାଧୋଉଥିଲେ | ସେହି ସମୟରେ ଦେବେନ୍ଦ୍ର ର ଗୋଡ ଖସି ଗଭୀର ପାଣି ଭିତରକୁ ଚାଲିଯାଇ ବୁଡି ଯାଇଥିଲେ | ବୁଡିଯିବା ଦେଖି ସାଙ୍ଗରେ ଥିବା ଅନ୍ୟ ପିଲା ମାନେ ଗ୍ରାମକୁ ଆସି ଖବର ଦେଇଥିଲେ | ପରେ ପରିବାର ଲୋକ ଓ ଗ୍ରାମର କିଛି ଲୋକ ପୋଖରୀ ପାଖରେ ପହଞ୍ଚି ପିଲାଟିର ମୃତ ଦେହ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପରେ ସନ୍ଧ୍ୟାରେ ମୃତକ ର ବାପା କମଲସିଂ ମାଝି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ | ରବିବାର ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ | ଏନେଇ ଥାନା କେସ ନଂ ୩୫/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଚିଲିଗୁଡା ସାପ୍ତାହିକ ବଜାର ଦର ଆକାଶ ଛୁଆଁ ଖାଉଟି ହନ୍ତସନ୍ତ

ସମାଜସେବୀ ବିଶ୍ଵନାଥ କର ଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ପ୍ରଦାନ 

Sunil Chandra Nayak

DSP Prashant Sahoo honored with international Kalki Gaurav Award 2024.

masiha

Leave a Comment

error: Content is protected !!