ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବିଧାୟକ ବାଣ୍ଟିଲେ ଭତ୍ତା, ୨୭ ପଞ୍ଚାୟତର ୨୯୮୮ ହିତାକାରୀ ଉପକୃତ ,୨- ଶିଶୁ ଦିବସରେ ବିଧାୟକ ଓ ଜିଲ୍ଲାପାଳଙ୍କ ଶିକ୍ଷା ସାମଗ୍ରୀ ବଣ୍ଟନ

ବିଧାୟକ ବାଣ୍ଟିଲେ ଭତ୍ତା, ୨୭ ପଞ୍ଚାୟତର ୨୯୮୮ ହିତାକାରୀ ଉପକୃତ

ଆସିକା :(୧୪/୧୧/୨୬)(ଶିବ ଶଙ୍କର ମିଶ୍ର ) ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲକ୍ଷ୍ୟରେ ଆସିକା ବ୍ଲକ ପକ୍ଷରୁ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବ୍ଲକର ୨୭ଟି ଗ୍ରାମ ପଞ୍ଚାୟତର ମୋଟ ୨୯୮୮ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ବ୍ଲକ କାର୍ଯ୍ୟାଳୟର ସମିତି ବୈଠକ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଯୋଗଦେଇ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରିଥିଲେ। ଏଥିରେ ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ ଓ ଏବିଡିଓ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ। ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପ୍ରଦାନ ଦ୍ବାରା ବୟସ୍କ, ଅସହାୟ,ବିଧବା ଦିବ୍ୟାଙ୍ଗ ବ୍ୟକ୍ତିମାନେ ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣରେ ଓ ସହାୟତା ପାଇପାରୁଛନ୍ତି । ଗ୍ରାମାଞ୍ଚଳର ଯୋଗ୍ୟ ହିତାଧୁକାରୀଙ୍କ ନିକଟରେ ସରକାର ସହାୟତା ପହଞ୍ଚାଇବା ଦିଗରେ ଏହି ପଦକ୍ଷେପ ଗୁରୁତ୍ବ ବହନ କରୁଛି। କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଜିପିଓ ସୁକାନ୍ତ ନାୟକ ସଂଯୋଜନା କରିଥିଲେ।

ଶିଶୁ ଦିବସରେ ବିଧାୟକ ଓ ଜିଲ୍ଲାପାଳଙ୍କ ଶିକ୍ଷା ସାମଗ୍ରୀ ବଣ୍ଟନ

ଆସିକା : (୧୪/୧୧/୨୬) (ଶିବ ଶଙ୍କର ମିଶ୍ର ) ଶିଶୁ ଦିବସ ଅବସରରେ ଆସିକାସ୍ଥିତ ପିଏମ୍ ଶ୍ରୀ ହରିହର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ବାଲ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବିଧାୟକ ଓ ଜିଲ୍ଲାପାଳଙ୍କ ପକ୍ଷରୁ କମ୍ପାସ୍ ବକ୍ସ, ପାଣି ବୋତଲ, ଖାତା ଓ କଲମ ଆଦି ଶିକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିଲା। ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଓ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତି ଭାସନ ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଏହି ସାମଗ୍ରୀ ପ୍ରଦାନ କରିଥିଲେ। ସମ୍ପ୍ରତି ଅର୍ଣ୍ଣବ ବନ୍ୟାରେ ଅନେକ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଓ ଅନ୍ୟାନ୍ୟ ଶିକ୍ଷା ସାମଗ୍ରୀ ନଷ୍ଟ ହୋଇଥିବାରୁ ସେମାନଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ବିଧାୟକ ଓ ଜିଲ୍ଲାପାଳ ଏହି ସହାୟତାର ହାତ ବଢ଼ାଇଥିଲେ। ଏହା ଦ୍ଵାରା ବନ୍ୟା ପ୍ରଭାବିତ ପିଲାମାନଙ୍କ ମଧ୍ୟରେ ପୁନର୍ବାର ପାଠପଢ଼ା ପ୍ରତି ଆଗ୍ରହ ଓ ଉତ୍ସାହ ସୃଷ୍ଟି ହୋଇଛି । କାର୍ଯ୍ୟକ୍ରମରେ ଆସିକା ତହସିଲଦାର ସଙ୍ଗୀତା ସେନ, ବିଇଓ ସୁଜିତ କୁମାର ପାଢ଼ୀ, ଏବିଡ଼ିଓ ସୁଶାନ୍ତ କୁମାର ବେହେରା ଏବଂ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରଜନୀ ରାଣୀ ଦାସଙ୍କ ସମେତ ସମ 18 ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ। ଶିଶୁ ଦିବସରେ ଏଭଳି ଶିକ୍ଷା ଉପକରଣ ପାଇ ଛାତ୍ରଛାତ୍ରୀଙ୍କ ମୁହଁରେ ଖୁସି ଓ ଉତ୍ସାହ ଦେଖୁବାକୁ ମିଳିଥିଲା। ବିପର୍ଯ୍ୟୟ ରେ ପିଲାମାନଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେଇ ଜନପ୍ରତିନିଧୂ ଓ ପ୍ରଶାସନର ଏଭଳି ମିଳିତ ପଦକ୍ଷେପ ଏକ ପ୍ରଶଂସନୀୟ ଉଦାହରଣ ସୃଷ୍ଟି କରିଛି। ଏହି ସହଯୋଗ ପିଲାମାନଙ୍କ ପାଠପଢ଼ାକୁ ଆହୁରି ସୁଦୃଢ଼ କରି କରିବା ସହ ଶିକ୍ଷା ପ୍ରତି ସେମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି ଆଶା ପ୍ରକାଶ ପାଇଛି।

Related posts

ବିଞ୍ଝୁଆ ଗ୍ରାମର ବିବି କ୍ଲବ ତରଫରୁ ପୁଲଓ୍ବାମାର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ଚାରିଦିନ ହେଲା BSNL ସେବା ଠପ

ଆନ୍ଧ୍ର ରୁ ଅଯୋଧ୍ୟା ବାହାରିଲେ ୭୫ ବର୍ଷୀୟ ବାବାଜୀ ଏବଂ ତାଙ୍କ ସହଯୋଗୀ

masiha

Leave a Comment

error: Content is protected !!