ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ମାନ୍ୟତା ଦାବିରେ କୁଡୁମି ସେନାର ୬ ଘଣ୍ଟିଆ ବନ୍ଦ ସଫଳ

 ମୟୂରଭଞ୍ଜ -୨୧/୩/୨୩ (ମସିହା) କୁଡୁମି ସଂପ୍ରଦାୟର ଲୋକେ ଓଡ଼ିଶାରେ ୧୨ ଲକ୍ଷ୍ଯରୁ ଉର୍ଦ୍ଧ୍ୱ ବସବାସ କରୁଥିବା ବେଳେ ସାରା ଭାରତରେ ଅଢେଇ କୋଟିରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । ସେମାନଙ୍କର ଭାଷା କୁଡୁମାଲି । ସେମାନଙ୍କର ସ୍ଵତନ୍ତ୍ର ସଂସ୍କୃତି ଓ ପୁରା ରହିଛି ।୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ଆଦିବାସୀ ମାନ୍ୟତା ଦିଆଯାଇଥିଲା । କିନ୍ତୁ ଚକ୍ରାନ୍ତକାରୀଙ୍କ ଯୋଗୁଁ ତାହାକୁ ସେବେଠାରୁ ସମ୍ଵିଧାନରୁ କୁଡୁମି ସଂପ୍ରଦାୟକୁ ସମ୍ବିଧାନରୁ ଜାତିଗତ ତାଲିକାରୁ ବାଦ୍ ଦିଆଯାଇଛି ।ଏହାକୁ ନେଇ ସମଗ୍ର କୁଡୁମି ସଂପ୍ରଦାୟର ଲୋକେ ଆସନ୍ତୁଷ୍ଟ । ସେମାନଙ୍କ ସଂସ୍କୃତି,ଭାଷା,ପରଂପରା ବିପନ୍ନ । ସେମାନଙ୍କର ଆର୍ଥିକ ଅବସ୍ଥା ଭୁଷୁଡି ଯାଇଛି । ଏହାକୁ ନେଇକୁଡୁମି ସମାଜର ଅଦିତୀର ଯୁବନେତା ଜୟମୁନି ମହାନ୍ତଙ୍କ ନେତୃତ୍ୱରେ ୨୦୧୦ ମସିହାରୁ ଆଜିଯାଏଁ ବିଶାଳ ଆନ୍ଦୋଳନ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିଛି ।କୁଡୁମି ସଂପ୍ରଦାୟକୁକୁ ପୁନଃ ସମ୍ବିଧାନରେ ଆଦିବାସୀ ମାନ୍ୟତା ରେ ସ୍ଥାନିତ ପାଇଁ କୁଡୁମି ସେନା ପକ୍ଷରୁ କୁଡୁମି ସେନା ଓଡ଼ିଶା ପ୍ରଦେଶ ଅଧ୍ଯକ୍ଷ ଜୟମୁନି ମହାନ୍ତଙ୍କ ଡାକରାରେ ଆଜି ୬ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡ଼ାକରା ଦିଆଯାଇଛି । ଓଡ଼ିଶା କୁଡୁମିସେନାର ବିଶିଷ୍ଟ ନେତା ଲକ୍ଷ୍ମୀ ଧର ମହାନ୍ତ (ବାନ୍ଦରୁ),ଭଜହରି ମହାନ୍ତ, ନାରୀ ନେତ୍ରୀ ସୁଜାତା ମହାନ୍ତ, ସୌଭାଗ୍ୟ ମହାନ୍ତ, ନିର୍ମଳ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, କାଉନସିଲର ଆଲୋକ ରଂଜନ ମହାନ୍ତ,ମୁକେଶ ମହାନ୍ତ,ବରୁଣ ମହାନ୍ତ, ସମେତ ଏଥିରେ ମୟୂରଭଂଜ ଜିଲ୍ଲା ସମେତ ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଳକ,ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ଅଖଚକ ସବୁ ଠପ ହୋଇଯାଇଛି । ଦୋକାନ ବଜାର ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ଥିଲା।ବସ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହରକତ ହେଉଥିବାର ଲକ୍ଷ୍ୟ କରାଯାଉଥିଲା । ସେମାନଙ୍କର ମୁଖ୍ୟ ଦାଵିଥିଲା ରାଜ୍ୟ ସରକାର କୁଡୁମି ସଂପ୍ରଦାୟକୁ ଆଦିବାସୀ ମାନ୍ୟତା ପ୍ରଦାନ ପାଇଁ ଶିଘ୍ର କେନ୍ଦ୍ର ସରକାରଙ୍କୁ ସୁପାରିଶ କରନ୍ତୁ ।ଏହା ଯଦି ନ କରନ୍ତି ଆଗାମୀ ଦିନରେ ଆନ୍ଦୋଳନକୁ ତିବ୍ରତର କରାଯିବ କୁଡୁମି ସେନା ପକ୍ଷରୁ ଚେତାବନୀ ଦିଆଯାଇଛି ।ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ ମହିଳାମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ । ରାଇରଙ୍ଗପୁର ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ଏବଂ ରାଇରଙ୍ଗପୁର ଥାନା ଅଧିକାରିଣୀ ସ୍ବର୍ଣ୍ଣଲତା ମିଂଜ ଏଵଂଅନ୍ଯ ଥାନାଧିକାରୀମାନେ ଆଇନ ଶୃଙ୍ଖଳା ବ୍ୟାହତ ନ‌ହେବା ପାଇଁ କଡ଼ା ନଜର ରଖିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କନ୍ଧମାଳ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ

masiha

ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

masiha

ମକର ସଂକ୍ରାନ୍ତି ଅବସରରେ ଭିନ୍ନକ୍ଷମ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ

Sunil Chandra Nayak

Leave a Comment

error: Content is protected !!