ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟ ରେ ତାଲା ପକାଇଲେ ବିଦ୍ୟାଳୟ ପରିଚାଳନା କମିଟି

ଡାବୁଗାଁ, ୨୨/୮(ମ.ନି.ସ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଚଚରାଗୁଡା ପଞ୍ଚାୟତ ଅଧିନ ବାଇଗାଁ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପରିଚାଳନା କମିଟି ମଙ୍ଗଳବାର ବିଦ୍ୟାଳୟ ର ଅନେକ ସମସ୍ୟା କୁ ଆଧାର କରି ବିଦ୍ୟାଳୟ ର ମୁଖ୍ୟ ଫାଟକରେ ତାଲା ପକାଇ ଫାଟକ ବାହାରେ ଛାତ୍ରୀ ଛାତ୍ର ଓ ଶିକ୍ଷୟତ୍ରୀ ଶିକ୍ଷକ ବସିଥିଲେ । ବିଦ୍ୟାଳୟ ର ମୁଖ୍ୟ ସମସ୍ୟା ହେଲା ବିଦ୍ୟାଳୟରେ ୮ଟି ଶ୍ରେଣୀ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ରେ ୨୭୪ ଜଣ ଛାତ୍ରୀ ଛାତ୍ର ପାଠ ପଢୁଥିବା ବେଳେ ୫ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ସେଥି ମଧ୍ୟରୁ ଜଣେ ଶିକ୍ଷକ ଡେପୁଟେସନ ରେ ଦାଢିଆଗୁଡ଼ା ବିଦ୍ୟାଳୟ କୁ ଯାଇଛନ୍ତି । ଏତେ ସଂଖ୍ୟକ ଛାତ୍ରୀ ଛାତ୍ର ଙ୍କୁ ପଢ଼ାଇବା ପାଇଁ କମ ଶିକ୍ଷୟତ୍ରୀ ଓ ଶିକ୍ଷକ ବିଦ୍ୟାଳୟ ରେ ଅଛନ୍ତି । ତେଣୁ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ଦାବୀ ଓ ବିଦ୍ୟାଳୟ ପରିସରରେ ଥିବା ଏକ ନଳକୂପ ଗତ ୨ବର୍ଷ ପୂର୍ବରୁ ଖରାପ ହୋଇଥିବା ନେଇ ବାରମ୍ବାର ବିଦ୍ୟାଳୟ ପରିଚାଳନା କମିଟି ସମସ୍ତ ଅଧିକାରୀ ଓ ସରପଞ୍ଚ ଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନଳକୂପ ସଜାଡ଼ି ନ ଥିବା ଓ ବିଦ୍ୟାଳୟ ରେ ପାନୀୟ ଜଳ ର ସୁବିଧା ନ ଥିବା ନେଇ ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ:- ଉକ୍ତ ବିଦ୍ୟାଳୟ ରେ ୧୦୬ ଜଣ ଛାତ୍ରୀ ଛାତ୍ର ଛାତ୍ରାବାସ ରେ ରହୁଛନ୍ତି, କିନ୍ତୁ ଉକ୍ତ ଛାତ୍ରାବାସ ରେ ଅନେକ ସମୟରେ ବିଦ୍ୟୁତ୍ ସର ବରାହ ବିଛିନ୍ନ ରହୁଥିବା ନେଇ ବିଦ୍ୟାଳୟ ପରିଚାଳନା କମିଟି ଅଭିଯୋଗ ଆଣିଥିଲେ । ପରେ ଡାବୁଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ପହଞ୍ଚି ବୁଝା ସୁଝା କରିଥିଲେ, ଦୁଇ ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ, କିନ୍ତୁ ବିଦ୍ୟାଳୟ କମିଟି ଲେଖିକରି ଦିଅନ୍ତୁ ବୋଲି କହିବାରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଖିତ ଦେଇ ନ ଥିଲେ l ଏହାପରେ ମଧ୍ୟାନ୍ନ ରେ ଛାତ୍ରୀଛାତ୍ର ଙ୍କୁ ବିଦ୍ୟାଳୟ ବାହାରେ ମଧ୍ୟାନ୍ନ ଭୋଜନ ଖାଇବାକୁ ଦିଆଯାଇଥିଲା | କିନ୍ତୁ ବିଦ୍ୟାଳୟ କମିଟି କିଛି ନ ବୁଝି ବିଦ୍ୟାଳୟ ଛୁଟି କରି ଛାତ୍ରୀ ଛାତ୍ର ମାନଙ୍କୁ ଙ୍କୁ ଘରକୁ ପଠାଇଥିଲେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ବିଦ୍ୟାଳୟ ରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରୀ ଛାତ୍ର ଙ୍କୁ ଶିକ୍ଷା ଗ୍ରହଣ କରିବାରେ ବାଧାପ୍ରାପ୍ତ କରିବା ପାଇଁ କିଏ ଦାୟୀ ? କାହା ନିର୍ଦ୍ଦେଶ ରେ ବିଦ୍ୟାଳୟ ଛୁଟି କରାଯାଇଥିଲା ବିଷୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲଳିତ ମାଝୀ ଙ୍କୁ ଏ ବିଷୟରେ ପଚାରିବାରୁ ସମସ୍ୟା ର ସମାଧାନ ନ ହେବା ଯାଏଁ ବିଦ୍ୟାଳୟ ଫାଟକ ବନ୍ଦ ରହିବ କହିଥିଲେ । ଏଥିରେ କମିଟି ର ସମସ୍ତ ସଦସ୍ୟ ଙ୍କ ମଧ୍ୟରୁ ସନ୍ନ୍ୟାସୀ ମାଝୀ, ଲକ୍ଷ୍ମଣ ପୁଝାରୀ, ଜଗତ ଭତ୍ରା, ପିତମ ଗୌଡ, ଜୟରାମ ମାଝୀ, ଘାସିରାମ ପାଇକ, ହରି କଲାର, କମଳୁ ଭତ୍ରl, ଯୁଗରାଜ ଭତ୍ରl, ମନୁ ତନ୍ତୀ ପ୍ରମୂଖ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲକ୍ଷ୍ମୀପୁର ମେଡିକାଲ ସମ୍ମୁଖରେ ନୂତନ ପାଥୋଲାବ ଖୋଲାଗଲା

masiha

ସକ୍ଷମ ନୃତ୍ୟ ଏକାଡେମୀ ତରଫରୁ ଜାତୀୟ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ମହୋତ୍ସବ, ରାସ୍ ରଙ୍ଗ ମହୋତ୍ସବ ୨୦୨୬ ପାଳନ

ସାମ୍ବାଦିକଙ୍କ ମାତୃ ବିୟୋଗ

masiha

Leave a Comment

error: Content is protected !!