ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପାଳନ 

ବନ୍ଧୁଗାଁ.୨୯।୦୩,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଆଜି ଚାଷୀ ମୁଲିଆ (ଏ.ଆଇ.କେ.ଏମ.କେ.ଏସ.)ଆଦିବାସି ସଂଘ ତରଫରୁ ସହିଦ ଲକ୍ଷ୍ମଣ ନାୟକଙ୍କ ୨୧ତମ ବଳିଦାନ ଦିବସ ଚାଷୀ ମୁଲିଆ ସଂଘର ରାଜ୍ୟ ସମ୍ଫାଦକ ଶ୍ରୀ ଶ୍ରୀକାନ୍ତ ମହାନ୍ତିଙ୍କ ଆୟୋଜନ ଦ୍ୱାରା ପାଳିତ ହୋଇ ଯାଇଛି । ଏନେଇ ସାନ ସରପଲି ଛକ ଠାରେ ଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୃତ୍ତି ଠାରେ ପୁଷ୍ପଗୁଛ ଦେଇ ପୁଜାର୍ଚନା କରି ଛକ ଠାରୁ ନାଚ ଗୀତର ମାଧ୍ୟମରେ ଏକ ବିରାଟ ପଟୁଆରରେ ସଂଘର କର୍ମ କର୍ତା ମାନେ ବାହାରି ତହସିଲ କାର୍ଯ୍ୟାଳୟ ପଡିଆ ଠାରେ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ଏଥିରେ କୋରାପୁଟ ଜିଲ୍ଲା ଚାଷୀମୁଲିଆ ସଂଘର ସଭାପତି କଣ୍ଡାଗିରି ପାଇଡାମା,ସମ୍ପାଦକ ପିଡିକା ସୁରିଆମା ଉପସ୍ଥିତ ରହି ସଭା କାର୍ଯକୁ ଆଗକୁ ବଡାଇଥିଲେ । ଏଥିରେ ବନ୍ଧୁଗାଁ ଅଞ୍ଚଳର କେଣ୍ଡ୍ତୃକା ସୁବାରାଓ, ମାଣ୍ଡିଙ୍ଗା ଶ୍ରୀନୁ,କାଡ୍ରକା ଆଦାନା, ଚାଷୀ ମୁଲିଆ ସାଙ୍ଘଠାନିକ ଯୁୁଗ୍ମ ସମ୍ପାଦକ ଡି.ବ୍ରମା କେ.କାଣ୍ଟୁ ବନ୍ଧୁଗାଁ ବ୍ଲକର ପୂର୍ବତନ ବିଧାୟକ ପ୍ରତିନିଧି ସୀତାନା ହିମିରିକା,ବ୍ଲକର ଜୋନ-୨ର ଜିଲ୍ଲା ପରିସଦ ସଭ୍ୟ ମାଝୀ ହିମିରିକା,ବନ୍ଧୁଗାଁ ବ୍ଲକର କଂଗ୍ରେସ ଦଳର ସଭାପତି ଶ୍ରୀ ଡି.ଏଙ୍କାଟି ଏବଂ କିଛି ପଞ୍ଚାୟତର ସରପଞ୍ଚମାନେ ଉପସ୍ଥିତ ରହିଥିଲେ । ଦେଶ ପାଇଁ ପ୍ରାଣ ବଳି ଦେଇଥିବା ଆଦିବାସି କୁଳର ଲକ୍ଷ୍ମଣ ନାୟକଙ୍କ ଜୀବନୀ ଉପରେ ଉପସ୍ଥିତ ଅତିଥି ମାନେ ଅଭିଭାଷଣ ଦେଇଥିଲେ । ଏଇଭଳି ଆଗକୁ ସହିଦ୍ ଲକ୍ଷ୍ମଣ ନାୟକଙ୍କ ବଳିଦାନ ଦିବସ ପ୍ରତି ବର୍ଷ ପାଳନ ହେଉଥିବ ବୋଲି ମଧ୍ୟ କହିଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

Sunil Chandra Nayak

ଉଦ୍ୟାନ ବିଭାଗ କାହାପାଇଁ ? ଉଦ୍ୟୋଗୀ ଚାଷୀଙ୍କୁ ମିଳୁଥିବା ସହାୟତା ଓ ସଚେତନତା ପାଇଁ ଅସୁବିଧା ଅର୍ଥ କାହା ସ୍ୱାର୍ଥରେ?

Sunil Chandra Nayak

ଖୁଣ୍ଟିଆ ଗ୍ରାମର ଦାଦନ ଖଟିବାକୁ ଯାଇଥିବା ଯୁବକଙ୍କ ଶବ ହାଇଦ୍ରାବାଦ ନିକଟରେ ଥିବା ଟ୍ରେନ ଲାଇନରୁ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!