ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିଲିଗୁଡା ରେ ମା ଠାକୁରାଣୀଙ୍କ ଦଶହରା ଓ ଦୁର୍ଗାପୂଜା ସମ୍ପନ୍ନ 

ଚିଲିଗୁଡା ରେ ମା ଠାକୁରାଣୀଙ୍କ ଦଶହରା ଓ ଦୁର୍ଗାପୂଜା ସମ୍ପନ୍ନ 

ଚିଲିଗୁଡା ତା ୨୫/୧୦ ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମରେ ମା ଠାକୁରାଣୀଙ୍କ ବିଜୟ। ଦଶମୀ ତିଥିରେ ଦଶହରା ପର୍ବ ଓ ମା ଜଗତ ଜନନୀ ଦୁର୍ଗା ଦେବୀଙ୍କ ଶାରଦୀୟ ଦୁର୍ଗାପୂଜା ମହା ସମାରୋହରେ ପାଳିତ ହୋଇଯାଇଛି ।ଗତ ମଙ୍ଗଳବାର ଦିନ ମା ଠାକୁରାଣୀଙ୍କ ଦଶହରା ପର୍ବ ପାଳନ କରାଯାଇଛି ।ଏହି ଅବସରରେ ଗ୍ରାମର ଗୋନ୍ତିଆ ଓ ପୁଝ।ରୀଙ୍କ ନେତୃତ୍ୱରେ ମା ଠାକୁରାଣୀଙ୍କ ପୂଜା ସମ୍ପାଦନା କରାଯାଇଥାଏ ।ଗ୍ରାମର ପୂଝାରି ସେହି ଦିନ ଗ୍ରାମର ସମସ୍ତ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।ସନ୍ଧ୍ୟାରେ ମା ଠାକୁରାଣୀଙ୍କ ପୀଠରେ ମାନସିକ କରିଥିବା ଶ୍ରଦ୍ଧାଳୁମାନେ କୁକୁଡ଼ା ,ବୋଦ। ,ପାରା ,ଗଡର। ଆଦି ବଳି ଦେଇଥାନ୍ତି ଏବଂ ମା ଙ୍କ ଆଶୀର୍ବାଦ ଲାଭ କରିଥାନ୍ତି । ଗୋନ୍ତିଆ ଓ ପୁଝା ରୀଙ୍କ ସହ ଗ୍ରାମର ଜନସାଧାରଣ ଢୋଲ ,ନିଶାନ ଓ ମଇରୀ ଧ୍ୱନିର ତାଳେ ତାଳେ ମା ଠାକୁରାଣୀଙ୍କ ପୀଠକୁ ଯାଇଥାନ୍ତି ।ଦଶହରା ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆହୋଜନ କରାଯାଇଥିଲା ।ଦୁର୍ଗା ପୂଜାର ନବମୀ ତିଥିରେ ଜୁନାଗଡ଼ ଏ ନ ଏ ସି ନଗରପାଳ ମୁକେଶ ଅଗ୍ରୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସେହିପରି ବିଜୟା ଦଶମୀ ତିଥିରେ ମୁଖ୍ୟ ଅତିଥି ଭାବେ ତୁଲେଶ୍ୱର ନ।ଏକ ପୂର୍ବତନ ବ୍ଲକ ଅଧକ୍ଷ ଗୋଳମୁଣ୍ଡା ଯୋଗଦାନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଚିଲିଗୁଡା ଫାଣ୍ଡି ଅଧିକାରୀ ସୁବୋଧ କୁମାର ଫୁଲ , ସମିତି ସଭ୍ୟ ଖଲିଲ ନ।ଏକ ,ସାମ୍ବାଦିକ ସୁନ୍ଦର ମୋହନ ଛ ତ୍ରିଆ ,ଦୁର୍ଗା ପୂଜା ପରିଚାଳନାର କର୍ତ୍ତା ଶ୍ରୀପତି ପଟେଲ ,ମୁଖ୍ୟ ପୂଜକ ଶ୍ରୀଧର ତ୍ରିପାଠୀ ପ୍ରମୁଖ ଯୋଗ ଦାନ କରିଥିବା ବେଳେ ଆୟୋଜକ କମିଟିର ସଭାପତି ପଦ୍ମ ନାଭ ନାଗ ,ଉପ ସଭାପତି କଳ୍ପବଟ ପଟେଲ ,ସମ୍ପାଦକ ବାମଦେବ ପାଢ଼ୀ ,ସହ ସମ୍ପାଦକ ମନୋହର ପଟେଲ ଅଁ କୋଷା ଧକ୍ଷ ମହେଶ୍ୱର ସାହୁ ପ୍ରମୁଖ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ ରେ ନୀଳକଣ୍ଠ ନ।ଏକ ଏବଂ ବିରଞ୍ଚି ସାହୁ ମଞ୍ଚ ପରିଚାଳନା କରି ଥିବା ବେଳେ ବୈକୁଣ୍ଠ ନ।ଏକ ,ଭବାନୀ ନ।ଏକ ,ଗୌରୀ ଶଙ୍କର ନ।ଏକ ,ଇନ୍ଦ୍ରଜିତ ମାଝୀ ,ମହେନ୍ଦ୍ର ରଣା ,ଶିଶିର ପଟେଲ ,ହରେକୃଷ୍ଣ ପଟେଲ ,ଜୟଦେବ ପଟେଲ ,ଅଶୋକ ନ।ଏକ , ରାଧେଶ୍ୟାମ ନାଗ ,ଅଦଳ ନିଆଲ ,ବାସୁଦେବ ଛ ତ୍ରିଆ ,ଧନୁରାମ ପଟେଲ ,ଶତ୍ରୁଘନ ସାହୁ ,ଟିକେ ରାମ ଜାଲ ,କୃଷ୍ଣ ଚନ୍ଦ୍ର ନ।ଏକ ତଥା ଚିଲିଗୁଡା ପୋଲିସ କର୍ମଚାରୀ ଗଣ ଓ ଗ୍ରାମବାସୀ ବୃନ୍ଦ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଭାମିନି ଠାରେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ

masiha

ସହିଦ ଲକ୍ଷ୍ମଣ ନାୟକଙ୍କ ୮୧ ତମ ଫାସୀ ଦିବସ ପାଳନ 

masiha

କାମରାରେ ଯାଦବ ମହାସଭାର ବୈଠକ

Sunil Chandra Nayak

Leave a Comment

error: Content is protected !!