ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ରେ ବିଜୟା ଦଶମୀରେ ରାବଣ ପୋଡି 

ଡାବୁଗାଁ ରେ ବିଜୟା ଦଶମୀରେ ରାବଣ ପୋଡି 

ଡାବୁଗାଁ, ୨୫/୧୦ (ମ.ନି.ସ.)- ନବରଙ୍ଗପୁର ଜିଲାର ଡାବୁଗାଁ ବ୍ଳକ ସଦର ମହକୁମା ସାର୍ବଜନୀନ ଦୁର୍ଗା ପୂଜା କମିଟି ତରଫରୁ ମେଦେନା ଯିବା ରାସ୍ତା ପାର୍ଶ୍ଵରେ ଥିବା ମିନି ଷ୍ଟାଡିୟମ୍ ରେ ବିଜୟା ଦଶମୀ ଉପଲକ୍ଷେ ମଙ୍ଗଳବାର ରାତିରେ ଦଶାନନ ରାବଣ ପୋଡି ର ଆୟୋଜନ କରାଯାଇଥିଲା l ଉକ୍ତ ରାବଣ ପୋଡି ଦେଖିବା ପାଇଁ ଡାବୁଗାଁ ବ୍ଳକ ବହୁ ଗ୍ରାମରୁ ବହୁ ସଂଖ୍ୟାରେ ଜନସାଧାରଣ ପ୍ରାୟ ଦଶ ହଜାର ରୁ ଊର୍ଦ୍ଧ୍ଵ ଜନସମାଗମ ହୋଇ ଷ୍ଟାଡିୟମଟି ଲୋକାରଣ୍ୟ ହୋଇ ଉଠିଥିଲା l ଦୁର୍ଗତିନାଶିନୀ ମା ଦୁର୍ଗାଙ୍କୁ ଦର୍ଶନ କରି ସାରି ରାତ୍ର ଅ।ଠ ଘଣ୍ଟା ସମୟରେ ଏହି ଷ୍ଟାଡିୟମ୍ ନିକଟରେ ପହଞ୍ଚି ରାବଣ ପୋଡି ଦେଖିବାର ମଜା ନେଇଥିଲେ l ରାବଣ ପୋଡି ସରିବା ପରେ ପରେ ବିଭିନ୍ନ ପ୍ରକାରର ବାଣ ପ୍ରାୟ ଏକ ଘଣ୍ଟା ଧରି ଫୁଟା ଯାଇଥିଲା l ବାଣ ଶବ୍ଦରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା l ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଷ୍ଟାଡିୟମ୍ ଭିତରେ ବାହାରେ ବ୍ୟାପକ ପୋଲିସ ମୁତୟନ କରି ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ l କମିଟିର କର୍ମକର୍ତ୍ତା ଙ୍କ ଦ୍ଵାରା ରାବଣ ପୋଡି ପରିଚାଳନା କରଯାଇଥିଲା l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବୃନ୍ଦାବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଉଦ୍ଘାଟିତ

୧- ବନ୍ଧୁଗାଁ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ , ୨- ବାଇକ ରେ ଲାଗିଲା ନିଆଁ, ଅଳ୍ପକେ ବଞ୍ଚି ଗଲେ ଦୁଇ ଜଣ ବାଇକ ଆରୋହି 

masiha

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ,ଧର୍ମଗଡ ସ୍ଵଧାର ଗୃହ ପରିସରରେ ମିଳିତ ଯୋଗାଭ୍ୟାସ କଲେ ଅନ୍ତେବାସୀ

Sunil Chandra Nayak

Leave a Comment

error: Content is protected !!