ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କୁ ପ୍ରତିଶ୍ରୁତି ଦେଇ କଥା ରଖିଲେ ଜିଲ୍ଲାପାଳ; ବହୁ ପ୍ରତିକ୍ଷିତ ରାଇରଙ୍ଗପୁର‌ସହରରେ ଲାଗିଲା ସିସି କେମେରା

ସାମ୍ବାଦିକଙ୍କୁ ପ୍ରତିଶ୍ରୁତି ଦେଇ କଥା ରଖିଲେ ଜିଲ୍ଲାପାଳ; ବହୁ ପ୍ରତିକ୍ଷିତ ରାଇରଙ୍ଗପୁର‌ସହରରେ ଲାଗିଲା ସିସି କେମେରା 

 ମୟୂରଭଂଜ -୨୫/୦୬ — ମୟୂରଭଂଜ ଜିଲ୍ଲାର ଦିତୀୟ ସର୍ବବୃହତ୍ତମ ସହର ହେଉଛି ରାଇରଙ୍ଗପୁର ସହର ।ଏହାର ଲୋକ ସଂଖ୍ୟା ୬୦ ହଜାରରୁ ଉର୍ଦ୍ଧ୍ବ ।ଏହା ଓଡ଼ିଶାର ସିମାନ୍ତ ସହର ।ଦୈନିକ ୨୫୦ ରୁ ଉର୍ଦ୍ଧ୍ବ ବସ ଚଳାଚଳ କରୁଛି ।ଦୈନିକ ଲକ୍ଷାଧିକ ଲୋକ ସରକାରୀ ,ବେସରକାରୀ,ବେପାର ବାଣିଜ୍ୟ,ଶିକ୍ଷା ପ୍ରତିଷ୍ଠାନକୁ ରାଇରଙ୍ଗପୁର ସହରକୁ ଆସନ୍ତି । ପଡୋଶୀ ସୀମାରେ ଅଛି ଝାରଖଣ୍ଡ ରାଜ୍ୟ ଓ ପଶ୍ଚିମବଙ୍ଗ ।ଏହା ମଧ୍ୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ସାଂସଦ ନବ ଚରଣ ମାଝୀଙ୍କ ନିବାସ ସ୍ଥଳ ।ସିମାନ୍ତକୁ ନଦୀ,ନାଳ,ଜଙ୍ଗଲ ଘେରିଛି ।ଏହି ସହରର ଭୌଗଳିକ ଦୃଷ୍ଟିରୁ ଝାଡ଼ଖଣ୍ଡ ରାଜ୍ୟର ଲୁଟେରା,ଅସାମାଜିକ ଲୋକ,ଗୋ ମାଫିଆ,ଡ୍ରଗ୍ସ ମାଫିଆଙ୍କ ଲୋଲୁପ ଦୃଷ୍ଟି ଏହି ସହର ଉପରେ ପଡ଼ିଛି । ଅଧିକାଂଶ ସମୟରେ ଡକାୟତି,ହତ୍ୟା,ଲୁଟେରା,ଛିନତାଇ ଘଟି ଚାଲିଛି ।ତଦସହ ୨୨୦ ନମ୍ବର ଜାତୀୟ ରାଜପଥ ବିଜୟଓ୍ଵାଡା- ରାଞ୍ଚି ଯାଇଛି । ଦୈନିକ ଶହ ଶହ ଲୌହ ପଥର ବୋଝେଇ ଟ୍ରକ ବାହାର ରାଜ୍ୟକୁ ଏହି ସହର ଦେଇ ଯାଉଛି ।ସବୁବେଳେ ଦୁର୍ଘଟଣା ଘଟୁଛି ।ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ।ଏହି ସବୁ ସାମୁହିକ ସମସ୍ୟା ନେଇ ଵାମନଘାଟୀ ସାମ୍ବାଦିକଵୃନ୍ଦ ବାରମ୍ବାର ଜିଲ୍ଲାପାଳମାନଙ୍କୁ ଜନ ଶୁଣାଣୀ ରେ ଲିଖିତ ଦାବି ବର୍ଷେ ହେଲା ପ୍ରଦାନ କରି ଆସୁଛନ୍ତି ।ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ଖୁବ୍ ଶିଘ୍ର ରାଇରଙ୍ଗପୁର ସହରରେ ସିସି କେମେରା ଲାଗିଯିବ ,ଅପେକ୍ଷା କର।ରଥଯାତ୍ରା କମିଟିରେ ମଧ୍ୟ ଆଇନ ଶୃଙ୍ଖଳା ପାଇଁ ଉପ ଜିଲ୍ଲାପାଳଙ୍କୁ ସିସି କେମେରା ଲଗାଯିବା ପାଇଁ ଅନୁରୋଧ କରିଥିଲେ ସାମ୍ବାଦିକମାନେ ।କଥା ଦେଇ ଜିଲ୍ଲାପାଳ ହେମକାନ୍ତ ସୟ କଥା ରଖିଛନ୍ତି ।ଆଜି ରାଇରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ସିସି କେମେରା ଲଗା ଆରମ୍ଭ ହୋଇ ଯାଇଛି ।ସବୁକିଛି କେମେରା ଦେଖିବ ।ଅପରାଧ ମାତ୍ରା ନିଶ୍ଚିତ କମିବ ।ରାଇରଙ୍ଗପୁର ରେ ରଥଯାତ୍ରା ଅଵ୍ଯହିତ ପୂର୍ବରୁ ସିସି କେମେରା ଲଗାଯିବା ନେଇ ଵାମନଘାଟୀ ସାମ୍ବାଦିକ ବଂଧୁ ମାନେ ଜିଲ୍ଲାପାଳ ହେମକାନ୍ତ ସୟ,ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯଦୁନାଥ ଯେନା,ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କୁ ସାମ୍ବାଦିକଙ୍କ ଦାବିକୁ ସମ୍ମାନ ଜଣାଇ ତୁରନ୍ତ ପଦକ୍ଷେପ ନେଇଥିବାରୁ କୃତଜ୍ଞତା ଜଣାଇଛନ୍ତି 

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାର‌ମସିହା ନିଉଜ

Related posts

Ex MP Niranjan Bishi Raises Strong Voice Against Proposed 40% Job Cut at Rourkela Steel Plant

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ସାଂସଦଙ୍କ ଦ୍ଵାରା ସଖୀ( ଓ୍ବାନ୍ ଷ୍ଟପ୍ ସେଣ୍ଟର) ଶୁଭ ଉଦଘାଟିତ

Sunil Chandra Nayak

ସମୃଦ୍ଧ ଓ ବିକଶିତ ରାଜ୍ୟ ଗଠନରେ ଐତିହ୍ୟ ଗଣଦୌଡ଼ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!