ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସମ୍ବିଧାନ ହତ୍ୟା ଦିବସ ପାଳିତ 

ସମ୍ବିଧାନ ହତ୍ୟା ଦିବସ ପାଳିତ 

ରାୟଗଡ଼ା ଜିଲ୍ଲା ଗୁଣପୁର ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ବୁଧବାର ସନ୍ଧ୍ୟା ରେ ସମ୍ବିଧାନ ହତ୍ୟା ର ୫୦ ବର୍ଷ ପାଳନ କରାଯାଇଥିଲା l ରାମନାଗୁଡା ବ୍ଲକ ଅଧ୍ୟକ୍ଷ ତଥା ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର କାର୍ଯ୍ୟକ୍ରମ ସଂଯୋଜକ ରବି ଶଙ୍କର ଗମାଙ୍ଗ ଙ୍କ ସଂଯୋଜନା ରେ ହୋଇଥିବା କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ସଭାପତି ତଥା ଆଇନଜୀବୀ ପ୍ରଦୀପ କୁମାର ପାଢ଼ୀ, ପ୍ରମୋଦ କୁମାର ସାହୁ ବକ୍ତା ଭାବେ ଯୋଗ ଦେଇ ୧୯୭୫ ଜୁନ ୨୫ ତାରିଖ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କୌଣସି କାରଣ ନ ଥାଇ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି କରି ସମ୍ବିଧାନ କୁ ହତ୍ୟା କରିଥିଲେ l ୫୦ ବର୍ଷ ରେ ଏହି ଦିନ ପାଳନ କରାଯାଇ କଂଗ୍ରେସ ର ସମ୍ବିଧାନ ପ୍ରତି କେତେ ଦରଦ ରହିଛି ତାହାକୁ ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ବକ୍ତା ମାନେ ଆହ୍ଵାନ ପ୍ରଦାନ କରିଥିଲେ l ଶେଷରେ ପୂର୍ବତନ ନଗର ସଭାପତି ଅମର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଆଦିବାସି ମୋର୍ଚ୍ଚା ସମ୍ପାଦକ ବିଦ୍ୟା ଧର ଶବର ,ଟୁକୁରୁ ପାଣିଗ୍ରାହି, ଅନିଲ ସାହୁକାର,ମନୋରଞ୍ଜନ ପାଢୀ, ରଞ୍ଜନ ରଥ, କିରଣ ପାଣିଗ୍ରାହି, କପିଳ ଚରଣ ପାଢ଼ୀ, ଆଶିଷ ବେହେରା, ସୁବ୍ରତ ପୁରୁଷୋତ୍ତମ, ଗୁମୁଡ଼ି ଶବର ପ୍ରମୁଖ ଉପସ୍ଥିତ ଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କ୍ରିକେଟ୍ ବ୍ୟାଟ ବୁଲାଇ ନର୍ଲା ବିଧାୟକ ପଡ଼ିଆରେ ପଡ଼ିଗଲେ

masiha

କେନ୍ଦ୍ର ମନ୍ତ୍ରୀଙ୍କ ଫୋକସରେ ମୟୂରଭଞ୍ଜ ଲୋକସଭା

masiha

ବିଜେଡି ର ପ୍ରତିଷ୍ଠା ଦିବସ ରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର

masiha

Leave a Comment

error: Content is protected !!