ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପୁରୁଷୋତ୍ତମ ପରିଡ଼ା ଙ୍କ କବିତା ନବ ଯୌବନ 

ନବ ଯୌବନ 

ଧନ୍ୟ ବେଶ ନବ ଯଉବନ 
ଧନ୍ୟ ଲୀଳା ପ୍ରଭୁ ଚକାନୟନ 
ମାନବୀୟ ଲୀଳା କରୁ
ରତ୍ନ ସିଂହାସନ ଛାଡ଼ୁ 
ସ୍ନାନ ମଣ୍ଡପରେ ଦେଉ ଦର୍ଶନ 
ବେଶ ତୋର ଗଜାନନ 
ସ୍ବର୍ଣ୍ଣ କୂପ ଜଳେ କରୁ ସ୍ନାହାନ 
ପୂର୍ଣ୍ଣ କରୁ ମନ କାମନା।
ସ୍ନାନ ପରେ ଭୋଗୁ ଜର 
ଜରେ ଦେହ ଥରଥର
ଶୋଉ ତୁ ଗମ୍ଭୀରା ଘର 
ସେବନ୍ତି ସେବକ ପଣ୍ଡା ପଢିଆରି 
ଭକତ ଝୁରନ୍ତି ରୂପ ମାଧୁରୀ 
ରତ୍ନ ସିଂହାସନ ଖାଲି 
ଗରୁଡ଼ ହୁଏ ସୁମରି 
ଅପେକ୍ଷାର କରୁ ଅନ୍ତ 
ହେ! ପ୍ରଭୁ ଅନାଦି ଅନନ୍ତ…..
ଦେଉ ଦରଶନ ନବ ଯଉବନ 
ଅପୂର୍ବ ତୋ ଶୋଭାବନ 
ଆଖି ଯାଏ ଲାଖି 
ଧନ୍ୟ ଭକ୍ତ ମନ ପ୍ରାଣ 
ପଲକ ପଡେନି ଚକାନୟନ 
ଅପରୂପ ଦରଶନ 
ପାଦରେ ଦିଅ ଶରଣ…
ପାଦରେ ଦିଅ ଶରଣ…

   ଜୟ ଜଗନ୍ନାଥ ସ୍ବାମୀ

ପୁରୁଷୋତ୍ତମ ପରିଡ଼ା, ସମ୍ପଡା।

Related posts

ବିଜୟ କୁମାର ଜେନା ଙ୍କ କବିତା l l କଳା ମାଣିକ l l

Sunil Chandra Nayak

ପ୍ରସନ୍ନ କୁମାର ସାହୁ ଙ୍କ କବିତା = ଶ୍ରୀରାମ ନବମୀ

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ = କର୍ମ ପରିଣାମ

Sunil Chandra Nayak

Leave a Comment

error: Content is protected !!