ସାହିତ୍ୟ ଅଗଣାଅର୍ଜୁନୀ ଚରଣ ବେହେରା ଙ୍କ ଭଜନ= ଜଗଜ୍ଜନ ବନ୍ଧୁ ଜେମା ଜୀବବନ୍ଧୁ by Sunil Chandra NayakJuly 22, 20250403 Share1 ଜଗଜ୍ଜନ ବନ୍ଧୁ ଜେମା ଜୀବବନ୍ଧୁ ଜୟ ନୀଳାଚଳ ଚଞ୍ଚଳ ଦେବତା ଜୟ ଜୟ ଜଗନ୍ନାଥ l ଚକା ଚକା ନେତ୍ରେ ଅନାଇଁ ବସିଛ ନୀଳଚକ୍ରେ ଉଡ଼େ ନେତ ll ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରି ଅଛ ଚାରିଭୁଜେ ଆଣ୍ଟ କରି l ଦୁଃସହ ଦୁର୍ଗତି ଗ୍ରହପୀଡ଼ା ମାନେ ନପଶିବେ ପାଶେ ଡରି ll ଚନ୍ଦନ, ସ୍ନାହାନ, ଗୁଣ୍ଡିଚା ଗମନ କେତେ ଲୀଳା ଲଗାଇଛ l ଭକ୍ତମନ ତୋଷି ଆହେ ବ୍ରହ୍ମରାଶି ତବ ପ୍ରେମେ ହଜାଇଛ ll ଗାଇ ହରି ହରି ହରି ଭଦ୍ରା ହଳୀ ଭକ୍ତ ନାଚେ ବାହୁତୋଳି l ଭାବ ବିନୋଦିଆ ଭାବ ଦିଆନିଆ ମୁଖେ କେ ପାରିବ କଳି ll ଜଗଜ୍ଜନ ବନ୍ଧୁ ଜେମା ଜୀବ ବନ୍ଧୁ ଆହେ କୃପା ପାରାବାର l କୃପାନେତ୍ରେ ତୁମ୍ଭ ପଲକ ନପଡ଼େ ଭିଆଣ ମାୟା ସଂସାର ll ଭକ୍ତିରେ ଅର୍ପୁଛି ଆହେ ଭକ୍ତ ପ୍ରୀୟ ଭକତି କୁସୁମାଞ୍ଜଳୀ l ବେନିକର ଯୋଡ଼ି ତବ ପଦେ ପଡ଼ି ଦୟାମୟ ବନମାଳୀ ll ଏହି ଦୟା ହେବ ହେ କରୁଣାର୍ଣ୍ଣବ ନିର୍ଦ୍ଦୟ ହୋଇବ ନାହିଁ l କଳ୍ପ ବଟ ମୂଳେ ଜଣାଣ ଗାଇବି ପଡ଼ି ଥିବ ବଟ ଛାଇ ll ଅର୍ଜୁନୀ ଚରଣ ବେହେରା